ଆସିଲା ବାତ୍ୟାର ପ୍ରକୃତ ଚିତ୍ର : ରାଜ୍ୟର ଏହି ଜିଲ୍ଲାରେ ମାଡ଼ ହେବ, ବହିବ ୧୦୦ କିମି ବେଗରେ ପବନ

ଭୁବନେଶ୍ୱର: ବଙ୍ଗୋପସାଗରରେ ଘନଉଛି ବାତ୍ୟା ବିପଦ। ଧୀରେ ଧୀରେ ଶକ୍ତି ବଢ଼ାଉଛି ସାମୁଦ୍ରିକ ଝଡ଼। ବର୍ତ୍ତମାନ ଗଭୀର ଅବପାତ ଅବସ୍ଥାରେ ଥିବା ଏହି ସିଷ୍ଟମ୍ ସୋମବାର ସାମୁଦ୍ରିକ ଝଡ଼ରେ ପରିଣତ ହେବାର ଆଶଙ୍କା ରହିଛି। ଏହାର ନାଁ ରହିବ ‘ଅକଭାନ୍’। ପାଣିପାଗ ବିଭାଗର ଆକଳନ ଅନୁସାରେ, ନଭେମ୍ବର ୧୭ ସୁଦ୍ଧା ଏହା ଭୀଷଣ ବାତ୍ୟା ଏବଂ ୧୯ ତାରିଖ ବେଳକୁ ଅତି ଭୀଷଣ ବାତ୍ୟାର ରୂପ ନେଇପାରେ।

ବାତ୍ୟାର ତୀବ୍ରତା ବଢ଼ିବା ସହ ପବନର ବେଗ ମଧ୍ୟ ବୃଦ୍ଧି ପାଇବ। ଆକଳନ ଅନୁଯାୟୀ, ଘଣ୍ଟାପ୍ରତି ୧୨୦ରୁ ୧୩୦ କିଲୋମିଟର ବେଗରେ ପବନ ବହିପାରେ। ଏପରିକି ଝଟକା ପବନର ବେଗ ୧୪୫ କିଲୋମିଟର ପର୍ଯ୍ୟନ୍ତ ପହଞ୍ଚିବା ସମ୍ଭାବନା ରହିଛି।

ଅନ୍ୟପଟେ ବାତ୍ୟାର ଗତିପଥକୁ ନେଇ ମଧ୍ୟ ପାଣିପାଗ ବିଭାଗ ନଜର ରଖିଛି। ବର୍ତ୍ତମାନର ମଡେଲ୍ ଅନୁସାରେ, ଏହା ଉତ୍ତର-ପଶ୍ଚିମ ଦିଗକୁ ଗତି କରି ଆନ୍ଧ୍ରପ୍ରଦେଶ ଉପକୂଳ ନିକଟରେ ପହଞ୍ଚିପାରେ। ନଭେମ୍ବର ୧୯ ତାରିଖ ରାତି ସୁଦ୍ଧା ଏହା ଆନ୍ଧ୍ର ଉପକୂଳ ନିକଟରେ ରହିବା ନେଇ IMD ଆକଳନ କରିଛି।

ସମ୍ଭାବ୍ୟ ଗତିପଥରେ ନେଲ୍ଲୋରଠାରୁ ଟୁନି ମଧ୍ୟବର୍ତ୍ତୀ ଅଞ୍ଚଳ ରହିଛି। ଏହାବ୍ୟତୀତ ବାପଟଲା ଓ ମଛଲିପଟନମ୍ ଉପକୂଳ ଉପରେ ମଧ୍ୟ ନଜର ରଖାଯାଇଛି।

IMDର ପୂର୍ବାନୁମାନ ଅନୁସାରେ, ନଭେମ୍ବର ୧୯ ବେଳକୁ ବାତ୍ୟା ଅତି ଭୀଷଣ ରୂପ ନେବା ସହ ପବନର ବେଗ ଘଣ୍ଟାପ୍ରତି ୧୨୦ରୁ ୧୩୦ କିଲୋମିଟର ରହିପାରେ। ଝଟକା ପବନର ବେଗ ୧୪୫ କିଲୋମିଟର ଛୁଇଁବାର ଆଶଙ୍କା ରହିଛି। ତେବେ ବାତ୍ୟାର ପ୍ରକୃତ ଗତିପଥ ଓ ତୀବ୍ରତା ଉପରେ ପାଣିପାଗ ବିଭାଗର ନଜର ରହିଛି।

Related Articles

LEAVE A REPLY

Please enter your comment!
Please enter your name here

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ