ଦର୍ଶକବନ୍ଧୁ ବର୍ତମାନ ଟମାଟୋ ଦର ଯାହା ଏବେ ଖାଉଟିଙ୍କ ପକେଟକୁ ବାରି ବାଧୁଛି । ଅବଶ୍ୟ ଟମାଟୋ ଦାମ କମ କରିବାକୁ ସରକାର ଘୋଷଣା କରି ଥେିରୁ ସାମାନ୍ୟ ଆଶ୍ୱସ୍ତି ପ୍ରଦାନ କରିଛନ୍ତି । ହେଲେ ତଥାପି , ଏଥିରୁ ସଂପୂର୍ଣ୍ଣ ଭାବେ ଗ୍ରାହକ ଖୁସି ଖୁସିରେ କିଣୁନାହାନ୍ତି ଟମାଟୋ । କାରଣ ଗୋଟିଏ ପଟେ ଆକାଶଛୁଆଁ ଦରକୁ ସେପଟେ ତରକାରୀରେ ନପଡିଲେ ହେବନି । ଏହାକୁ ବାଦ ଦେଲେ ଅନେକ ଲୋକେ ଟମାଟୋର ବିକଳ୍ପ ବି ବାଛୁଛନ୍ତି । ସେପଟେ ଟମାଟୋ ଦର ବୃଦ୍ଧି ଉପରେ ଅନେକପ୍ରକାର ମିମ୍ସ, ମଜାଦାର ଗୀତ ଓ ଭିଡିଓ ବି ହେଉଛି ଭାଇରାଲ । ଏସବୁ ଇଂଟରନେଟରେ ଧୂମ ମଚାଉଛି । ଏକପ୍ରକାର ମନୋରଂଜନର ଖୁରାକ ଯୋଗାଉଛି ଏସବୁ । ଟମାଟୋ ଦର ବୃଦ୍ଧି ଉପରେ ନିଜର ମତାମତ ବି ସେୟାର କରୁଛନ୍ତି ୟୁଜର । ହେଲେ ନିକଟରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି । ଯେଉଁଠି ଦେଖିବାକୁ ମିଳୁଛି କି, ଗୋଟିଏ କିଙ୍ଗ କୋବ୍ରା ଟମାଟୋକୁ ଜଗି ରହିଥିବା ଦେଖାଯାଇଛି ।
ଭାଇରାଲ ହେଉଥିବା ଭିଡିଓରେ ଗୋଟିଏ କିଙ୍ଗ କୋବ୍ରା ଟମାଟୋ ପାଖରେ ବସି ରହିଛି । କାହାକୁ ବି ସେ ପାଖକୁ ଯିବାକୁ ଦେଉନି । ହେଲେ ଟମାଟୋ ଆଡକୁ ହାତ ବଢାଇବା ମାତ୍ରେ ଆକ୍ରମଣ କରିବାକୁ ଲାଗୁଛି ସାପଟି । ପୁରାପୁରି ଆକ୍ଟିଭ ମୋଡରେ ଅଛି ସାପ । ସେ ଟମାଟୋ ପାଖରେ ବସିଛି ଏବଂ ସାମ୍ନାରେ ଥିବା ଜମେ ଲୋକ ଉପରେ ବି ନଜର ରଖଛି । ପରେ କାନ୍ଥ ଉପରକୁ ସେ ଚଢୁଚି , ମାତ୍ର ନଜର କିନ୍ତୁ ରହିଚି ଟମାଟୋ ଉପରେ । ଟ୍ୱିଟରରେ ସେୟାର କରାଯାଇଥିବା ଏହି ଭିଡିଓଟିକୁ କାଫି ମାତ୍ରାରେ ଲୋକେ ଦେଖୁଛନ୍ତି ଏବଂ ନିଜର ପ୍ରତିକ୍ରିୟା ମଧ୍ୟ ରଖୁଛନ୍ତି । ତେବେ ନେଟିଜେନ୍ସ ଏହାକୁ ଦେଖି ଆଚମ୍ବିତ ହୋଇଯାଇଛନ୍ତି । ବିପୁଳ ମାତ୍ରାରେ ଏହାକୁ କରାଯାଉଚି ରିଟ୍ୱିଟ୍ ।
ଅବଶ୍ୟ ଏହି ଭିଡିଓଟିର ପ୍ରକୃତ ସୋର୍ସ କଣ ଜଣାପଡିନି । ହେଲେ ଏମିତି ଲାଗୁଛି କି, ବୋଧ ହୁଏ ଏହାକୁ ରେସ୍କ୍ୟୁ କରାଯାଉଥିଲା । ଯେଉଁଠି କିଙ୍ଗ କୋବ୍ରା ଟମାଟୋ ଥିବା ସ୍ଥାନକୁ ପଳାଇଛି ଏବଂ ରେସ୍କ୍ୟୁ ଟିମ ତାକୁ ସେଠାରୁ ବାହାର କରିବାକୁ ପ୍ରୟାସ କରୁଛନ୍ତି । କିନ୍ତୁ ଧ୍ୟାନ ଦେବାର କଥା ଏହା ଯେ, ଭିଡିଓଟି ସେତେବେଳେ ସାମ୍ନାକୁ ଆସିଛି ଯେତେବେଲେ ଟମାଟୋ ମୂଲ୍ୟ ରହିଛି ଢେର ଅଧିକ । ଭିଡିଓର କ୍ୟାପସନରେ ଲେଖାଯାଇଚି କି, ଟମାଟୋ ରେଟ ବଢୁଥିବାରୁ ଆମେ ଆମ ମୂଲ୍ୟବାନ ଷ୍ଟକ ପାଖରେ ସିକ୍ୟୁରିଟି ଲଗାଇ ଦେଇଛୁ ।
ତେବେ ଦର୍ଶକବନ୍ଧୁ ଏ ଭିଡିଓ ଉପରେ ଆପଣଙ୍କ ମନ୍ତବ୍ୟ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାନ୍ତୁ ।

