ଫୁଟବଲ ଛାଡିଲେ ମେସି ! କାନ୍ଦି କାନ୍ଦି ଗଡ଼ିଗଲେ ରୋନାଲ୍ଡୋ, କହିଲେ ଏମିତି

ନୂଆଦିଲ୍ଲୀ, ୦୧/୦୯: ଆର୍ଜେଣ୍ଟିନା ଜର୍ସିରେ ଆଉ ଦେଖିବାକୁ ମିଳିବନି ଫୁଟବଲର ମହାନାୟକ ଲିଓନେଲ ମେସିଙ୍କୁ। ଦୀର୍ଘ ୨୧ ବର୍ଷର ଅନ୍ତର୍ଜାତୀୟ ଯାତ୍ରା ପରେ ମେସି ଆର୍ଜେଣ୍ଟିନା ଜାତୀୟ ଦଳରୁ ଅବସର ଘୋଷଣା କରିଛନ୍ତି। ୩ ପୃଷ୍ଠାର ଏକ ହସ୍ତଲିଖିତ ଚିଠି ମାଧ୍ୟମରେ ସେ ନିଜ ନିଷ୍ପତ୍ତି ଜଣାଇଛନ୍ତି। ତାଙ୍କ ଏହି ଘୋଷଣା ପରେ ବିଶ୍ୱ ଫୁଟବଲରେ ଭାବପ୍ରବଣ ପରିବେଶ ସୃଷ୍ଟି ହୋଇଛି।

୨୦୨୬ ବିଶ୍ୱକପ୍‌ ଫାଇନାଲରେ ସ୍ପେନ୍‌ଠାରୁ ଆର୍ଜେଣ୍ଟିନା ପରାସ୍ତ ହେବା ପରେ ମେସି ଏହି ନିଷ୍ପତ୍ତି ନେବାକୁ ମନସ୍ଥ କରିଥିଲେ। ତାଙ୍କ ଚିଠି ଅନୁସାରେ, ଫାଇନାଲ ପରେ ହିଁ ସେ ଅବସର ସମ୍ପର୍କିତ ବାର୍ତ୍ତା ଲେଖିଥିଲେ। ପରବର୍ତ୍ତୀ ସମୟରେ ତାଙ୍କ ବାପା ଜର୍ଜ ମେସିଙ୍କ ମୃତ୍ୟୁ ଏହି ନିଷ୍ପତ୍ତିକୁ ଆହୁରି ଦୃଢ଼ କରିଥିବା ଜଣାପଡ଼ିଛି।

ନିଜ ବିଦାୟ ବାର୍ତ୍ତାରେ ମେସି କହିଛନ୍ତି ଯେ ଏହା ତାଙ୍କ ପାଇଁ ସହଜ ନିଷ୍ପତ୍ତି ନୁହେଁ। ଜାତୀୟ ଦଳ ପାଇଁ ଖେଳିବା ସବୁବେଳେ ତାଙ୍କର ସବୁଠାରୁ ବଡ଼ ଗର୍ବ ରହିଆସିଛି। ଆର୍ଜେଣ୍ଟିନା ଜର୍ସି ପିନ୍ଧି ପଡ଼ିଆକୁ ଓହ୍ଲାଇବାବେଳେ ଦେଶବାସୀଙ୍କୁ ଖୁସି କରିବା ଏବଂ ଦେଶ ପାଇଁ ଗର୍ବ ଆଣିବା ହିଁ ତାଙ୍କର ମୁଖ୍ୟ ଲକ୍ଷ୍ୟ ଥିଲା।

ମେସିଙ୍କ ଅନ୍ତର୍ଜାତୀୟ କ୍ୟାରିୟର ଅନେକ ଉତ୍‌ଥାନ-ପତନର ସାକ୍ଷୀ ରହିଛି। ଆରମ୍ଭରେ ବିଫଳତା ଓ ନିରାଶା ମିଳିଥିଲେ ମଧ୍ୟ ଶେଷରେ ସେ ଆର୍ଜେଣ୍ଟିନାକୁ ୨୦୨୧ ଓ ୨୦୨୪ କୋପା ଆମେରିକା ଏବଂ ୨୦୨୨ ବିଶ୍ୱକପ୍‌ ଜିତାଇଥିଲେ। ୨୦୨୬ରେ ମଧ୍ୟ ସେ ଦଳକୁ ବିଶ୍ୱକପ୍‌ ଫାଇନାଲ ପର୍ଯ୍ୟନ୍ତ ନେଇଥିଲେ।

ନିଜ ବିଦାୟ ସମୟରେ ମେସି ଆଗାମୀ ପିଢ଼ିର ଖେଳାଳିଙ୍କ ପାଇଁ ରାସ୍ତା ଛାଡ଼ିବାକୁ ଚାହୁଁଥିବା ସଙ୍କେତ ଦେଇଛନ୍ତି। ତାଙ୍କ ମତରେ, ଦଳରେ ଅନେକ ପ୍ରତିଭାବାନ ଯୁବ ଖେଳାଳି ଆସୁଛନ୍ତି ଏବଂ ସେମାନେ ନିଜକୁ ପ୍ରମାଣ କରିବାର ସୁଯୋଗ ପାଇବା ଉଚିତ।

ସେହିପରି ଦୀର୍ଘ ବର୍ଷ ଧରି ମିଳିଥିବା ଭଲପାଇବା ଓ ସମର୍ଥନ ପାଇଁ ମେସି ଆର୍ଜେଣ୍ଟିନାବାସୀ ଏବଂ ପ୍ରଶଂସକଙ୍କୁ କୃତଜ୍ଞତା ଜଣାଇଛନ୍ତି। ପରିବାର, କୋଚ୍‌, ସାଥୀ ଖେଳାଳି ଏବଂ ଦଳ ସହ ଜଡ଼ିତ ସମସ୍ତଙ୍କୁ ମଧ୍ୟ ସେ ଧନ୍ୟବାଦ ଦେଇଛନ୍ତି।

ତେବେ ମେସିଙ୍କ ଏହି ଅବସର କେବଳ ଏକ ଖେଳାଳିଙ୍କ ବିଦାୟ ନୁହେଁ, ବରଂ ଆର୍ଜେଣ୍ଟିନା ଫୁଟବଲର ଏକ ସ୍ୱର୍ଣ୍ଣିମ ଅଧ୍ୟାୟର ଅନ୍ତ। ତଥାପି ସେ କ୍ଲବ୍‌ ଫୁଟବଲରୁ ଅବସର ଘୋଷଣା କରିନାହାନ୍ତି ଏବଂ ଇଣ୍ଟର ମିଆମି ପାଇଁ ଖେଳିବା ଜାରି ରଖିବେ।

Related Articles

LEAVE A REPLY

Please enter your comment!
Please enter your name here

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ