ଓଡ଼ିଶାରେ ସରିଲା SIR : କଟିଗଲା କି ଆପଣଙ୍କ ନାଁ? ୨୦ ଲକ୍ଷ ପଡିଛନ୍ତି ବାଦ୍ !

ଭୁବନେଶ୍ୱର: ଓଡ଼ିଶାରେ ୨୦୨୬ ମସିହାର ଭୋଟର ତାଲିକାର ସ୍ୱତନ୍ତ୍ର ଗଭୀର ସଂଶୋଧନ (SIR) ପ୍ରକ୍ରିୟା ଶେଷ ହୋଇଛି। ସେପ୍ଟେମ୍ବର ୨୧ରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇଛି। ଚୂଡ଼ାନ୍ତ ତାଲିକାରେ ରାଜ୍ୟରେ ମୋଟ ୩ କୋଟି ୧୬ ଲକ୍ଷ ୩୨ ହଜାର ୭୫୪ ଜଣ ଭୋଟର ରହିଛନ୍ତି।

୨୦ ଲକ୍ଷରୁ ଅଧିକ ନାମ ବାଦ

ମୁଖ୍ୟ ନିର୍ବାଚନ ଅଧିକାରୀ ଆର. ସନ୍ତାନା ଗୋପାଳନଙ୍କ ସୂଚନା ଅନୁଯାୟୀ, SIR ପୂର୍ବରୁ ରାଜ୍ୟରେ ୩,୩୩,୯୯,୫୯୧ ଜଣ ଭୋଟର ଥିଲେ। ଯାଞ୍ଚ ଓ ସଂଶୋଧନ ପ୍ରକ୍ରିୟାରେ ମୋଟ ୨୦,୫୭,୩୩୪ ଜଣଙ୍କ ନାମ ବାଦ ପଡ଼ିଛି। ଏଥିରୁ ୨୦,୧୨,୫୫୭ ଜଣଙ୍କ ନାମ ଡ୍ରାଫ୍ଟ ରୋଲ୍‌ ପ୍ରକାଶ ପୂର୍ବରୁ ବାଦ ଦିଆଯାଇଥିବା ବେଳେ, ଡ୍ରାଫ୍ଟ ପରେ ଆଉ ୪୪,୭୭୭ ଜଣଙ୍କ ନାମ ବାଦ ପଡ଼ିଛି।

କେଉଁ କାରଣରୁ ବାଦ ପଡ଼ିଲା ନାମ?

ବାଦ ପଡ଼ିଥିବା ଭୋଟରଙ୍କ ମଧ୍ୟରେ ବିଭିନ୍ନ କାରଣ ରହିଛି।

  • ମୃତ୍ୟୁ: ୮,୩୨,୫୪୪
  • ଅନ୍ୟତ୍ର ସ୍ଥାନାନ୍ତର: ୮,୦୮,୨୦୫
  • ଅନୁପସ୍ଥିତ: ୧,୯୯,୨୪୯
  • ଡୁପ୍ଲିକେଟ୍‌ ନାମ: ୧,୫୮,୧୧୮
  • ଅନ୍ୟାନ୍ୟ କାରଣ: ୧୪,୪୪୧

ଏହି ସମସ୍ତ ବର୍ଗକୁ ମିଶାଇ ମୋଟ ୨୦,୫୭,୩୩୪ ଜଣଙ୍କ ନାମ ଚୂଡ଼ାନ୍ତ ତାଲିକାରେ ରହିନାହିଁ।

ଡ୍ରାଫ୍ଟ ତାଲିକା ପରେ ବଢ଼ିଲା ଭୋଟର ସଂଖ୍ୟା

ଜୁଲାଇ ୫ରେ ପ୍ରକାଶିତ ଡ୍ରାଫ୍ଟ ଭୋଟର ତାଲିକାରେ ୩,୧୩,୮୭,୦୩୪ ଜଣ ଭୋଟର ଥିଲେ। ପରବର୍ତ୍ତୀ ସମୟରେ ଦାବି ଓ ଆପତ୍ତିର ଶୁଣାଣି ପରେ ୨,୯୦,୪୯୭ ନୂଆ ନାମ ଯୋଡ଼ାଯାଇଥିବା ବେଳେ ୪୪,୭୭୭ ନାମ ବାଦ ପଡ଼ିଛି। ଫଳରେ ଡ୍ରାଫ୍ଟ ତୁଳନାରେ ଚୂଡ଼ାନ୍ତ ତାଲିକାରେ ନେଟ୍ ୨,୪୫,୭୨୦ ଭୋଟର ବୃଦ୍ଧି ହୋଇଛି।

ରାଜ୍ୟରେ ୪୫,୨୫୦ ପୋଲିଂ ଷ୍ଟେସନ

SIR ପ୍ରକ୍ରିୟା ପରେ ଓଡ଼ିଶାରେ ପୋଲିଂ ଷ୍ଟେସନ୍‌ ସଂଖ୍ୟା ୪୫,୨୫୦କୁ ପୁନଃନିର୍ଦ୍ଧାରଣ କରାଯାଇଛି। ଚୂଡ଼ାନ୍ତ ଭୋଟର ତାଲିକା ପୋଲିଂ ଷ୍ଟେସନ୍‌ ସମେତ ସମ୍ପୃକ୍ତ ନିର୍ବାଚନ କାର୍ଯ୍ୟାଳୟରେ ଉପଲବ୍ଧ ରହିଛି।

SIR ୨୦୨୬ରେ ଜୁଲାଇ ୧, ୨୦୨୬କୁ ଯୋଗ୍ୟତା ତାରିଖ ଭାବେ ଧରାଯାଇଥିଲା ଏବଂ ଏବେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ସହ ପ୍ରକ୍ରିୟା ଶେଷ ହୋଇଛି।

Related Articles

LEAVE A REPLY

Please enter your comment!
Please enter your name here

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ