ଭୁବନେଶ୍ୱର: ମାସ ଭିତରେ ସବୁଠାରୁ ପୂଣ୍ୟର ମାସ ହେଉଛି କାର୍ତ୍ତିକ ଏବଂ ଶ୍ରାବଣ । ଏହି ଦୁଇଟି ମାସରୁ ଶ୍ରାବଣ ମାସ ହେଉଛି ଦେବାଧିଦେବ ମହାଦେବଙ୍କ ଅତ୍ୟନ୍ତ ପ୍ରିୟ । ଚଳିତ ବର୍ଷ ଜୁଲାଇ ୩୦ ରୁ ଆରମ୍ଭ ହୋଇ ଅଗଷ୍ଟ ୨୮ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ପବିତ୍ର ମାସରେ ମହାଦେବଙ୍କ ବିଶେଷ ଆଶୀର୍ବାଦ ସୃଷ୍ଟି ହେବାକୁ ଯାଉଛି। ଜ୍ୟୋତିଷ ଗଣନା ଅନୁସାରେ, ଶ୍ରାବଣ ମାସରେ ଗ୍ରହ ଓ ନକ୍ଷତ୍ରମାନଙ୍କର ଏପରି ଶୁଭ ଯୋଗ ସୃଷ୍ଟି ହେଉଛି ଯାହା ୫ଟି ରାଶିର ବ୍ୟକ୍ତିବିଶେଷଙ୍କ ଭାଗ୍ୟ ସମ୍ପୂର୍ଣ୍ଣ ବଦଳାଇ ଦେବ । କ୍ୟାରିୟର, ବ୍ୟବସାୟ ଏବଂ ଆର୍ଥିକ କ୍ଷେତ୍ରରେ ଏହି ରାଶିର ଲୋକମାନଙ୍କୁ ଅପାର ସଫଳତା ପ୍ରାପ୍ତ ହେବ । ତେବେ ଏହି ସୌଭାଗ୍ୟଶାଳୀ ରାଶିଗୁଡ଼ିକ କ’ଣ କ’ଣ ଆସନ୍ତୁ ଜାଣିବା ।
ମେଷ :
ମେଷ ରାଶିର ବ୍ୟକ୍ତିବିଶେଷମାନଙ୍କ ପାଇଁ ଶ୍ରାବଣ ମାସ ନୂଆ ଆଶା ଓ ସଫଳତା ନେଇ ଆସିବ। ଦୀର୍ଘ ଦିନରୁ ହୋଇପାରୁନଥିବା କାମରେ ହଠାତ୍ ଗତି ଆସିବ ଏବଂ କର୍ମକ୍ଷେତ୍ରରେ ପଦୋନ୍ନତି ସହ ନୂଆ ଦାୟିତ୍ୱ ମିଳିବ।
ବୃଷ :
ବୃଷ ରାଶି ଜାତକର ବ୍ୟକ୍ତିବିଶେଷମାନଙ୍କ ପାଇଁ ଏହି ସମୟ ଆର୍ଥିକ ଉନ୍ନତି ଓ ମାନସିକ ଶାନ୍ତି ଆଣିଦେବ । ଫସି ରହିଥିବା ଟଙ୍କା ଫେରିପାଇବା ସହ ଚାକିରିରେ ଉଚ୍ଚାଧିକାରୀଙ୍କ ପ୍ରଶଂସା ମିଳିବ । ଏହି ସମୟରେ ଶିବଲିଙ୍ଗରେ ବେଲପତ୍ର ଅର୍ପଣ କରିବା ସେମାନଙ୍କ ପାଇଁ ଅତ୍ୟନ୍ତ ଶୁଭଫଳଦାୟୀ ହେବ।
ସିଂହ :
ଏହି ସମୟରେ ସିଂହ ରାଶିର ବ୍ୟକ୍ତିବିଶେଷଙ୍କ ଜାତକର ଆତ୍ମବିଶ୍ୱାସ ଓ ପରାକ୍ରମ ବୃଦ୍ଧି ପାଇବ । କ୍ୟାରିୟରରେ ନୂଆ ନୂଆ ସୁଯୋଗ ମିଳିବ ଏବଂ ବ୍ୟବସାୟର ସମ୍ପ୍ରସାରଣ ହେବ ।
କର୍କଟ :
ମହାଦେବଙ୍କ କୃପାରୁ ଏହି ରାଶିର ଲୋକଙ୍କୁ ଆଧ୍ୟାତ୍ମିକ ଓ ପାରିବାରିକ ସୁଖ ମିଳିବ; ପୁରୁଣା ପାରିବାରିକ ମନୋମାଳିନ୍ୟ ଦୂର ହୋଇ ସମ୍ପର୍କରେ ମଧୁରତା ଆସିବ ।
ମକର :
ମକର ରାଶିର ଜାତକମାନଙ୍କ ପାଇଁ ମଧ୍ୟ ଶ୍ରାବଣ ମାସ ବରଦାନ ସଦୃଶ ହେବ। କର୍ମକ୍ଷେତ୍ରର ପ୍ରତିଯୋଗିତା ଓ ଋଣ ଭାରରୁ ମୁକ୍ତି ମିଳିବା ସହ ଦୀର୍ଘକାଳୀନ ଲକ୍ଷ୍ୟ ପୂରଣ ହେବ। ଶିବଲିଙ୍ଗରେ କଳା ଖସା ଓ ଜଳ ଅର୍ପଣ କରିବା ଦ୍ୱାରା ଶୁଭଫଳ ବୃଦ୍ଧି ପାଇବ ।ଯଦି ଆପଣଙ୍କର ମଧ୍ୟ ଏହି ୫ଟି ରାଶି ମଧ୍ୟରୁ କୌଣସି ଗୋଟିଏ ରାଶି, ତେବେ ଏହି ପବିତ୍ର ମାସରେ ମହାଦେବଙ୍କ ଆରାଧନା କରି ନିଜ ଭାଗ୍ୟକୁ ଆହୁରି ମଜବୁତ୍ କରନ୍ତୁ।

