35.7 C
Odisha
Friday, March 6, 2026

ଘରେ ରଖନ୍ତୁ ଏହି ଲାଫିଂ ବୁଦ୍ଧ : ଦୂର ହେବ ସବୁ ଦୁଃଖ, କେବେ କମିବନି ଟଙ୍କା

ଲାଫିଙ୍ଗ ବୁଦ୍ଧଙ୍କୁ କୁହାଯାଏ ସମୃଦ୍ଧିର ପ୍ରତୀକ । ଘର ହେଉ କି ଦୋକାନ, ଅନେକ ସ୍ଥାନରେ ଲାଫିଙ୍ଗ ବୁଦ୍ଧଙ୍କୁ ଦେଖିବାକୁ ମିଳେ । ପେଙ୍ଗସୁଇ ଅନୁସାରେ ଘରେ ଏହି ମୂର୍ତ୍ତି ରଖିଲେ ଆସେ ଶାନ୍ତି ଆଉ ଧନ ।  ଦୁର ହୁଏ ନକରାତ୍ମକ ଶକ୍ତି । ତେବେ ଆଜକାଲି ମିଳୁଛି ଅନେକ ପ୍ରକାରର ଲାଫିଙ୍ଗ ବୁଦ୍ଧ ମୂର୍ତ୍ତି । ଆସନ୍ତୁ ଜାଣିବା ଘରେ କେଉଁ ମୂର୍ତ୍ତି ରଖିଲେ ମିଳେ କିପରି ଫାଇଦା ।

ଦୁଇ ହାତ ଉପରକୁ କରିଥିବା ଲାଫିଙ୍ଗ୍‌ବୁଦ୍ଧ ହେଉଛନ୍ତି ସୌଭାଗ୍ୟର ପ୍ରତୀକ । ଏହି ମୂର୍ତ୍ତି ଦୋକାନରେ ରଖିବା ଦ୍ବାରା ବ୍ୟବସାୟରେ ହୁଏ ଲାଭ । ରହେନି  ଅର୍ଥର ଅଭାବ । କୁଦୃଷ୍ଟିକୁ ଦୂରେଇବା ପାଇଁ ଦୋକାନ କିମ୍ବା ଅଫିସ୍‌ରେ ଥଳି ଧରିଥିବା ଲାଫିଙ୍ଗ ବୁଦ୍ଧଙ୍କ ମୂର୍ତ୍ତି ରଖିଲେ ମିଳେ ଲାଭ ।

ସେହିପରି ଶୟନରତ ଲାଫିଙ୍ଗ୍‌ବୁଦ୍ଧ ମୂର୍ତ୍ତି ବ୍ୟବସାୟ ପାଇଁ ଖୁବ ଭଲ। ଏହି ମୂର୍ତ୍ତି ରଖିଲେ ହୁଏନି କ୍ଷତି । ଲକ୍ଷ୍ମୀଙ୍କ ଆଶିଷ ମିଳେ । କିନ୍ତୁ ଯଦି ଆପଣ ଧନର ଅଭାବ ଦୂର କରିବା ପାଇଁ ଚାହୁଁଛନ୍ତି, ତେବେ ରଖନ୍ତୁ ଟଙ୍କା ଗଣ୍ଠିଲି ଧରିଥିବା ଲାଫିଙ୍ଗ୍‌ବୁଦ୍ଧ ମୂର୍ତ୍ତି। ଏହାଦ୍ୱାରା ଜୀବନରେ କେବେ ଆର୍ଥିକ ସଙ୍କଟର ସାମ୍ନା କରିବାକୁ ପଡିବ ନାହିଁ ।

ବୁଦ୍ଧଙ୍କ ମୂର୍ତ୍ତି ଆଣିଥାଏ ପାରିବାରରେ ସୁଖ ଆଉ ସମୃଦ୍ଧି । ଘରେ ସୁଖ ବୃଦ୍ଧି ଏବଂ ସନ୍ତାନ ପ୍ରାପ୍ତି ପାଇଁ ଶିଶୁଙ୍କ ସହିତ ବସିଥିବା ଲାଫିଙ୍ଗ୍‌ବୁଦ୍ଧଙ୍କ ମୂର୍ତ୍ତି ରଖନ୍ତୁ ନିଶ୍ଚୟ ।ସେହିପରି ନକାରାତ୍ମକ ଶକ୍ତି ଓ ଗୁଣିଗାରେଡ଼ିର ପ୍ରଭାବ ହ୍ରାସ ପାଇଁ ଡ୍ରାଗନ୍‌ଉପରେ ବସିଥିବା ଲାଫିଙ୍ଗ୍‌ବୁଦ୍ଧଙ୍କ ମୂର୍ତ୍ତିକୁ ରାଖପାରିବେ । ଏହା ଅନେକ ଲାଭଦାୟକ ହୋଇଥାଏ ।

ଅନେକଙ୍କ ଘରେ କଳହ ଲାଗି ରହିଥାଏ । ସୁଖ ଆସେନି । ଦୁଃଖ ଯାଏନି । ଏହି ସମସ୍ୟା ଦୂର ପାଇଁ ଘରର ମୁଖ୍ୟ କୋଠରିରେ ଲାଫିଙ୍ଗ୍‌ବୁଦ୍ଧଙ୍କ ମୂର୍ତ୍ତି ରଖନ୍ତୁ ।  ଯଦି କାର୍ଯ୍ୟକ୍ଷମତା ବଢ଼ାଇବାକୁ ଚାହୁଁଛନ୍ତି ତାହାଲେ  ଧାତୁରେ ତିଆରି ଲାଫିଙ୍ଗ୍‌ବୁଦ୍ଧଙ୍କ ମୂର୍ତ୍ତି ଅତ୍ୟନ୍ତ ଶୁଭଙ୍କର। ଏହା ଅନ୍ୟାନ୍ୟ ଫାଇଦା ମଧ୍ୟ ପ୍ରଦାନ କରିଥାଏ ।

ଘରେ ଧ୍ୟାନମୁଦ୍ରାରେ ବସିଥିବା ଲାଫିଙ୍ଗ୍‌ବୁଦ୍ଧଙ୍କ ମୂର୍ତ୍ତି ଥିଲେ ଦୂର ହୁଏ ଅବସାଦ । ଶାନ୍ତ ରହେ ମନ । ଯଦି ଡଙ୍ଗା ଉପରେ ବସିଥିବା ଲାଫିଙ୍ଗ୍‌ବୁଦ୍ଧଙ୍କ ମୂର୍ତ୍ତି ରଖୁଛନ୍ତି ତେବେ ସମାଜରେ ବଢେ ମାନ ଆଉ ଗାରିମା । ସବୁଠି ମର୍ଯ୍ୟାଦା ବୃଦ୍ଧି ପାଇଥାଏ ।

Related Articles

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ