ଏହି ଦିନ କମିବ ପେଟ୍ରୋଲ ଡିଜେଲ ଦାମ୍ : ଆଉ କେବେ ଖାଲି ରହିବନି ଗାଡ଼ି ଟାଙ୍କି!

ନୂଆଦିଲ୍ଲୀ: ଆସନ୍ତା ବର୍ଷ ଶସ୍ତା ହୋଇପାରେ ଅଶୋଧିତ ତୈଳ। ଅନ୍ତର୍ଜାତୀୟ ବଜାରରେ କ୍ରୁଡ୍ ଅଏଲ୍ ଦର ହ୍ରାସ ପାଇବା ନେଇ ଏକ ବଡ଼ ଆକଳନ ସାମ୍ନାକୁ ଆସିଛି। ତୈଳ ଉତ୍ପାଦନ ବଢ଼ିବା ସହ ବଜାରରେ ଯୋଗାଣ ଅଧିକ ରହିବା ଯୋଗୁଁ ଦର ଉପରେ ଚାପ ପଡ଼ିପାରେ। ଫଳରେ ଆସନ୍ତା ବର୍ଷ ଅଶୋଧିତ ତୈଳର ବ୍ୟାରେଲ ପିଛା ମୂଲ୍ୟ ୭୫ରୁ ୮୫ ଡଲାର ମଧ୍ୟରେ ରହିପାରେ ବୋଲି ବିଶେଷଜ୍ଞମାନେ ଆକଳନ କରିଛନ୍ତି।

ବିଶ୍ୱ ଶକ୍ତି ବଜାର ଉପରେ ନଜର ରଖୁଥିବା ବିଶ୍ଳେଷକ ଓ ଗବେଷଣା ସଂସ୍ଥାଗୁଡ଼ିକ ଏଭଳି ସମ୍ଭାବନା ପ୍ରକାଶ କରିଛନ୍ତି। ସେମାନଙ୍କ ମତରେ, ଆଗାମୀ ଦିନରେ ତୈଳ ଉତ୍ପାଦନରେ ବୃଦ୍ଧି ଘଟିବ। ଅନ୍ୟପଟେ ଚାହିଦା ତୁଳନାରେ ଯୋଗାଣ ଅଧିକ ରହିଲେ ଅନ୍ତର୍ଜାତୀୟ ବଜାରରେ ତୈଳ ଦର କମିବା ସ୍ୱାଭାବିକ। ଏହାର ପ୍ରଭାବରେ ବ୍ୟାରେଲ ପିଛା ମୂଲ୍ୟ ୭୫ରୁ ୮୫ ଡଲାର ସ୍ତରକୁ ଖସିପାରେ।

ଭାରତ ପାଇଁ ଆସିବ ଆଶ୍ୱସ୍ତି!

ଅଶୋଧିତ ତୈଳ ଦର ହ୍ରାସ ପାଇଲେ ଭାରତ ଭଳି ତୈଳ ଆମଦାନୀ ଉପରେ ନିର୍ଭରଶୀଳ ଦେଶଗୁଡ଼ିକୁ ବଡ଼ ଫାଇଦା ମିଳିପାରେ। କାରଣ, ଅନ୍ତର୍ଜାତୀୟ ବଜାରରେ ତୈଳ ଶସ୍ତା ହେଲେ ଦେଶର ଆମଦାନୀ ଖର୍ଚ୍ଚ ହ୍ରାସ ପାଇବ। ଏହାସହ ମୁଦ୍ରାସ୍ଫୀତି ନିୟନ୍ତ୍ରଣରେ ମଧ୍ୟ ସହାୟତା ମିଳିପାରେ।

ଏହାର ପ୍ରଭାବରେ ପେଟ୍ରୋଲ, ଡିଜେଲ ଓ ଅନ୍ୟାନ୍ୟ ଇନ୍ଧନର ଦର କମିବା ନେଇ ଆଶା ବଢ଼ିପାରେ। ତେବେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ହ୍ରାସ ପାଇଲେ ମଧ୍ୟ ଦେଶରେ ପେଟ୍ରୋଲ ଓ ଡିଜେଲ ମୂଲ୍ୟ କେତେ କମିବ, ତାହା ଅନ୍ୟାନ୍ୟ ଆର୍ଥିକ କାରଣ ଉପରେ ନିର୍ଭର କରିବ।

Related Articles

LEAVE A REPLY

Please enter your comment!
Please enter your name here

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ