25.4 C
Odisha
Saturday, May 18, 2024
spot_img

ଖାଆନ୍ତୁ ଏହି ସବୁ ଫଳ ଓ ପରିବା, କେବେ ହେବେନି ବୁଢା

ସମସ୍ତଙ୍କୁ ଦରକାର ସୁନ୍ଦର ଆଉ ଆକର୍ଷଣୀୟ ଚେହେରା । ସବୁଦିନ ଯୁବକ ହୋଇ ରହିବା ଅନେକଙ୍କ ଇଛା । ବୁଢା ହେବାକୁ ପସନ୍ଦ କରନ୍ତିନି କେହି । ପୂର୍ବରୁ ବିଳମ୍ବରେ ଆସୁଥିଲା ବାର୍ଦ୍ଧକ୍ୟ ଅବସ୍ଥା । ଏବେ କିନ୍ତୁ ଜଳବାୟୁ ପରିବର୍ତ୍ତନ, ଖାଦ୍ୟପେୟରେ ଅନିୟମିତତା କାରଣରୁ ଅକାଳରେ ଆସୁଛି ବାର୍ଦ୍ଧକ୍ୟ। ଶୀଘ୍ର ମଧ୍ୟ କମିଯାଉଛି ଆୟୁଷ ।

ତେବେ ଯୁଗଯୁଗ ଧରି ବାର୍ଦ୍ଧକ୍ୟ ଏଡାଇବାକୁ ଚାଲିଛି ପ୍ରୟାସ । କେହି କେହି ଯୋଗ କରୁଛନ୍ତି । ଆଉ କେହି ସୁସ୍ଥ ପରିବେଶରେ ରହୁଛନ୍ତି । ହେଲେ ଆମେ ଆପଣଙ୍କୁ ଦେବୁ କିଛି ସହଜ ଟିପସ । କେଉଁ ପରିବା ଖାଇଲେ ବାର୍ଦ୍ଧକ୍ୟ ମାଡେନି ତାହା କହିବୁ ଆମେ । ଯାହା ଦ୍ୱାରା ଆପଣ ଅକାଳ ବାର୍ଧକ୍ୟକୁ ଅନେକାଂଶରେ ଏଡାଇପାରିବେ ।

ଯଦି ଆପଣ ତ୍ୱଚାର ସବୁଦିନ ଚମକ ରଖିବାକୁ ଖାଆନ୍ତୁ ପାଳଙ୍ଗ ଶାଗ । ପାଳଙ୍ଗକୁ ତରକାରୀ କିମ୍ବା ପରଟା କରି ଖାଇହେବ । ଏଥିରେ ପ୍ରଚୁର ମାତ୍ରାରେ ଆଇରନ ରହିଛି । ଯାହା ଚେହେରାରେ କୁଞ୍ଚ ଆସିବାକୁ ଦିଏ ନାହିଁ । ଶିଶୁଙ୍କ ଭଳି କୋଣଲ ରହିଥାଏ ଚେହେରା । ଆଉ କେଶ ମଧ୍ୟ ଶୀଘ୍ର ଧଳା ପଡେନି ।

ସେହିପରି ଯୁବାବସ୍ଥା ବଜାୟ ରଖିବାକୁ ସବୁଠୁ ଭଲ ଡାଲିମ୍ବ । ଏହା ଖାଇଲେ ଶରୀରରେ ନୂଆ ରକ୍ତ ଆଉ କୋଷ ତିଆରି ହୁଏ । ଶରୀର ରୁକ୍ଷ ପଡେନି । ମୁହଁରେ କୌଣସି ପ୍ୟାକ୍ ଲଗାଉଥିଲେ ଡ଼ାଳିମ୍ବ ରସ ମିଶାଇ ମଧ୍ୟ ଆଫଣ ଲଗାଇପାରିବେ । ସପ୍ତାହରେ ୨-୩ଥର ଡ଼ାଳିମ୍ବ ଖାଇଲେ ଦୂର ହୁଏ ଚର୍ମଜନିତ ଅନେକ ସମସ୍ୟା । ଯଦି ଚର୍ମ ମଳୀନ ପଡିଯାଏ ତାହାଲେ ଏହାକୁ ଦୂର ପାଇଁ ଡାଳିମ୍ବ ରସ ଖୁବ୍ ଭଲ ।

ସବୁଦିନିଆ ପରିବା ଟମାଟ । ଏଥିରେ ଅଛି ପ୍ରଚୁର ମାତ୍ରାରେ ଭିଟାମିନ ବି । ଏହାକୁ ଖାଇବା ଦଳରେ ବଢେ ରୋଗ ପ୍ରତିରୋଧକ ଶକ୍ତି ।ଏଥିରେ ଥିବା ଆଣ୍ଟି ଅକ୍ସିଡାଂଟ ମଧ୍ୟ ବୟସର ଛାପକୁ କରେ କମ  । ତେଣୁ ଅନେକ ବ୍ୟକ୍ତି ଯୁବାବସ୍ଥା ବଜାୟ ରଖିବାକୁ ଖାଦ୍ୟରେ ଟମାଟ ସାମିଲ କରିଥାନ୍ତି । ସାଲାଡ କିମ୍ବା ତରକାରୀରେ ସେମାନେ ଟମାଟ ଖାଇଥାନ୍ତି । ଆଉ କେହିକେହି ଟମାଟୋ ଜୁସ୍ କରି ମଧ୍ୟ ପାନ କରିଥାନ୍ତି ।

Related Articles

LEAVE A REPLY

Please enter your comment!
Please enter your name here

Stay Connected

5,000FansLike
10,000SubscribersSubscribe
- Advertisement -spot_img

ସର୍ବଶେଷ ପ୍ରବନ୍ଧ