ଲୋକେ ପାଟି କଲେ କିନ୍ତୁ ଡରିଲାନି ମହାବଳ, ଘୋଡାକୁ ଟାଣି ନେଲା..

ଦେରାଡୁନ : ଲୋକଙ୍କ ଗହଳି ଓ ଚଳପ୍ରଚଳ ଭିତରେ ହଠାତ୍ ପଶି ଆସିଲା ବିରାଟ ବାଘ। ଆଖି ପିଛୁଳାକେ ଏକ ଘୋଡ଼ାକୁ ଶିକାର କରି ଜଙ୍ଗଲ ଭିତରକୁ ଟାଣିନେଲା। ଉତ୍ତରାଖଣ୍ଡର ରାମନଗର ଫରେଷ୍ଟ ଡିଭିଜନ୍‌ ଅନ୍ତର୍ଗତ କୋସି ରେଞ୍ଜର ଝୁଲାପୁର ଅଞ୍ଚଳରେ ଘଟିଛି ଏହି ଘଟଣା।

ଘଟଣାର ଭିଡିଓ ଏବେ ସାମାଜିକ ଗଣମାଧ୍ୟମରେ ଘୁରିବା ସହ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟ ବଢ଼ିଛି।ଭାଇରାଲ ଭିଡିଓରେ ବାଘଟି ଲୁଚିଲୁଚି ଆସି ଘୋଡ଼ା ଉପରେ ଆକ୍ରମଣ କରୁଥିବା ଦେଖାଯାଉଛି। ଆଖପାଖରେ ଲୋକଙ୍କ ଶବ୍ଦ ଶୁଣିବା ସହ କିଛି ଲୋକଙ୍କ ଚଳପ୍ରଚଳ ମଧ୍ୟ ନଜରକୁ ଆସୁଛି। ତଥାପି ବାଘଟି ଘୋଡ଼ାକୁ ଧରି ଜଙ୍ଗଲ ଆଡ଼କୁ ଚାଲିଯାଉଛି। ବାଘ ସାଧାରଣତଃ ନିର୍ଜନ ଜଙ୍ଗଲ ଅଞ୍ଚଳରେ ଶିକାର କରିଥାଏ। ହେଲେ ଏଠାରେ ଲୋକଙ୍କ ଉପସ୍ଥିତି ମଧ୍ୟରେ ଏଭଳି ଘଟଣା ଘଟିଥିବାରୁ ଚିନ୍ତା ବଢ଼ିଛି।ସୂଚନା ଅନୁସାରେ, ଝୁଲାପୁର ଅଞ୍ଚଳରେ ସ୍ଥାନୀୟ ଲୋକଙ୍କ ସହ ପର୍ଯ୍ୟଟକଙ୍କ ମଧ୍ୟ ଭିଡ଼ ରହିଥାଏ। ଦ୍ୱିପହର ସମୟରେ ହଠାତ୍ ଜଙ୍ଗଲରୁ ବାଘଟି ବାହାରି ଆସି ଘୋଡ଼ାକୁ ଶିକାର କରିଥିଲା। ପରେ ଶିକାରକୁ ନେଇ ପୁଣି ଜଙ୍ଗଲ ଭିତରକୁ ଫେରିଯାଇଥିଲା।ଘଟଣା ପରେ ଅଞ୍ଚଳବାସୀଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଛି।

ଗତ କିଛି ବର୍ଷ ଧରି ରାମନଗର ଅଞ୍ଚଳରେ ଏଭଳି ଘଟଣା ଦେଖିବାକୁ ମିଳିନଥିବା କୁହାଯାଉଛି। ବନ ବିଭାଗ ପକ୍ଷରୁ ଲୋକଙ୍କୁ ସତର୍କ ରହିବାକୁ କୁହାଯାଇଛି। ନିର୍ଜନ ସ୍ଥାନକୁ ଏକାକୀ ନଯିବା ସହ ଗୃହପାଳିତ ପଶୁଙ୍କୁ ଦୂରକୁ ଛାଡ଼ି ନଦେବାକୁ ପରାମର୍ଶ ଦିଆଯାଇଛି। ବାଘର କୌଣସି ଗତିବିଧି ଦେଖାଗଲେ ତୁରନ୍ତ ବନ ବିଭାଗକୁ ଖବର ଦେବାକୁ ମଧ୍ୟ କୁହାଯାଇଛି।

Related Articles

LEAVE A REPLY

Please enter your comment!
Please enter your name here

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ