29.6 C
Odisha
Saturday, May 18, 2024
spot_img

ଚିରାଫଟା ଡ୍ରେସ ପିନ୍ଧି ଯାଇପାରିବେନି ଏହି ମନ୍ଦିର

ଦର୍ଶକବନ୍ଧୁ ଆଜିକାଲି ସମସ୍ତେ ନୂଆ ନୂଆ ଡ୍ରେସ ଓ ଅଜବଗଜବ ଡ୍ରେସ ପିନ୍ଧିବାକୁ ଭାରି ପସନ୍ଦ କରୁଛନ୍ତି । ଅବଶ୍ୟ ଏମିତି ଡ୍ରେସ ପିନ୍ଧିବାରେ କିଛି ଅସୁବିଧା ନାହିଁ । ମାତ୍ର ଦର୍ଶନୀୟସ୍ଥାନକୁ ଏମିତି ଡ୍ରେସ ପିନ୍ଧି ଯିବା ଦେଖିବାକୁ ଗଲେ ଉଚିତ ନୁହେଁ । ଯେଉଁ ଡ୍ରେସ ପିନ୍ଧିବା ଦ୍ୱାରା ଅଙ୍ଗ ପ୍ରଦର୍ଶିତ ହେଉଛି ତାକୁ ନେଇ ଅନେକ ମନ୍ଦିରରେ ରହିଛି କଟକଣା । ସବୁ ମନ୍ଦିରରେ ଏଭଳି ଚିରାଫଟା ଡ୍ରେସ, ଛୋଟ ଡ୍ରେସ ପିନ୍ଧି ଯିବା ଉପରେ କଟକଣା ଲାଗିଥିବା ଆପଣମାନେ ଜାଣିଥିବେ । ଉଦାହରଣ ସ୍ୱରୂପ ଆପଣ ତିରୁପତି ବାଲାଜୀଙ୍କ ମନ୍ଦିରକୁ ମଧ୍ୟ ନେଇପାରନ୍ତି । ସେହି ମନ୍ଦିରରେ କେବଳ ଶାଢୀ, ଚୁଡିଦାର ଫୁଲ ଡ୍ରେସ ବ୍ୟତୀତ ଆଉ କିଛି ଡ୍ରେସ ପାଇଁ ଅନୁମତି ନାହିଁ । ଏମିତିକି ଆପଣ ଫୁଲ ଜିନ୍ସ ପିନ୍ଧି ବି ଯାଇପାରିବେନି । ଏହିପରିପ୍ରେକ୍ଷୀରେ ଯଦି ଆପଣ ଉତ୍ତରାଖଣ୍ଡର ନୈନିତାଲ ଜିଲ୍ଲାରେ ଥିବା ବିଶ୍ୱ ପ୍ରସିଦ୍ଧ କାଞ୍ଚି ଧାମ ମନ୍ଦିରରେ ବାବା ନିବ କରୋରୀ ମହାରାଜଙ୍କୁ ଦର୍ଶନ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ନିହାତି ଜରୁରୀ । କାରଣ ମନ୍ଦିରରେ ପ୍ରବେଶ ପାଇଁ ଏବେ କଡ଼ା କଡ଼ି ହୋଇଛି ନିୟମ । ଯଦି ଆପଣ ମର‌୍ୟ୍ୟଦାହୀନ ପୋଷାକ ବା ଅତ୍ୟାଧୁନିକ କୁହଯାଉଥିବା ପୋଷାକ ପିନ୍ଧି ମନ୍ଦିରକୁ ଆସୁଛନ୍ତି, ତେବେ ଆପଣକୁ ପ୍ରବେଶ ଅନୁମତି ମିଳିବ ନାହିଁ । ଏନେଇ ଏକ ବଡ଼ ନିଷ୍ପତ୍ତି ନେଇଛି ମନ୍ଦିର କମିଟି । ବୋର୍ଡ ପକ୍ଷରୁ ଆଲୋଚନା ପରେ ଏହି ନିଷ୍ପତ୍ତି ନିଆଯାଇଛି ଏବଂ ଏନେଇ ଏକ ଘୋଷଣାନାମା ମଧ୍ୟ ପ୍ରକାଶ ପାଇଛି ।

ଖାଲି ଏଇ ଗୋଟିଏ ନିୟମ ନୁହେଁ, ଅନେକ ନିୟମକୁ କଡ଼ା କଡ଼ି କରାଯିବା ସହ ଅନେକ ନୂଆ ନିୟମ ମଧ୍ୟ ମନ୍ଦିର ସୁରକ୍ଷା ଓ ମର‌୍ୟ୍ୟାଦା ପାଇଁ ଲାଗୁ କରାଯାଇଛି । ଅନ୍ୟ ନିୟମଟି ହେଲା କୌଣସି ଶ୍ରଦ୍ଧାଳୁ ତଥା ଭକ୍ତ ମନ୍ଦିର ଭିତରେ କୌଣସି ପ୍ରକାର ଫଟୋଗ୍ରାଫି ବା ଭିଡିଓଗ୍ରାଫି କରିପାରିବେ ନାହିଁ । ଯଦି କୌଣସି ଭକ୍ତ ଲୁଚା ଛପାରେ ଏଭଳି ନିୟମ ଉଲଂଘନ କରୁଥିବା ଦେଖାଯାନ୍ତି ତେବେ ସେମାନଙ୍କୁ ମୋଟା ଅଙ୍କର ଜରିମାନା ସହ ସେମାନଙ୍କ ବିରୋଧରେ କର‌୍ୟ୍ୟାନୁଷ୍ଠାନ ନିଆଯିବାର ବ୍ୟବସ୍ଥା ମଧ୍ୟ ରହିଛି ।

ମନ୍ଦିର କମିଟିର ସଦସ୍ୟ ପ୍ରଦୀପ ଶାହା କହିଛନ୍ତି ଯେ ବାବା ନିବ କରୋରୀ ମହାରାଜ ଭଗବାନ ହନୁମାନଙ୍କ ଅବତାର ଭାବରେ ଜଣାଶୁଣା। ବାବା ନିବ କରୋରୀ ମହାରାଜ ତାଙ୍କର ଚମତ୍କାର ଶକ୍ତି ପାଇଁ ମଧ୍ୟ ଜଣାଶୁଣା । ଏପରି ପରିସ୍ଥିତିରେ ଅଣପାରମ୍ପରିକ ପୋଷକ ପିନ୍ଧି ଆସିଲେ, ମନ୍ଦିର ଭିତରକୁ ପ୍ରବେଶ ଅନୁମତି ଦିଆଯିବ ନାହିଁ । ମନ୍ଦିର କମିଟି ଅନୁଯାୟୀ, ଭକ୍ତମାନେ ଛୋଟ ପୋଷାକ, ଚିରା ଜିନ୍ସ କିମ୍ବା ନାଇଟ୍ ସୁଟ ପିନ୍ଧି ମନ୍ଦିରକୁ ଆସିପାରିବେ ନାହିଁ ।

Related Articles

LEAVE A REPLY

Please enter your comment!
Please enter your name here

Stay Connected

5,000FansLike
10,000SubscribersSubscribe
- Advertisement -spot_img

ସର୍ବଶେଷ ପ୍ରବନ୍ଧ