ବିଶ୍ୱର ସବୁଠୁ ମହଙ୍ଗା କଏନ । ଏମିତି ସେମିତି କଏନ ନୁହେଁ, ପୁରା ଖାଣ୍ଟି ସୁନାରେ ତିଆରି । ଆଉ କିଛି କିଛି କଏନ ବି ଅଛି । ସୁନାରେ ତିଆରି ନହେଲେ ବି ଦାମ ବେସି । କୋଟି କୋଟି ଟଙ୍କାରେ ହୁଏ କାରବାର । ଏପରିକି ଗଡିଛି ଅନେକ ମୁଣ୍ଡ । ଆଉ କାହାର ଘଟିଛି ସର୍ବନାଶ ।
ସବୁଠୁ ମହଙ୍ଗା କଏନ୍ ହେଲା ୧୯୩୩ ଡବଲ ଇଗଲ ଗୋଲ୍ଡ । ଏହା ଏକ ଆମେରିକୀୟ କଏନ୍ । ଯାହାର ମୂଲ୍ୟ 20 ଡଲାର ବା 1500 ଟଙ୍କା । କିନ୍ତୁ ନିଲାମୀ ବେଳେ ଏହାର ଦାମ ସମସ୍ତଙ୍କୁ କରିଥିଲା ଚକିତ । ସାରା ବିଶ୍ୱବାସୀ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଆଉ ହଜି ଯାଇଥିଲା ଅନେକ କୋଟିପତିଙ୍କ ନିଦ ।
୨୦୨୧ରେ ନ୍ୟୁୟର୍କରେ ହୋଇଥିଲା ଏହି କଏନର ନିଲାମୀ । 144 କୋଟି ଟଙ୍କାରେ ଏହାକୁ କିଣିଥିଲେ ଜଣେ ଅରବପତି । ପୂର୍ବରୁ ଏହାର ନିଲାମୀ ଦର ଥିଲା ୧୩୮ କୋଟି । ଯେଉଁଥିରେ କିଣିହେବ 50 ଲାମ୍ଭରଗିନୀ କାର । ଆହୁରି ମଧ୍ୟ ବଙ୍ଗଳା, ପ୍ରାଇଭେଟ୍ ଜେଟ୍ ଭଳି ଜିନିଷ ମଧ୍ୟ ଏହି ମୂଲ୍ୟରେ କିଣା ଯାଇପାରିଥାନ୍ତା ।
ପ୍ରଥମେ ୧୯୩୩ରେ ଏହି କଏନର ହୋଇଥିଲା ପ୍ରଚଳନ । କିଛି ଦିନ ପରେ ଏହାର ପ୍ରଚଳନ ଉପରେ ରୋକ ଲଗାଇଥିଲେ ତତ୍କାଳୀନ ଆମେରିକା ରାଷ୍ଟ୍ରପତି ଫ୍ରାଙ୍କଲିନ୍ ଡି ରୁଜବେଲ୍ଟ । ଅଚଳ ହୋଇଯାଇଥିଲା କଏନ । କିନ୍ତୁ ପରବର୍ତ୍ତୀ ସମୟରେ ବଢିଥିଲା ଏହାର ନିଲାମୀ ଦର । ଦାମୀ ଧାତୁରେ ତିଆରି ହୋଇଥିବାରୁ ଅନେକ ପକାଇଥିଲେ ନଜର । ପ୍ରାଚୀନ ମୁଦ୍ରା ହୋଇଥିବାରୁ ଏହା ଉପରେ ରହିଥିଲା ଅନେକଙ୍କ ଲୋଭ ।
ସେହିପରି ଭାରତରେ ବି ଅନେକ ପୁରୁଣା କଏନ ଅଛି । ଯାହା ଅମୂଲ ମୂଲ । ଚର୍ଚ୍ଚାରେ ରହୁଥିବା ହନୁମାନ କଏନ କୋଟି କୋଟି ଟଙ୍କାରେ ହୁଏ ବିକ୍ରି । ଏଥିରେ ଥିବା ଇରିଡିୟମ ଧାତୁ ପାଇଁ ଏହା ଏତେ ଦାମ । ଏଥିପାଇଁ ଘଟିଛି ଅନେକ ହତ୍ୟାକାଣ୍ଡ । ଗଡ଼ିଛି ଶହ ଶହ ମୁଣ୍ଡ । ଏବେବି ଅନେକ ବ୍ୟକ୍ତି ଦୁର୍ଲଭ ହନୁମାନ କଏନ ଖୋଜିବାରେ ଲାଗିଛନ୍ତି ।

