35.4 C
Odisha
Saturday, March 7, 2026

ସର୍ଫରାଜଙ୍କ କ୍ୟାରିଅର ପାଇଁ ବାଧକ ଚେତନ ଶର୍ମା

ଭାରତୀୟ ଟିମରେ ଲଗାତର ଭାବେ ଗୋଟିଏ ନାମ ସିଲେକ୍ସନରେ ସାମିଲ ନ ହେବାକୁ ନେଇ ଚର୍ଚ୍ଚା ଜୋର ହେଉଛି । ଆଉ ସେହି ନାଁ ହେଲା ସର୍ଫରାଜ ଖାନ । ଘରୋଇ ସ୍ତରରେ ଧୂଆଁଧର ରେକର୍ଡ କରିଥିବା ସର୍ଫରାଜ ଖାନଙ୍କୁ ନ୍ୟାସନାଲ ଟିମରେ ସ୍ଥାନ ମିଲିପାରୁନାହିଁ । ଏହାକୁ ନେଇ ଅନେକ ସମୟରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ହେଲେ ରବିବାର ବିସିସିଆଇର ଏକ ସୂତ୍ରରୁ ଯାହା ଖୁଲାସା କରାଯାଇଚି, ବାସ୍ତବରେ ତାହା ଆଶ୍ଚର୍ଯ୍ୟକର ଥିଲା । ସୂତ୍ର ମୁତାବିକ, ସରଫରାଜ ଖାନଙ୍କ ନିଜ ପାରି ମଧ୍ୟରେ ସେଲିବ୍ରେସନ ହିଁ ତାଙ୍କୁ କୁଆଡେ ମହଙ୍ଗା ପଡି ଯାଇଚି । ବାସ୍ତବରେ ଦିଲୀ ବିପକ୍ଷରେ ରଣଜୀ ମ୍ୟାଚରେ ଶତକ କରିବା ପରେ ସରଫରାଜ ଷ୍ଟାଣ୍ଡ ଆଡକୁ ଆଙ୍ଗୁଠି ଦେଖାଇ ସେଲିବ୍ରେସନ କରିଥିଲେ । ଆଉ ସେହି ଷ୍ଟାଣ୍ଡରେ ବସିଥିବା ତତ୍କାଳୀନ ଚିଫ ସିଲେକ୍ଟର ଚେତନ ଶର୍ମା , ଯାହାଙ୍କୁ ହୁଏତ ଏମିତି ପ୍ରତିକ୍ରିୟା ଭଲ ଲାଗିଲା ନାହିଁ ।
ଏବେ ଏହି ପ୍ରସଙ୍ଗକୁ ନେଇ ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି ହୋଇଛି । ଇଂଟରନେଟ ପ୍ଲାଟଫର୍ମରେ ଉତକ୍ଷିପ୍ତ ହୋଇପଡିଛନ୍ତି ୟୁଜର ଏବଂ ସେମାନେ ପୂର୍ବ ସିଲେକ୍ଟରଙ୍କୁ ଟ୍ରୋଲ କରିବା ଆରମ୍ଭ କରି ଦେଇଛନ୍ତି । କହିରଖିବୁ କି, ଏକ ଷ୍ଟିଙ୍ଗ ଅପରେସନରେ ଫସିଥିଲେ ଚେତନ ଶର୍ମା । ତାଙ୍କର ଏକ ଭିଡିଓ ବେଶ୍ ଭାଇରାଲ ହୋଇଥିଲା । ଖେଳାଳୀଙ୍କ ଭିତିରି କଥା ଖୁଲାସା କରୁଥିବା ସେ ନଜର ଆସିଥିଲେ । ଭିଡିଓ ଭାଇରାଲ ହେବା ପରେ ନିଜ ପଦରୁ ଦେଇଥିଲେ ଇସ୍ତଫା । ସେପଟେ ତାଙ୍କ କାର୍ଯ୍ୟକାଳ ମଧ୍ୟରେ ଲଗାତର ଟିମ ଇଣ୍ଡିଆର ଖରାପ ପ୍ରଦର୍ଶନ ଦେଖିବାକୁ ମିଲିଥିଲା । ଖାଲି ଏତିକି ନୁହେଁ ଏହାବାଦ ସିଲେକ୍ସନ ଉପରେ ବି ଉଠିଥିଲା ଅନେକପ୍ରକାର ପ୍ରଶ୍ନ । ଟି୨୦ ବିଶ୍ୱକପ ୨୦୨୨ ପରେ ତାଙ୍କ ଅଧ୍ୟକ୍ଷତା ବିଶିଷ୍ଟ ଚୟନ ସମିତିକୁ ବି ଭଙ୍ଗ କରାଯାଇଥିଲା । ହେଲେ ପରେ ସେ ପୁଣି ଥରେ ବନିଥିଲେ ଚିଫ୍ ସିଲେକ୍ଟର ।
ସରଫରାଜ ଖାନଙ୍କ ଚୟନ ନ ହେବାର କାରଣ ହେଲା କି, ରଣଜୀ ମ୍ୟାଚରେ ଦିଲ୍ଲୀ ବିପକ୍ଷରେ ଶତକ ଲଗାଇବା ପରେ ସରଫରାଜ ଆକ୍ରମଣାତ୍ମକ ଭାବେ ଉତ୍ସବ ମନାଇବା ଚୟନକର୍ତାଙ୍କୁ ପ୍ରଭାବ ପକାଇଛି । ସେହି ସମୟରେ ଷ୍ଟାଡିୟମରେ ଉପସ୍ଥିତ ରହିଥିଲେ ଚେତନ ଶର୍ମା । ଏହାପୂର୍ବରୁ ୨୦୨୨ ରଣଜୀ ଟ୍ରଫି ଫାଇନାଲ ମଧ୍ୟରେ ତାଙ୍କ ଆଚରଣ ମଧ୍ୟପ୍ରଦେଶ କୋଚ୍ ଓ ପୂର୍ବ କ୍ରିକେଟର ଚନ୍ଦ୍ରକାନ୍ତ ପଣ୍ଡିତଙ୍କୁ ଖରାପ ଲାଗିତିଲା । ଯେତେବେଲେ କି ଏହାକୁ ନେଇ ସରଫରାଜଙ୍କ ନିକଟତମ ସୂତ୍ରରୁ କୁହାଯାଇତିଲା କି, ଚନ୍ଦୁ ସାର୍‌, ତାଙ୍କୁ ନିଜ ପୁଅ ଭଳି ଦେଖନ୍ତି । ସେ ତାଙ୍କୁ ପିଲା ବେଳୁ ଜାଣନ୍ତି । ସେଥିପାଇଁ ଏଭଳି ଅଭିଯୋଗ ଭିତିହହୀନ ।

ବିସିସିଆଇ ସୂତ୍ର ଆହୁରି ମଧ୍ୟ କହିଥିଲେ, ସରଫରାଜଙ୍କ ପାଇଁ ଏବେ ଟିମରେ ଜାଗା ବନାଇବା କଷ୍ଟକର ହୋଇପାରେ । ଗାୟକଓାଡଙ୍କ ସହ ସୂର୍ଯ୍ୟକୁମାର ଯାଦବ ବି ଟିମରେ ସ୍ଥାନ ପାଇବାର ହକଦାର । ଏହାସହ ଶ୍ରେୟାସ ଆୟର ବି ଯେତେବେଲେ ସୁସ୍ଥ ହୋଇ ଫେରିବେ, ସେତେବେଳେ ସେ ବି ରହିବେ ଦାବିଦାର । ଏବେ ଦଳରେ ଯଶସ୍ୱୀ ଜଏସଓାଲ ମଧ୍ୟ ସାମିଲ ହେଲେଣି । ଆଉ ଯଦି ଏହି ପ୍ଲେୟାର ଭଲ ପ୍ରଦର୍ଶନ କରନ୍ତି, ତେବେ ସରଫରାଜଙ୍କ ପାଇଁ ସ୍ଥାନ ବନାଇବା ମୁସ୍କିଲ ହୋଇପଡିବ । ଏବେ ଦେଖିବାକୁ ହେବ ଯେ, ଘରୋଇ ସ୍ତରର ଏହି ଷ୍ଟାର କ୍ରିକେଟର ନିଜ ସ୍ଥାନ ପାଇବା ପାଇଁ କେତେ ଅପେକ୍ଷା କରି ରହୁଛନ୍ତି ।

Related Articles

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ