40.3 C
Odisha
Thursday, April 16, 2026

ଇନଫେକସନ ହୋଇପାରେ ଆପଣଙ୍କ କିଡନୀ, କରନ୍ତୁ ନାହିଁ ଏପରି କାମ

ଟିଭି ଜଗତର ଫେମସ ଆକ୍ଟ୍ରେସ ଶିବାଙ୍ଗୀ ଯୋଶୀ କିଡନୀ ଇନଫେକ୍ସନ ପାଇଁ ହସ୍ପିଟାଲରେ ଭର୍ତି ହୋଇଛନ୍ତି । ଏହି ଖବର ସୋସିଆଲ ମିଡିଆ ଜରିଆରେ ଅଭିନେତ୍ରୀ ଜଣକ ନିଜ ଫ୍ୟାନ୍ସଙ୍କ ସହ ସେୟାର କରିଛନ୍ତି । ଡାକ୍ତର, ବନ୍ଧୁ, ପରିବାର ଲୋକଙ୍କ ପାଇଁ ଏବେ ସେ ସୁସ୍ଥ ଅନୁଭବ କରୁଥିବା କହିଛନ୍ତି । ଏହାସହ ସମସ୍ତେ ନିଜ ସ୍ୱାସ୍ଥ୍ୟର ଯତ୍ନ ନେବାକୁ ପରାମର୍ଶ ଦେଇଛନ୍ତି ଶିବାଙ୍ଗୀ ।
ଏମିତିରେ କହିବାକୁ ଗଲେ କିଡନୀ ହେଉଛି ଆମ ଶରୀରର ମହତ୍ୱପୂର୍ଣ୍ଣ ଅଙ୍ଗ । ଏହାର ମୁଖ୍ୟ କାମ ହେଲା ରକ୍ତ ସଫା କରିବା ଓ ଶରୀରର ଅନାବଶ୍ୟକ ପଦାର୍ଥକୁ ୟୁରିନ ଯୋଗେ ବାହାର କରିବା । କାରଣ କିଡନୀ ଶରୀରରେ ବ୍ଲଡ ପ୍ରେସରକୁ ରେଗୁଲେଟ ଓ ଲାଲ ରକ୍ତ କୋଷିକା ନିର୍ମାଣ ସହ ପିଏଚ ଲେବୁଲ କଣ୍ଟ୍ରୋଲ କରିବାରେ ଏହା ସାହାଯ୍ୟ କରେ । କିଡନୀରେ କୌଣସି ପ୍ରକାରର ସମସ୍ୟା ଆସିଲେ ଅନେକ ପ୍ରକାରର ରୋଗ ସାମ୍ନା କରିବାକୁ ପଡେ । ଏମିତିରେ ଯଦି କିଛି ସମସ୍ୟା ଆସେ, ତାହେଲେ ଶରୀରରେ ତାର ଲକ୍ଷଣ ଦେଖାଦିଏ । ସେଥିପାଇଁ ଏହିସବୁ ଲକ୍ଷଣକୁ ଏଡାଇବା ପରିବର୍ତେ ଡାକ୍ତରଙ୍କ ସହ ପରାମର୍ଶ କରି ସମୟ ଥାଉ ଥାଉ ଚିକିତ୍ସା କରାଇନେବା ଜରୁରୀ । ଯଦି ଆପଣ ଏହାକୁ ଅଣଦେଖା କରୁଛନ୍ତି, ତେବେ ବ୍ୟାକ୍ଟେରିଆ ପୁରା ଶରୀରକୁ ବ୍ୟାପି ଯାଇପାରେ । ଯାହାଦ୍ୱାରା କିଡନୀ ବି ଡ୍ୟାମେଜ ହୋଇପାରେ । ତେବେ ଏହାକୁ ଆଣ୍ଟିବାୟୋଟିକ୍ସ ସାହାଯ୍ୟରେ ଆପଣ ଚାହିଁଲେ ରୋକିପାରିବେ ।
ତାହେଲେ କିଡନୀ ଇନଫେକ୍ସନର କଣ ସବୁ ଲକ୍ଷଣ
ଶରୀରରୁ ବିଷାକ୍ତ ପଦାର୍ଥ ବାହାରି ନ ପାରିଲେ ପାଦ, ଆଖି ଫୁଲିଥାଏ । କିଡନୀ ଲାଲ ରକ୍ତ କୋଷିକା ସୃଷ୍ଟି କରେ । ହେଲେ ଏହାର ଅଭାବ କାରଣରୁ ଏନିମିଆ ହୋଇପାରେ । ମସ୍ତିଷ୍କ ଓ ମାଂସପେଶୀ ଯାଏଁ ପହଂଚୁଥିବା ଅକ୍ସିଜେନ ଓ ପୋଷକ ତତ୍ୱରେ ମଧ୍ୟ ବାଧା ସୃଷ୍ଟି ହୋଇଥାଏ । ଯେଉଁଥିପାଇଁ ଆପଣ ଥକାପଣ ଅନୁଭବ କରନ୍ତି । ଏହାକୁ ବାଦ ଦେଲେ କିଡନୀରେ କୌଣସି ପ୍ରକାର ସମସ୍ୟା ଦେଖାଦେଲେ ୟୁରିନରେ ପରିବର୍ତନ ଦେଖାଦିଏ । କେବେ କେବେ ୟୁରିନରେ ରକ୍ତ ପଡିବା ଭଳି ସମସ୍ୟାର ବି ସାମ୍ନା କରିବାକୁ ପଡେ । ଫ୍ଲୁଏଡ ବାଲାନ୍ସ କରିବା କାମ କରିଥାଏ କିଡନୀ । ହେଲେ କିଡନୀ ଖରାପ ହେଲେ ଫୁସଫୁସରେ ଫ୍ଲୁଏଡ ଜମିବା ଆରମ୍ଭ ହୁଏ । ଯାହାଦ୍ୱାରା ନିସ୍ୱାସପ୍ରଶ୍ୱାସରେ କଷ୍ଟ ଅନୁଭବ ହୁଏ । ଯଦି ଆପଣଙ୍କ ସ୍କିନ ବହୁତ ଡ୍ରାଏ ରହିବା ସହ କୁଣ୍ଡେଇ ହେଉଚି, ତେବେ ଏହା କିଡନୀ ରୋଗର ସଂକେତ ହୋଇପାରେ ।

ଏସବୁରୁ ବର୍ତିବା ପାଇଁ ନିହାତି ଭାବରେ ହେଲଦି ଡାଏଟ ନେବା ଜରୁରୀ । ଲୁଣ କମ ଖାଇବା ଦରକାର । ନିୟମିତ ଭାବରେ ବ୍ୟାୟାମ ସହ ଧୂମ୍ରପାନ ସେବନ ବନ୍ଦ କରିବା ଆବଶ୍ୟକ । ସେହିପରି ପେନ କିଲର ଔଷଧର ବ୍ୟବହାର ଯଥାସମ୍ଭବ କମ କରିବା ଦରକାର । କାରଣ ଏହାଦ୍ୱାରା କିଡନୀକୁ କ୍ଷତି ପହଂଚିଥାଏ ।

Related Articles

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ