ଓଡ଼ିଶାରେ ବନ୍ୟା ଆଶଙ୍କା : ମାଡ଼ି ଆସିଲା ପାଣି

ଭୁବନେଶ୍ୱର, ୦୩/୦୯: ଉତ୍ତର ଓଡ଼ିଶାରେ ପୁଣି ବନ୍ୟା ଆତଙ୍କ। ପୂର୍ବରୁ ବନ୍ୟାରୁ ମୁକୁଳି ନଥିବା ଲୋକଙ୍କ ପାଇଁ ନୂଆ ବିପଦ ଆଣିଛି ସୁବର୍ଣ୍ଣରେଖା ନଦୀ। ଝାଡ଼ଖଣ୍ଡରେ ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷା ହେବାରୁ ନଦୀର ଜଳସ୍ତର ବଢ଼ି ବାଲେଶ୍ୱରର ଅନେକ ଅଞ୍ଚଳ ଜଳବନ୍ଦୀ ହୋଇଛି।
ଜାମଶୋଳାଘାଟରେ ସୁବର୍ଣ୍ଣରେଖାର ଜଳସ୍ତର ୫୧.୩୬ ମିଟର ଓ ରାଜଘାଟରେ ୧୧.୬ ମିଟର ରହିଛି। ଫଳରେ ଜଳେଶ୍ୱର, ଭୋଗରାଇ, ବାଲିଆପାଳ ଓ ବସ୍ତା ବ୍ଲକର ନଦୀକୂଳିଆ ଅଞ୍ଚଳରେ ବନ୍ୟାଜଳ ପଶିଛି। ଭୋଗରାଇ ଓ ବାଲିଆପାଳର ୫୦ରୁ ଅଧିକ ପଞ୍ଚାୟତ ପ୍ରଭାବିତ ହୋଇଥିବା ବେଳେ କେବଳ ଭୋଗରାଇରେ ୭୦ ହଜାରରୁ ଅଧିକ ଲୋକ ପାଣି ଘେରରେ ଅଛନ୍ତି।
ପ୍ରଶାସନର ଆକଳନ ଅନୁସାରେ ବାଲେଶ୍ୱରର ୨୧୪ଟି ଗାଁ ଓ ଗୋଟିଏ ପୌର ୱାର୍ଡର ପ୍ରାୟ ୧.୫୮ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି। ଭଦ୍ରକ ଓ ମୟୂରଭଞ୍ଜରେ ମଧ୍ୟ ବର୍ଷାଜଳ ଯୋଗୁଁ ସ୍ଥିତି ଚିନ୍ତାଜନକ ରହିଛି।
ତେବେ ଗୁରୁବାରଠାରୁ ବର୍ଷା କମିବାର ସମ୍ଭାବନା ରହିଛି। ୫ ତାରିଖ ଯାଏ ଉତ୍ତର ଓଡ଼ିଶାର କିଛି ସ୍ଥାନରେ ବର୍ଷା ହେବ। ୮ ତାରିଖ ଯାଏ ବଡ଼ ବର୍ଷାର ଆଶଙ୍କା ନଥିବା ସୂଚନା ମିଳିଛି।

Related Articles

LEAVE A REPLY

Please enter your comment!
Please enter your name here

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ