ପୁଣି ବାତ୍ୟା ବିପଦ : ଆଜି ଲଘୁଚାପ, ଏଇ ଜାଗାରେ ଲ୍ୟାଣ୍ଡଫଲ୍

ଭୁବନେଶ୍ୱର, ୧୩।୧୧ : ବଙ୍ଗୋପସାଗରରେ ପୁଣି ଏକ ବାତ୍ୟା ସୃଷ୍ଟି ହେବାର ଆଶଙ୍କା ଦେଖାଦେଇଛି। ବିଭିନ୍ନ ପାଣିପାଗ ମଡେଲର ଆକଳନ ଏହି ସମ୍ଭାବନାକୁ ଅଧିକ ଚର୍ଚ୍ଚାକୁ ଆଣିଛି। ନଭେମ୍ବର ୧୯ କିମ୍ବା ୨୦ ତାରିଖ ବେଳକୁ ସମ୍ଭାବ୍ୟ ବାତ୍ୟା ସ୍ଥଳଭାଗ ନିକଟରେ ପହଞ୍ଚିପାରେ। ତେବେ ଏହା କେଉଁ ଦିଗକୁ ଗତି କରିବ ଏବଂ କେଉଁ ଅଞ୍ଚଳରେ ଏହାର ପ୍ରଭାବ ପଡ଼ିବ, ସେନେଇ ଏବେଠାରୁ ନିଶ୍ଚିତ ଭାବେ କିଛି କହିବା ସମ୍ଭବ ହୋଇନାହିଁ।

ପାଣିପାଗ ମଡେଲଗୁଡ଼ିକର ଆକଳନ ମଧ୍ୟରେ ରହିଛି ଭିନ୍ନତା। ୟୁରୋପୀୟ ପାଣିପାଗ ମଡେଲ ଅନୁସାରେ, ସମ୍ଭାବ୍ୟ ବାତ୍ୟା ଆନ୍ଧ୍ରପ୍ରଦେଶ ଓ ଓଡ଼ିଶା ଉପକୂଳ ଆଡ଼କୁ ମୁହାଁଇପାରେ। ଅନ୍ୟପଟେ ଆଉ ଦୁଇଟି ମଡେଲ ଏହା ବାଂଲାଦେଶ କିମ୍ବା ମ୍ୟାଁମାର ଆଡ଼କୁ ଗତି କରିବାର ସମ୍ଭାବନା ଦେଖାଉଛନ୍ତି।

ଭାରତୀୟ ପାଣିପାଗ ବିଭାଗ (IMD)ର ସୂଚନା ଅନୁସାରେ, କେନ୍ଦ୍ରୀୟ ଆଣ୍ଡାମାନ ସାଗର ଏବଂ ଏହାର ଆଖପାଖ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହା ନଭେମ୍ବର ୧୩ ତାରିଖ ସୁଦ୍ଧା ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଲଘୁଚାପର ରୂପ ନେଇପାରେ। ପରବର୍ତ୍ତୀ ସମୟରେ ୧୫ ତାରିଖ ବେଳକୁ ଏହା ଦକ୍ଷିଣ ବଙ୍ଗୋପସାଗରର କେନ୍ଦ୍ରୀୟ ଅଞ୍ଚଳରେ ଅବପାତରେ ପରିଣତ ହେବାର ଆକଳନ କରାଯାଇଛି।

ଆଇଏମଡିର ବିସ୍ତାରିତ ପାଣିପାଗ ପୂର୍ବାନୁମାନ ଅନୁସାରେ, ଏହି ଘୂର୍ଣ୍ଣିବଳୟ ଅଧିକ ଘନୀଭୂତ ହୋଇ ବାତ୍ୟାର ରୂପ ନେବା ନେଇ ବିଭିନ୍ନ ମଡେଲ ମଧ୍ୟରେ ସହମତି ରହିଛି। କିନ୍ତୁ ବାତ୍ୟାର ଦିଗ, ଗତିପଥ ଏବଂ କେଉଁଠାରେ ସ୍ଥଳଭାଗ ଛୁଇଁବ, ସେନେଇ ଏବେ ବି ଭିନ୍ନ ଭିନ୍ନ ଆକଳନ ସାମ୍ନାକୁ ଆସୁଛି।

ଏହି କାରଣରୁ ସମ୍ଭାବ୍ୟ ବାତ୍ୟାକୁ ନେଇ ଆଇଏମଡି ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ଚିତ୍ର ଦିଆଯାଇନାହିଁ। ଅବପାତ ସୃଷ୍ଟି ହେବା ପରେ ଏହାର ଗତିପଥ ଓ ସମ୍ଭାବ୍ୟ ପ୍ରଭାବ ସମ୍ପର୍କରେ ଅଧିକ ସ୍ପଷ୍ଟତା ଆସିବ। ତେଣୁ ଏବେଠାରୁ ବାତ୍ୟା କେଉଁ ଅଞ୍ଚଳରେ ମାଡ଼ ହେବ, ତାହା ଆକଳନ କରିବା ଠିକ୍ ହେବ ନାହିଁ।

ଅନ୍ୟପକ୍ଷରେ ଭୁବନେଶ୍ୱର ପାଣିପାଗ କେନ୍ଦ୍ରର ପୂର୍ବାନୁମାନ ଅନୁସାରେ, ଆଗାମୀ ୭ ଦିନ ପର୍ଯ୍ୟନ୍ତ ଓଡ଼ିଶାରେ ପାଗ ମୁଖ୍ୟତଃ ଶୁଖିଲା ରହିବାର ସମ୍ଭାବନା ରହିଛି। ହେଲେ କେତେକ ପାଣିପାଗ ବିଶେଷଜ୍ଞଙ୍କ ଆକଳନ ଅନୁସାରେ, ନଭେମ୍ବର ୧୭ ଓ ୧୮ ତାରିଖ ବେଳକୁ ରାଜ୍ୟର ପାଣିପାଗରେ ପରିବର୍ତ୍ତନ ହୋଇପାରେ। ଏବେ ସମସ୍ତଙ୍କ ନଜର ବଙ୍ଗୋପସାଗରରେ ସୃଷ୍ଟି ହେଉଥିବା ପାଣିପାଗ ପରିସ୍ଥିତି ଉପରେ ରହିଛି।

Related Articles

LEAVE A REPLY

Please enter your comment!
Please enter your name here

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ