ଆସିଗଲା କଳି ଯୁଗ ! ବଙ୍ଗଳାଦେଶରେ ଦଶହରା ପୂର୍ବରୁ କାଟିଲେ ଦୁର୍ଗାଙ୍କ ମସ୍ତକ

ନୂଆଦିଲ୍ଲୀ, ୦୪/୧୦: ଦଶହରା ପୂର୍ବରୁ ବାଂଲାଦେଶରୁ ଆସିଛି ଏକ ଚିନ୍ତାଜନକ ଖବର। ତଙ୍ଗେଲ ଜିଲ୍ଲାର ମିର୍ଜାପୁର ଅଞ୍ଚଳରେ ଥିବା ଏକ ହିନ୍ଦୁ ମନ୍ଦିରରେ ଦୁର୍ଗା ମୂର୍ତ୍ତି ଭଙ୍ଗାରୁଜା କରାଯାଇଥିବା ଅଭିଯୋଗ ହୋଇଛି। ମୂର୍ତ୍ତିର ମସ୍ତକକୁ ମଧ୍ୟ ଅଲଗା କରିଦିଆଯାଇଥିବା ଜଣାପଡ଼ିଛି।

ସ୍ଥାନୀୟ ସୂଚନା ଅନୁସାରେ, ଉକ୍ତ ମନ୍ଦିରରେ ଦୀର୍ଘ ୮୫ ବର୍ଷ ଧରି ଦୁର୍ଗାପୂଜା ଆୟୋଜିତ ହୋଇଆସୁଛି। ଚଳିତବର୍ଷ ମଧ୍ୟ ଦଶହରା ପାଇଁ ପ୍ରସ୍ତୁତି ଚାଲିଥିଲା। କିନ୍ତୁ ପୂଜା ପୂର୍ବରୁ ମନ୍ଦିରରେ ଭଙ୍ଗାରୁଜା ହୋଇଥିବା ଦେଖିବାକୁ ମିଳିଛି।

କୁହାଯାଉଛି ଯେ, ବୁଧବାର ରାତି ପର୍ଯ୍ୟନ୍ତ ମନ୍ଦିରରେ ଭକ୍ତମାନଙ୍କ ଉପସ୍ଥିତି ଥିଲା। ହେଲେ ଗୁରୁବାର ସକାଳେ ମନ୍ଦିର ଖୋଲିବା ପରେ ମୂର୍ତ୍ତି ଭଙ୍ଗାଯାଇଥିବା ଜଣାପଡ଼ିଥିଲା। ଘଟଣା ପରେ ସ୍ଥାନୀୟ ହିନ୍ଦୁ ସମୁଦାୟ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।

ଘଟଣାକୁ ନେଇ ପୋଲିସରେ ଅଭିଯୋଗ ହୋଇଛି। ଆକ୍ରମଣ ପଛରେ କିଏ ରହିଛି, ସେନେଇ ପୋଲିସ ତଦନ୍ତ ଆରମ୍ଭ କରିଛି। ଅଭିଯୁକ୍ତଙ୍କୁ ଚିହ୍ନଟ କରିବା ସହ ଘଟଣାର ପ୍ରକୃତ କାରଣ ଖୋଜାଯାଉଛି।

ବାଂଲାଦେଶରେ ଗତ କିଛି ସମୟ ଧରି ହିନ୍ଦୁ ସମ୍ପ୍ରଦାୟ ଓ ଧାର୍ମିକ ସ୍ଥଳକୁ ନେଇ ବିଭିନ୍ନ ଅଭିଯୋଗ ସାମ୍ନାକୁ ଆସୁଛି। ଦଶହରା ପୂର୍ବରୁ ମନ୍ଦିରରେ ଏଭଳି ଭଙ୍ଗାରୁଜା ଘଟଣା ହିନ୍ଦୁ ସମୁଦାୟ ମଧ୍ୟରେ ଚିନ୍ତା ବଢ଼ାଇଛି।

ତେବେ ଏହି ଘଟଣାରେ ଜଡ଼ିତ ବ୍ୟକ୍ତି କିଏ ଏବଂ ଭଙ୍ଗାରୁଜା ପଛର ପ୍ରକୃତ କାରଣ କ’ଣ, ତାହା ପୋଲିସ ତଦନ୍ତ ପରେ ସ୍ପଷ୍ଟ ହେବ।

Related Articles

LEAVE A REPLY

Please enter your comment!
Please enter your name here

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ