29.6 C
Odisha
Saturday, May 18, 2024
spot_img

ଦିନେ କରୁଥିଲେ ଗୁପଚୁପ୍ ବିକ୍ରି, ଆଜି ଏତେ କୋଟିର ମାଲିକ

ଯଶସ୍ବୀ ଯଏଶୱାଲ ଦମଦାର ଭାବେ ନିଜ ଇଣ୍ଟରନ୍ୟାଶନାଲ କ୍ୟାରିଅରର ଆରମ୍ଭ କରିଛନ୍ତି । ପ୍ରଥମ ଟେଷ୍ଟ ରେ ୧୭୧ ରନ କରି ସମସ୍ତଙ୍କ ର ସେ ଧ୍ୟାନ ଆକର୍ଷଣ କରିଛନ୍ତି । ଯଦି ଦ୍ୱିତୀୟ ଟେଷ୍ଟ କଥା କହିବା ତେବେ ୨୧ ବର୍ଷର ଏହି ଓପନର ବ୍ୟାଟ୍ସମ୍ୟାନ ପୁଣି ଥରେକ ମାଲ କରିଛନ୍ତି ଏବଂ ପ୍ରଥମ ପାରିରେ କରିଛନ୍ତି ୫୭ ରନ । ଆଉ ହାସଲକରିଛନ୍ତି ଏକ ଖାସ ଉପଲବ୍ଧି । ଦୁଇଟିଯାକ ମ୍ୟାଚ୍ ରେ ଯଶସ୍ବୀ ଓ କପ୍ତାନ ରୋହିତ ଶର୍ମା ଶତକୀୟ ପାର୍ଟନରସିପ କରିଥିଲେ । ଟିମ୍ ଇଣ୍ତିଆର ଯୁବ ଓପନର ଯଶସ୍ବୀ ଯଏଶୱାଲ ୱେଷ୍ଟଇଣ୍ତିଜ ବିପକ୍ଷରେ ଟେଷ୍ଟ ମ୍ୟାଚରେ ଡ଼େବ୍ୟୁ କରିଥିଲେ । ଏଥିରେ ସେ ଶତକ ମାରି ଆସିଥିଲେ ଚର୍ଚ୍ଚାକୁ । ଆଇପିଏଲ ହେଉ କି ଆନ୍ତର୍ଜାତୀୟ କ୍ରିକେଟ ସବୁଥିରେ ନିଜର ଧମଦାର ପ୍ରଦର୍ଶନ ଲାଗି ବେଶ ଚର୍ଚ୍ଚାରେ ଥାଆନ୍ତି ଏହି ଯୁବ କ୍ରିକେଟର । ଯଶସ୍ବୀ ଘରୋଇ କ୍ରିକେଟ ରେ ମୁମ୍ବାଇ ତରଫରୁ ଖେଳନ୍ତି । ସେଥିରୁ ତାଙ୍କର ଆୟ ହୁଏ । ଏବେ ଯାଏଁ ଘରୋଇ କ୍ରିକେଟ ରେ ମୋଟ ୧୪ଟି ଫାର୍ଷ୍ଟ କ୍ଲାସ ମ୍ୟାଚ ସେ ଖେଳିଛନ୍ତି । ବିସିସିଆଇ ୨୧ଟି ଫାର୍ଷ୍ଟ କ୍ଲାସ ମ୍ୟାଚ ରୁ କମ ଖେଳିଥିବା ଖେଳାଳିଙ୍କୁ ୪୦ ହଜାର ପ୍ରତି ଦିନ ଦେଇଥାଏ । ଏ ହିସାବ ରେ ଯଶସ୍ବୀ ପ୍ରାୟ ୨୦ ଲକ୍ଷ ଇନକମ କରନ୍ତି ।
ତେବେ ଆଜି ଆସନ୍ତୁ ଜାଣିବା ଜଶସ୍ବୀ ଯଏଶୱାଲଙ୍କୁ ନେଇ କିଛି ଅଜଣା କଥା ।

କ୍ରିକେଟର ହେବାର ସ୍ୱପ୍ନ ନେଇ ମାତ୍ର ୧୨ ବର୍ଷ ବୟସରେ ଉତ୍ତରପ୍ରଦେଶର ଏକ ଛୋଟ ସହରରୁ ସେ ମୁମ୍ବାଇ କୁ ଚାଲି ଆସିଥିଲେ । ମୁମ୍ବାଇକୁ ଆସିଥିବା ଜଶସ୍ବୀଙ୍କୁ କିଛି ରାତି ତମ୍ବୁରେ ବି ବିତାଇବାକୁ ପଡିଥିଲା। ଏହି କ୍ରିକେଟରଙ୍କ ସଂଘର୍ଷର କାହାଣୀ କହିଲେ ଯାହା ଆଖିରୁ ବି ଆସିଯାଇପାରେ ଲୁହ । ଜାଣିଚକିତ ହେବେ ଆଜି ଯିଏ ଜଣେ ଦମଦାର କ୍ରିକେଟର ଭାବେ ପରିଗଣିତ ହେଉଛନ୍ତି , ଦିନ ଥିଲା କ୍ରିକେଟର ହେବା ସ୍ବପ୍ନ ନେଇ ମୁମ୍ବାଇକୁ ଆସିଥିବା ଜଶସ୍ବୀ ପ୍ରଥମେ ଏଠାରେ ଗୁପଚୁପ ବିକ୍ରି କରି ଚଳୁଥିଲେ ।

ଏହି ବାମହାତୀ ବ୍ୟାଟ୍ସମ୍ୟାନ୍ ୨୦୨୦ ମସିହାରେ ଅଣ୍ଡର -୧୯ ବିଶ୍ୱକପରେ ପ୍ଲେୟାର ଅଫ୍ ଦି ଟୁର୍ଣ୍ଣାମେଣ୍ଟ ଭାବେ ହୋଇଥିଲେ ମନୋନୀତ । ଆଉ ଏହି ସମୟରେ ସେ ପ୍ରଥମେ ସମସ୍ତଙ୍କ ନଜରକୁ ଆସିଥିଲେ । ଏହାପରେ ଆଇପିଏଲ ନିଲାମୀ ବେଳେ ରାଜସ୍ଥାନ ରୟାଲ୍ସ ତାଙ୍କୁ ୨୪ ମିଲିୟନ୍ ଅର୍ଥାତ୍ ୨ କୋଟି ୪୦ ଲକ୍ଷ ଟଙ୍କାରେ କିଣିଥିଲା । ନିଜର ଦମଦାର ପ୍ରଦର୍ଶନ ଫଳରେ ଜଶସ୍ବୀ ଏବେ ବେଶ ଡ଼ିମାଣ୍ତରେ ରହିଛନ୍ତି ।

ଏବେ ଜଶସ୍ବୀ ୪ କୋଟି ଟଙ୍କା ନେଉଥିବା ବେଳେ କେବଳ ଆଇପିଏଲରୁ ସେ ୧୨ କୋଟି ୮୦ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି । ଯଦି ତାଙ୍କ ସମ୍ପତି କଥା ବିଷୟରେ କହିବା ତାଙ୍କ ନିକଟରେ ମୋଟ ୨୩ କୋଟି ଟଙ୍କାର ସମ୍ପତ୍ତି ଏବେ ରହିଛି ।

ନିକଟ ରେ ଏହି ଯୁବ କ୍ରିକେଟର ଏକ ୫ ବିଏଚକେ ଫ୍ଲାଟ୍ କିଣିଛନ୍ତି, ଯାହାର ମୂଲ୍ୟ କୋଟି କୋଟି ଟଙ୍କାର ବୋଲି ଚର୍ଚ୍ଚା ହେଉଛି । ଏହା ପୂର୍ବରୁ ସେ ନିଜ ପରିବାର ସହ ମୁମ୍ବାଇର ସାଂଟାକ୍ରୁଜରେ ଥିବା ଏକ ୨ ବିଏଚକେ ଫ୍ଲାଟରେ ରହୁଥିଲେ । ରିପୋର୍ଟ ହିସାବ ରେ ଯଶସ୍ୱୀଙ୍କ ପାଖରେ ଅଧିକ କାର ତ ନାହିଁ , ହେଲେ ରିପୋର୍ଟରୁ ଜଣାପଡେ କି ସେ ଏସୟୁଭି ମର୍ସିଡିଜ ର ମାଲିକ ।

Related Articles

LEAVE A REPLY

Please enter your comment!
Please enter your name here

Stay Connected

5,000FansLike
10,000SubscribersSubscribe
- Advertisement -spot_img

ସର୍ବଶେଷ ପ୍ରବନ୍ଧ