25.4 C
Odisha
Saturday, May 18, 2024
spot_img

ଟମାଟୋ ପାଇଁ କ୍ଷେତରେ ଲାଗିଲା ସିସିଟିଭି

ଦର୍ଶକବନ୍ଧୁ ଆପଣମାନେ ଟମାଟୋ କଥା ତ ଜାଣିଥିବେ । ଏବେ ଆଉ ଟମାଟୋରେ କେହି ହାତ ଲଗାଇପାରୁନାହାନ୍ତି । ଟମାଟୋ ଯେମିତି ଲାଲ ତାର ଦାମ ବି ସେତିକି ଲାଲ । ଘରକୁ କେବେ ଟମାଟୋ ଆସିଥିଲା ତାହା ବି ଭୁଲିଗଲେଣି ଗୃହିଣୀ । ଖାଲି ଏତିକି ନୁହେଁ ଖାଇବାରୁ ଟମାଟୋର ସ୍ଥାନ ଉଭାନ ହୋଇଥିବା ବେଳେ ମିଲ୍ସ ରେ ବି ଆଉ ଟମାଟୋ ନାହିଁ । ହେଲେ ଦାମ କିନ୍ତୁ ବଢାଇ ଦେଇଛନ୍ତି ହୋଟେଲ ମାଲିକ । ଏମିତି ଅନେକ ଖବର ପ୍ରତିଦିନି ସାମ୍ନାକୁ ଆସୁଛି ।

ହେଲେ ବର୍ତମାନ ସମୟରେ ଆଉ ଗୋଟିଏ ଖବର ବେଶି ଚର୍ଚାରେ ରହିଛି ଏହି ଟମାଟୋକୁ ନେଇ । ତାହା ହେଲା ଏବେ ଟମାଟୋ ସୁରକ୍ଷାରେ ଅଛି ସିସିଟିଭି । ଟମାଟୋକୁ ଯେମିତି କିଏ ଚୋରି କରି ନନେବ, ସେଥିପାଇଁ ଜଣେ ଚାଷୀ ଏବେ କ୍ଷେତରେ ସିସିଟିଭି କ୍ୟାମେରା ଲଗାଇଛନ୍ତି । ଏହି ଖବର ଶୁଣି ଆପଣ ହୁଏତ ଚକିତ ହେଉଥିବେ, ମାତ୍ର ଏହି ଘଟଣାଟି ସତ । ମହାରାଷ୍ଟ୍ରରୁ କିଛି ଏମିତି ଖବର ଲୋକଲୋଚନକୁ ଆସିଛି । ସେଠାରେ ଜଣେ ଚାଷୀ ଟମାଟୋ ଉପରେ ନଜର ରଖିବା ପାଇଁ ଏବଂ ଚୋରଙ୍କ ଠାରୁ ଟମାଟୋକୁ ରକ୍ଷା କରିବା ପାଇଁ ନିଜ କ୍ଷେତରେ ସିସିଟିଭି କ୍ୟାମେରା ଲଗାଇଛନ୍ତି । ଯେଉଁଥିପାଇଁ ତାଙ୍କୁ ଖର୍ଚ୍ଚ କରିବାକୁ ପଡିଛି ପ୍ରାୟ ୨୨ ହଜାର ଟଙ୍କା ।

ତେବେ ଏହି ଘଟଣାର ପୁରା ମାମଲା କଣ ଆସନ୍ତୁ ଜାଣିବା । ଔରଙ୍ଗାବାଦରୁ ପ୍ରାୟ ୨୦ କିମି ଦୂରରେ ଥିବା ଶାହପୁରବଂଜ ଗାଁର ଶରଦ ରାବଟେ ନାମକ ଜଣେ ଚାଷୀ ଦେଢ ଏକର ବିଲରେ ଟମାଟୋ ଚାଷ କରିଛନ୍ତି । ଆଉ ଏବେ ଟମାଟୋର ଦାମ ରହିଛି ଢେର୍ ବେଶି । କାଳେ କିଏ ଚୋରି କରିନେବ, ସେଥିପାଇଁ ସେ ଟଙ୍କା ଖର୍ଚ କରି ଲଗାଇଛନ୍ତି ସିସିଟିଭି । କାରଣ ଦେଖିବାକୁ ଗଲେ, ସେ ଏହି ଟମାଟୋ ବିକ୍ରି କରି ପ୍ରାୟ ୬ରୁ ୭ ଲକ୍ଷ ଟଙ୍କା କମାଇପାରିବେ । ଏସବୁ ଚିନ୍ତା କରି ଟଙ୍କା ଖର୍ଚ ହେଉ ପଛେ, କିନ୍ତୁ ଚୋରି ନହେଉ ଭାବି ସେ କ୍ୟାମେରା ଲଗାଇ ଦେଇଛନ୍ତି । ଏମିତିରେ ବି ପୂର୍ବରୁ ତାଙ୍କ କ୍ଷେତରୁ ପ୍ରାୟ ୨୫ କିଲୋ ଟମାଟୋ କିଏ ଚୋରି କରିନେଇସାରିଛି । ସେଥିପାଇଁ ବାଧ୍ୟ ହୋଇ ସେ କ୍ୟାମେରା ଲଗାଇଥିବା କହିଛନ୍ତି ।

ତେବେ ଶରଦ ଆହୁରି ମଧ୍ୟ କହିଛନ୍ତି କି, କ୍ଷେତରେ ଲାଗିଥିବା କ୍ୟାମେରା ସୌରଚାଳିତ । ଏଥିପାଇଁ ବିଦ୍ୟୁତ ବିଲ କଥା ମୋତେ ଏବେ ଚିନ୍ତା କରିବାକୁ ଆଉ ପଡିବ ନାହିଁ । ଏବେ ମୁଁ କ୍ୟାମେରା ସାହାଯ୍ୟରେ ନିଜ ଫୋନରେ କେଉଁଠୁ ବି ଟମାଟୋ ଉପରେ ନଜର ରଖିପାରିବି ।
ସେପଟେ ଟମାଟୋ ମୂଲ୍ୟକୁ ନେଇ ଅନେକ ବିଶେଷଜ୍ଞ କହିଛନ୍ତି ଯେ, ଆସନ୍ତା ସମୟରେ ଟମାଟୋର ଦାମ ଆହୁରି ବଢିପାରେ । ଖାଲି ଏତକି ନୁହେଁ, ବର୍ଷା ପାଇଁ ଏବେ ନୂଆ ଫସଲ କରିବାର ସମ୍ଭାବନା ବି ନାହିଁ ।

ଏମିତିରେ ଯଦି କହିବା, ଟମାଟୋର ମୂଲ୍ୟ ଆକାଶ ଛୁଆଁ ହେବା ପରେ ଟମାଟୋ ଚୋରି ହେବା ନେଇ ଅନେକ ଖବର ଗଣମାଧ୍ୟମ ସାମ୍ନାକୁ ଆସିଛି । ଏହାପୂର୍ବରୁ କର୍ଣ୍ଣାଟକର ହସନ ଜିଲ୍ଲାରେ ଚୋରମାନେ ଏକ କ୍ଷେତରୁ ପ୍ରାୟ ଅଢେଇ ଲକ୍ଷ ଟଙ୍କାର ଟମାଟୋ ଚୋରି କରିଥିବା ଖବର ସାମ୍ନାକୁ ଆସିଥିଲା ।
ତେବେ ଦର୍ଶକବନ୍ଧୁ ଟମାଟୋକୁ ନେଇ ଏହି ଖବର ଉପରେ ଆପଣଙ୍କ ମତାମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାନ୍ତୁ ।

Related Articles

LEAVE A REPLY

Please enter your comment!
Please enter your name here

Stay Connected

5,000FansLike
10,000SubscribersSubscribe
- Advertisement -spot_img

ସର୍ବଶେଷ ପ୍ରବନ୍ଧ