ଅତି ଶୋଚନୀୟ ଭାବେ ହାରିଲା ଟିମ୍ ଇଣ୍ଡିଆ : ୮୯ରେ ଅଲ୍ ଆଉଟ୍, ୨୪୪ ରନରେ ଜିତିଲା ନ୍ୟୁଜିଲାଣ୍ଡ

ନୂଆଦିଲ୍ଲୀ: ବ୍ୟାଟିଂ, ବୋଲିଂ ଓ ଫିଲ୍ଡିଂ। ଖେଳର ପ୍ରତ୍ୟେକ ବିଭାଗରେ ନିରାଶ କଲା ଭାରତୀୟ ଦଳ। ନ୍ୟୁଜିଲାଣ୍ଡ ବିପକ୍ଷ ଚତୁର୍ଥ ଦିନିକିଆରେ ଟିମ୍ ଇଣ୍ଡିଆର ଅତ୍ୟନ୍ତ ଖରାପ ପ୍ରଦର୍ଶନ ଦେଖିବାକୁ ମିଳିଛି। ମାତ୍ର ୮୯ ରନରେ ଅଲଆଉଟ୍ ହୋଇ ଭାରତ ୨୪୪ ରନର ବଡ଼ ବ୍ୟବଧାନରେ ପରାଜୟ ବରଣ କରିଛି। ଏହି ବିଜୟ ସହ ନ୍ୟୁଜିଲାଣ୍ଡ ସିରିଜକୁ ୨-୧ ସ୍ଥିତିକୁ ଫେରାଇ ଆଣିଛି।

ମ୍ୟାଚରେ ଟସ୍ ଜିତି ଭାରତ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମ ଥର ପାଇଁ ଦିନିକିଆ ଦଳର ନେତୃତ୍ୱ ନେଉଥିବା ଶ୍ରେୟସ ଆୟରଙ୍କ ଏହି ନିଷ୍ପତ୍ତି ଦଳ ପାଇଁ ମହଙ୍ଗା ପଡ଼ିଥିଲା। ଓପନର ୱିଲ୍ ୟଙ୍ଗଙ୍କ ଶତକୀୟ ପାଳି ବଳରେ ନ୍ୟୁଜିଲାଣ୍ଡ ୩୩୩ ରନ୍ ସଂଗ୍ରହ କରିଥିଲା। ଟିମ୍ ସେଫାର୍ଟ ୫୮ ଏବଂ ଫିନ୍ ଆଲେନ୍ ୪୧ ରନ୍ କରିଥିଲେ। ଭାରତ ପକ୍ଷରୁ ଆକିବ୍ ନବୀ, ଗୁରନୁର ବ୍ରାର ଓ ଅକ୍ଷର ପଟେଲ ଦୁଇଟି ଲେଖାଏଁ ୱିକେଟ୍ ନେଇଥିଲେ।

୩୩୪ ରନର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ଭାରତର ଆରମ୍ଭ ଅତ୍ୟନ୍ତ ନିରାଶାଜନକ ଥିଲା। ରୋହିତ ଶର୍ମା ଖାତା ଖୋଲିବା ପୂର୍ବରୁ ଆଉଟ୍ ହୋଇଥିବା ବେଳେ ବିରାଟ କୋହଲି ମଧ୍ୟ ଗୋଲଡେନ୍ ଡକ୍‌ର ଶିକାର ହୋଇଥିଲେ। ଋତୁରାଜ ଗାଏକୱାଡ ୫ ଏବଂ ଅଧିନାୟକ ଶ୍ରେୟସ ଆୟର ଶୂନ୍ୟ ରନରେ ପ୍ୟାଭିଲିୟନ ଫେରିଥିଲେ।

ଇଶାନ କିଷନ ୨୭, ଅକ୍ଷର ପଟେଲ ୨୧ ଓ ନମନ ଧୀର ୨୧ ରନ୍ କରିବା ସତ୍ତ୍ୱେ ଦଳକୁ ବିପର୍ଯ୍ୟୟରୁ ରକ୍ଷା କରିପାରି ନଥିଲେ। ଫଳରେ ୨୬.୪ ଓଭରରେ ମାତ୍ର ୮୯ ରନ୍ କରି ଭାରତର ଇନିଂସ ଶେଷ ହୋଇଥିଲା।

ନ୍ୟୁଜିଲାଣ୍ଡ ପକ୍ଷରୁ ମ୍ୟାଟ୍ ହେନରି ଘାତକ ବୋଲିଂ କରି ୬ଟି ୱିକେଟ୍ ନେଇଥିବା ବେଳେ ମାଥ୍ୟୁ ଫିସର ୩ଟି ୱିକେଟ୍ ଅକ୍ତିଆର କରିଥିଲେ। ଏହି ପରାଜୟ ଭାରତୀୟ ଦଳର ବ୍ୟାଟିଂ ଦୁର୍ବଳତାକୁ ପଦାରେ ପକାଇଛି।

Related Articles

LEAVE A REPLY

Please enter your comment!
Please enter your name here

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ