ଦର୍ଶକବନ୍ଧୁ ଦୁନିଆ ବିଷୟରେ ବେଳେ ବେଳେ କିଛି ଏମିତି ଖବର ସାମ୍ନାକୁ ଆସେ ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ ଚକିତ କରାଏ । କିଚି ଖବର ଶୁଣି ଲୋମମୂଳ ଟାଙ୍କୁରୀ ଉଠେ । ତେବେ ଏସବୁ ଆଲୋଚନା ଭିତରେ ଆପଣମାନେ ତ ଜାଣିଥିବେ କି, ସମସ୍ତଙ୍କର କିଛି ନା କିଛି ସଉକ ଓ ପସନ୍ଦ ଥାଏ । କିଏ ନୂଆ ନୂଆ ଡ୍ରେସ ପିନ୍ଧିବାକୁ ପସନ୍ଦ କରନ୍ତି ତ ଆଉ କାହାକୁ ପସନ୍ଦ ବ୍ରାଣ୍ଡେଡ ଫୋନ । ଯାହା ବି ହେଇଯାଉ ପଛେ ନିଜ ସଉକ ପାଇଁ ସେମାନେ କିଛି ବି କରନ୍ତି । ଏମିତିକି କାର କିମ୍ବା ବାଇକ ପାଇଁ ମଧ୍ୟ ଅନେକ ଯୁବକ ରଖନ୍ତି ସଉକ । ସେଥିପାଇଁ ନୂଆ ନୂଆ ଗାଡି କିଣିବାକୁ କରନ୍ତି ଭାରି ପସନ୍ଦ । ଚଲାନ୍ତୁ କି ନଚଲାନ୍ତୁ, ସବୁ କମ୍ପାନୀର ଦାମୀ ଗାଡି କଲେକ୍ସନ କରିବା ସେମାନଙ୍କୁ ବହୁତ ଭଲ ଲାଗେ । ଆଉ ଏସବୁ କାରଣ ପାଇଁ ସେମାନେ ଅନେକ ସମୟରେ ଚର୍ଚ୍ଚାକୁ ଆସିଯାଆନ୍ତି ।
ନିକଟରେ ଏମିତି ଏକ ଭିଡିଓ ବାଇରାଲ ହେଉଛି, ଯାହା ଆସିଚି ଦୁବାଇରୁ । ଆପଣ ଦେଖିପାରୁଥିବେ ରାସ୍ତା ଉପରେ ଅଛି ଏକ ବଡ ହାମର୍ କାର୍ । ଦୁବାଇରେ ମୋଡିଫାଏ କରାଯାଇଥିବା ଏହା ହେଉଛି ହାମର ଗାଡି, ଯାହା ବେଶ୍ ବଡ । ସାଧାରଣ ହାମର ଗାଡି ତୁଳନାରେ ଏହା ବହୁତ ବଡ । ତେବେ ଗାଡି କଥା କହିବା ପୂର୍ବରୁ ଆପଣକୁ ଜଣାଇ ରଖିବାକୁ ଚାହିଁବୁ କି, ଏହି ଗାଡି ହେଉଛି ଶେଖ୍ ହମଦ୍ ବିନ୍ଙ୍କର । ଯିଏ ‘ରେନବୋ ଶେଖ୍ ଅଫ୍ ଦୁବାଇ’ ଭାବେ ବେଶ ଜଣାଶୁଣା । ବଡ ବଡ କାର୍ କଲେକ୍ସନ ପାଇଁ ସେ ସବୁଠି ବିଶ୍ୱପ୍ରସିଦ୍ଧ ।
ତେବେ ଏକ ମାଇକ୍ରୋବ୍ଲଗିଂ ସାଇଟରେ ଅପଲୋଡ ହୋଇଥିବା ଭିଡିଓ ହିସାବରେ ଗାଡିଟି ଏକ ହାଇେଓରେ ଯାଉଥିବା ଦେଖାଯାଉଛି । ପାଖରେ ଥିବା ଦୁଇଟି ଛୋଟ ଗାଡିକୁ ଦେଖିବା ପରେ ଲାଗୁଛି କି, ବାସ୍ତବରେ ହାମର୍ ଗାଡିଟି କେତେ ବଡ । ହୁଏତ ଆପଣ ନିଜ ଆଖିକୁ ବିଶ୍ୱାସ ବି କରିପାରୁନଥିବେ । ହେଲେ ଏହା ସତରେ ଗୋଟିଏ ବିଶାଳକାୟ ଗାଡି । ଦୁବାଇର ଶେଖ ହମଦ୍ ବିନ୍ ହମଦାନ୍ ଅଲ ନାହୟାନଙ୍କ ହେଉଛି ଏହି ଗାଡି ।
ଗାଡି ଏତ ବଡ କ. ପାଖରେ ଥିବା ଲୋକଙ୍କ ହାଇଟ୍ ମଧ୍ୟ କାର୍ ଚକର ହାଇଟ ଠାରୁ ବହୁତ ଛୋଟ ।
ତେବେ ଏହି ଭିଡିଓର କ୍ୟାପସନରେ ଦିଆଯାଇଛି , ଦୁବାଇ ରେନବୋ ଶେଖ୍ ଙ୍କ ବିଶାଳ ହମର୍ ଏଚ୧ ଏକ୍ସ୩, ରେଗୁଲାର ହମର୍ ଏଚ୧ ଏସୟୁଭି ଠାରୁ ତିନିଗୁଣା ବଡ । ସଂପୂର୍ଣ୍ଣ ଭାବେ ଏହା ଚଲାଇବା ଯୋଗ୍ୟ । ଭିଡିଓକୁ ଦେଖି ୟୁଜର ମଧ୍ୟ ଭିନ୍ନ ଭିନ୍ନ ପ୍ରତିକ୍ରିୟା ରଖୁଛନ୍ତି । କିଏ ଏହାକୁ ପସନ୍ଦ କରିଥିବା ବେଳେ କିଏ ଏହାକୁ ଏକ ବଡ ଜନ୍ତୁ ସହ ତୁଳନା କରୁଛି । ଏସବୁ ଗାଡିକୁ ନେଇ ସିନେମା କରାଯିବା ଦରକାର ବୋଲି ଆଉ କିଛି ଜଣ ଦେଉଛନ୍ତି ମତ ।
ତେବେ ଦର୍ଶକବନ୍ଧୁ ଆମେ ଆପଣଙ୍କୁ କହିରଖିବୁ ଯେ, ଶେଖଙ୍କର ଏମିତି ପ୍ରାୟ ୨୦୦ରୁ ଅଧିକ ଗାଡି କଲେକ୍ସନ ରହିଚି । ୨୦ ମିଲିୟନରୁ ଅଧିକ ଭ୍ୟୁଜ ସହିତ ହମରର ଏହି ଭିଡିଓ ଏବେ ଇଂଟରନେଟରେ ମଚାଉଛି ଧୂମ୍ । ଆବୁଧାବୀ ଶାସକ ପରିବାରର ଜଣେ ସଦସ୍ୟ ଶେଖ ହମଦ୍ ବିନ୍ ଙ୍କ ବିଷୟରେ କୁହାଯାଏ କି, ତାଙ୍କ ପାଖରେ ବିଭିନ୍ନ ରଂଗର ୭ଟି ମର୍ସିଡିଜ୍ ୫୦୦ଏସଇଏଲ ରହିଛି । କେବଳ ଗାଡି କଲେକ୍ସନ ପାଇଁ ସେ ପ୍ରସିଦ୍ଧି ଲାଭ କରି କରିଛନ୍ତି ରେକର୍ଡ ।
ଏହି ଭିଡିଓ ଦେଖି ଆପଣଙ୍କୁ କଣ ଲାଗିଲା । ଆପଣ ବି ଯଦି ଏମିତି ଗାଡି ଚାହୁଁଥାନ୍ତି, ତେବେ ଆମକୁ କମେଣ୍ଟ କରି ନିଜ ମତାମତ ଜଣାନ୍ତୁ ।

