ବାଦାମପାହାଡ ରେଞ୍ଜରୁ ଦାମୀ କାଠ ଜବତ

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ବାମନଘାଟୀ ଉପଖଣ୍ଡ ବାଦାମପାହାଡ ଫରେଷ୍ଟ ରେଂଜ ଅନ୍ତର୍ଗତ ରାଲିବେଡା ଗ୍ରାମରୁ ଦୁଇ ଜଣ ଆସାମୀ ଟ୍ରକ ଯୋଗେ ଗତ ୨୩ ତାରିଖ ରାତ୍ରି ସମୟରେ ବାହାର ରାଜ୍ଯକୁ ଚୋରା ଚାଲାଣ କରୁଥିଲେ l ଫରେଷ୍ଟ ବିଭାଗ ବିଶ୍ବସ୍ତ ସୂତ୍ର ରୁ ଖବର ପାଇ ସେମାନଙ୍କୁ କାବୁ କରି ପାପଡି କାଠଗଣ୍ଡି ଜବତ କରିଥିଲେ l

ଟ୍ରକ ର ନଂ ଏଚ ପି ୧୨ ଆର ୬୮୪୧, ଜବତ ହୋଇଥିବା ପାପଡି କାଠଗଣ୍ଡି ର ଆନୁମାନିକ ମୂଲ୍ଯ ଦେଢ ଲକ୍ଷ ହେବ ବୋଲି ଜଣାଯାଇଛି l ୨ଜଣ କାଠ ମାଫିଆ ମାନେ ହେଲେ କୁସୁମୀ ବ୍ଲକ ଦଲକି ଗ୍ରାମର ମଦନମୋହନ ସାହୁ ଓ ହିମାଚଳ ପ୍ରଦେଶ ର ଇସମାଇଲ l ସେମାନଙ୍କୁ ଫରେଷ୍ଟ ଆଇନ ଅନୁଯାୟୀ ଦଫା ଲଗାଯାଇ କୋର୍ଟ ଚାଲାଣ କରାଯାଇଛି l

ଏହି ଆଶାମୀମାନଙ୍କୁ ଧରିବାରେ ଆଲୋକ କୁମାର ସେଠୀ, ବାଦାମପାହାଡ ଫରେଷ୍ଟର , ରତିକାନ୍ତ ପଲେଇ, ହାଟବାଦଡା ଫରେଷ୍ଟର, ଶ୍ରୀମତୀ ଫୁଲମଣି ମହାନ୍ତ, ଫରେଷ୍ଟର , ହେମନ୍ତ କୁମାର ହେମ୍ବ୍ରମ, ଫରେଷ୍ଟ ଗାର୍ଡ , ଶ୍ରୀମତୀ ଶୁଭସ୍ମିତା ଗିରି, ଫରେଷ୍ଟ ଗାର୍ଡ , ଶ୍ରୀମତୀ ବସୁମତୀ ମହାନ୍ତ, ଫରେଷ୍ଟ ଗାର୍ଡ , କାଳୀଚରଣ ପାଳେୟା, ପାରା ଷ୍ଟାଫ୍ , ବିବନ୍ ଜେରାଇ, ପାରା ଷ୍ଟାଫ୍ ଓ ପିଣ୍ଟୁ ପିଙ୍ଗୁଆ, ପାରା ଷ୍ଟାଫ୍ ୯ ଜଣ ପ୍ରମୁଖ ଭୂମିକା ନିଭାଇଥିଲେ l

Related Articles

LEAVE A REPLY

Please enter your comment!
Please enter your name here

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ