25.4 C
Odisha
Saturday, May 18, 2024
spot_img

ଉର୍ବଶୀଙ୍କ ନୂଆ ବଏଫ୍ରେଣ୍ଡ !

ଦର୍ଶକବନ୍ଧୁ ଆପଣ ବଲିଉଡ ଆକ୍ଟ୍ରେସ ଉର୍ବଶୀ ରୌତେଲାଙ୍କୁ ତ ଜାଣିଥିବେ । ବିଗତ ଦିନରେ ସେ ବେଶ ଚର୍ଚ୍ଚାରେ ରହିଛନ୍ତି । ଟିମ ଇଣ୍ଡିଆର ଷ୍ଟାର ପ୍ଲେୟାର ଋଷଭ ପନ୍ତ ଓ ତାଙ୍କ ଭିତରେ ବିବାଦକୁ ନେଇ ବେଶି ମାତ୍ରାରେ ହାଇଲାଇଟ ହୋଇଥିଲେ ଏହି ଅଭିନେତ୍ରୀ ଜଣକ । ଦୁହେଁ ଜଣେ ଆଉ ଜଣଙ୍କ ବିଷୟରେ ବହୁତ କିଛି କୁହା କୁହି ହୋଇଥିଲେ । ଅବଶ୍ୟ ଏସିଆ କପ ୨୦୨୨ ପରେ ପନ୍ତ ଓ ଉର୍ବଶୀଙ୍କ ମାମଲା ଥଣ୍ଡା ପଡିଯାଇଥିଲା । ଏବେ ପୁଣି ଥରେ ଲାଇମଲାଇଟକୁ ଆସିଛନ୍ତି ରୌତେଲା । ଏସିଆ କପ ମଧ୍ୟରେ ଉର୍ବଶୀଙ୍କ ନାମ ଯୋଡି ହୋଇଥିଲା ପାକିସ୍ତାନର ଫାଷ୍ଟ ବୋଲର ନସୀମ ଶାହଙ୍କ ସହିତ । ଏବେ ପୁଣି ଥରେ ଏମାନେ ଚର୍ଚାକୁ ଆସିଛନ୍ତି । ଏହାର କାରଣ ହେଲା କି ଶ୍ରୀଲଙ୍କା ଯାଇଥିଲେ ଉର୍ବଶୀ ।

ନିକଟରେ ଶ୍ରୀଲଙ୍କା ଓ ପାକିସ୍ତାନ ମଧ୍ୟରେ ୨ ମ।।ଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳାଯାଇଥିଲା । ସିରିଜର ୨ୟ ଟେଷ୍ଟ ହୋଇଥିଲା କଲମ୍ବୋରେ । ଆଗକୁ କହିବା ପୂର୍ବରଉ ଆମେ ଜଣାଇ ରଖିବୁ କି, ପାକିସ୍ତାନର ନସୀମ ଶାହ ବି କଲମ୍ବୋ ଟେଷ୍ଟରେ ଟିମର ପ୍ଲେଇଂ ୧୧ରେ ଥିଲେ । ଶ୍ରୀଲଙ୍କା ଓ ପାକିସ୍ତାନ ଟେଷ୍ଟ ମ୍ୟାଚ ମଧ୍ୟରେ ବଲିଉଡର ଏହି ଚାର୍ମିଂ ଆକ୍ଟ୍ରେସ ଉର୍ବଶୀ ପହଂଚିଥିଲେ କଲମ୍ବୋରେ ।
ଏସବୁ କଥାର ଖୁଲାସା ହୋଇଥିଲା ଉର୍ବଶୀଙ୍କ ଇନଷ୍ଟା ଆକାଉଣ୍ଟ ଦେଖିବା ପରେ । ସେପଟେ ଏ ଖବର ଜାଣିବା ପରେ ଫ୍ୟାନ୍ସ ବି ରଖୁଛନ୍ତି ନିଜ ନିଜର ପ୍ରତିକ୍ରିୟା । ସେମାନଙ୍କ କହିବା ହିସାବରେ ଉର୍ବଶୀ ନସୀମଙ୍କ ସହ ଦେଖାହେବା ପାଇଁ ଶ୍ରୀଲଙ୍କା ଆସିଥିଲେ । ହେଲେ ଏକଥାର କିଛି ପ୍ରମାଣ ନାହିଁ । ଅନୁମାନ ଏମିତି ବି କରାଯାଉଛି କି, ସେ ନିଜ କାମ ହୁଏତ ଶ୍ରୀଲଙ୍କା ଯାଇଥାଇପାରନ୍ତି । ହେଲେ ରୌତେଲା ଶ୍ରୀଲଙ୍କାରେ ପହଂଚିବା ପରେ ପୁଣି ଥରେ ତାଙ୍କ ନାଁ ନସୀମ ସହ ଯୋଡି ହୋଇଛି ।
ତେବେ କଲମ୍ବୋ ଟେଷ୍ଟକୁ ପାକିସ୍ତାନ ଅତି ସହଜରେ ୨୨୨ ରନ ସହ ଜିତିଥିଲା । ଏହି ମ୍ୟାଚରେ ନସୀମ ଶାହଙ୍କ ପ୍ରଦର୍ଶନ ମଧ୍ୟ ରହିଥିଲା ଜବରଦସ୍ତ । ସେ ଦୁଇଟି ପାରିରେ ନେଇଥିଲେ ମୋଟ ୬ଟି ଓିକେଟ । ଲଗାତର ଭାବରେ ସେ ସମସ୍ତଙ୍କୁ ପ୍ରଭାବିତ କରିଚାଲିଛନ୍ତି କହିଲେ ହୁଏତ ଭୁଲ ହେବନି ।
ସେହିପରି ଯଦି ପାକିସ୍ତାନ ଓ ଶ୍ରୀଲଙ୍କା କଥା କହିବା, ତେବେ ପାକିତ୍ସାନ ୨ ଟେଷ୍ଟ ମ୍ୟାଚର ଟେଷ୍ଟ ସିରିଜକୁ ୨-୦ରେ କରିଥିଲା ନିଜ ନାମରେ । ନିଜ ମାଟିରେ ଶ୍ରୀଲଙ୍କାକୁ କ୍ଲିନସ୍ୱିପ କରିଥିଲା ପାକିସ୍ତାନ ।

ତେବେ ଦେଖାଯାଉ ଆଗକୁ ଏହି ହିରୋଇନଙ୍କ ନାଁ ଆଉ କାହା ସହ ଯୋଡି ହେଉଚି ଏବଂ ଉର୍ବଶୀଙ୍କୁ ନେଇ ଆଗକୁ ଆସୁଛି କେଉଁ ସବୁ ତାଜା ଅପଡେଟ । ତେବେ ଦର୍ଶକବନ୍ଧୁ ଏହି ଖବର ଉପରେ ଆପଣଙ୍କ ମତାମତ କଣ । ବାସ୍ତବରେ ଏବେ ଉର୍ବଶୀଙ୍କର ନାସୀମଙ୍କ ସହ କିଛି ଆଫାୟାର ଚାଲିଚି ନା ଏହାକେବଳ ଏକ ଗୁଜବ ମାତ୍ର ନିଜ ମତାମତ ଆମ ସହ ନିଶ୍ଚୟ ସେୟାର କରନ୍ତୁ ।

Related Articles

LEAVE A REPLY

Please enter your comment!
Please enter your name here

Stay Connected

5,000FansLike
10,000SubscribersSubscribe
- Advertisement -spot_img

ସର୍ବଶେଷ ପ୍ରବନ୍ଧ