ନେପାଳରେ ଜଳ ପ୍ରଳୟ, ୮ ମୃତ; ୪୦୦ରୁ ଅଧିକ ତୀର୍ଥଯାତ୍ରୀ ଫସିଲେ…୧୦୦ ଭାରତୀୟ ନିଖୋଜ

କାଠମାଣ୍ଡୁ: ନେପାଳରେ ପ୍ରକୃତିର ତାଣ୍ଡବ। ଭୀଷଣ ବନ୍ୟା ଓ ଭୂସ୍ଖଳନ ଯୋଗୁଁ ରସୁୱା, ନୁୱାକୋଟ୍ ଏବଂ ଧାଦିଂ ସମେତ ଅନେକ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଭୋଟେକୋଶି ନଦୀରେ ହଠାତ୍ ବନ୍ୟା ଆସିବାରୁ ଏପର୍ଯ୍ୟନ୍ତ ୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଲୋକ ନିଖୋଜ ଅଛନ୍ତି। ନିଖୋଜଙ୍କ ମଧ୍ୟରେ ୧୦୫ ଜଣ ଭାରତୀୟ ଥିବା ଜଣାପଡ଼ିଛି।

ନେପାଳ-ଚୀନ୍ ସୀମା ନିକଟ ରସୁୱା ଜିଲ୍ଲାରେ ବନ୍ୟା ଓ ଭୂସ୍ଖଳନ ସ୍ଥିତିକୁ ଆହୁରି ଗମ୍ଭୀର କରିଛି। ଅନେକ ଘର, ରାସ୍ତାଘାଟ ଓ ଯାନବାହନ କ୍ଷତିଗ୍ରସ୍ତ ହୋଇଥିବା ବେଳେ କିଛି ଅଞ୍ଚଳରେ ସମ୍ପତ୍ତି ଭାସିଯାଇଛି।

ଏହି ବିପର୍ଯ୍ୟୟ ଯୋଗୁଁ କୈଳାସ ମାନସରୋବର ଯାତ୍ରାରେ ଯାଇଥିବା ପ୍ରାୟ ୩୯୦ ଜଣ ଶ୍ରଦ୍ଧାଳୁ ରସୁୱାଗଢ଼ି ଅଞ୍ଚଳରେ ଫସି ରହିଛନ୍ତି। ସେମାନଙ୍କ ମଧ୍ୟରୁ ୯୩ ଜଣ ନେପାଳୀ ନାଗରିକ ଥିବା ସୂଚନା ମିଳିଛି। ଅଧିକାଂଶ ଯାତ୍ରୀଙ୍କ ସହ ଯୋଗାଯୋଗ ହୋଇପାରୁନଥିବାରୁ ଚିନ୍ତା ବଢ଼ିଛି।

ନେପାଳ ସେନା, ସଶସ୍ତ୍ର ପୋଲିସ ବଳ ଓ ନେପାଳ ପୋଲିସକୁ ଉଦ୍ଧାର କାର୍ଯ୍ୟରେ ନିୟୋଜିତ କରାଯାଇଛି। ତ୍ରିଶୂଳୀ ନଦୀ ଆଖପାଖରେ ଖୋଜାଖୋଜି ପାଇଁ ଦୁଇଟି ହେଲିକାପ୍ଟର ପଠାଯାଇଛି। ଏଥିସହ ଜରୁରିକାଳୀନ ଚିକିତ୍ସା ଉଦ୍ଧାର ଦଳ ସହ ଏକ MI-17 ହେଲିକାପ୍ଟରକୁ ମଧ୍ୟ ପଠାଯାଇଛି।

ଏପଟେ ରସୁୱା, ନୁୱାକୋଟ୍, ଧାଦିଂ, ଚିତୱାନ୍ ଓ ଗୋରଖାର ନଦୀକୂଳିଆ ଅଞ୍ଚଳବାସୀଙ୍କୁ ସତର୍କ ରହିବାକୁ କୁହାଯାଇଛି। ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ଜୋରଦାର କରାଯାଇଥିବା ବେଳେ ବନ୍ୟାରେ ମୋଟ କ୍ଷୟକ୍ଷତିର ଆକଳନ ଜାରି ରହିଛି।

Related Articles

LEAVE A REPLY

Please enter your comment!
Please enter your name here

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ