40.3 C
Odisha
Thursday, April 16, 2026

ଜଗନ୍ନାଥଙ୍କ ଆଖି କାହିଁକି ବଡ ?

ଦର୍ଶକ ବନ୍ଧୁ, ବିଶ୍ଵର ବଡ଼ ଠାକୁର ସେଇ କାଳିଆ ସାଆନ୍ତ । ତାଙ୍କର କେତେ ମହିମା କେତେ ଯେ ଲୀଳା କହିଲେ ନ ସରେ । କୁହାଯାଏ କାଳିଆର ଡୋରି ଲାଗିଲେ ତାଙ୍କର ଟିକେ ଦର୍ଶନ ମିଳେ । ନହେଲେ ଅପେକ୍ଷା କରି କରି ଆଖି କୋରଡରେ ପଶିଯିବ ପଛେ, ସେ କିନ୍ତୁ ଦର୍ଶନ ଦିଅନ୍ତନି । ଭାରି ନଟିଆ ଠାକୁର ସେ । ପ୍ରଭୁଙ୍କ ମାୟାରେ ଥରେ ପଡିଗଲେ ବାହାରିବା ଭାରି କଷ୍ଟ । ତେବେ ବର୍ତମାନ ରତ୍ନ ବେଦୀରୁ ଓହ୍ଲାଇ ଭାଇ ଭଉଣୀ ଙ୍କୁ ସାଙ୍ଗରେ ଧରି ଗୁଣ୍ଡିଚା ମା ଘରକୁ ବୁଲି ଯାଇଛନ୍ତି ମହାପ୍ରଭୁ । ଭକ୍ତ ଙ୍କୁ ବେଶୀ ଆକୃଷ୍ଟ କରେ ଜଗନ୍ନାଥଙ୍କ ସେଇ ଚକାଡୋଳା ଆଖି । ଯାହା ସମସ୍ତଙ୍କୁ ବିମୋହିତ କରେ । ଅନେକ ଏହି ଚକାଡୋଳା ଚାହାଣି ଦେଖିବାକୁ କାହିଁ କେତେ ଦୂରରୁ ଧାଇଁ ଆସନ୍ତି । ଜଗା ଟାହିଆ ହଲେଇ ଝୁଲି ଝୁଲି ଯିବାର ଦୃଶ୍ୟ ସତରେ ଭାରି ମନୋରମ । କହିବାକୁ ଗଲେ ମହାପ୍ରଭୁଙ୍କ ଆଖି ଦେଖିବା ପରେ ସମସ୍ତଙ୍କ ମନ ଯେମିତି ଉଲ୍ଲାସିତ ହୋଇଯାଏ । ଆଉ ଶାନ୍ତି ମିଳିଥାଏ ଆତ୍ମାକୁ। ହେଲେ କେବେ ଭାବିଛନ୍ତି କି, ମହାପ୍ରଭୁଙ୍କ ଆଖି କାହିଁକି ଏତେ ବଡ଼ , ଏହା ପଛରେ କଣ ରହିଛି କାରଣ । ତେବେ ଖାଲି ମହାପ୍ରଭୁଙ୍କ ନୁହେଁ, ପ୍ରଭୁ ବଳଭଦ୍ର ଓ ମାଆ ସୁଭଦ୍ରାଙ୍କ ଆଖି ମଧ୍ୟ ବଡ଼ । ଆପଣ ଦେଖିଥିବେ ଈଶ୍ୱରଙ୍କ ସମସ୍ତ ମୂର୍ତ୍ତି ବା ଫଟୋ , ଭଗବାନଙ୍କ ଚେହେରା ତାଙ୍କ ମାନବ ରୂପ ଅନୁଯାୟୀ ଦେଖାଯାଇଛି। କିନ୍ତୁ ଜଗନ୍ନାଥଙ୍କ ଆଖି ସବୁଠୁ ଭିନ୍ନ ଏବଂ ଅନନ୍ୟ । ଯାହା ଭିତରେ ଲୁଚି ରହିଛି ଅନେକ ରହସ୍ୟ । କୁହାଯାଏ ଜଗନ୍ନାଥ ହେଉଛନ୍ତି କୃଷ୍ଣଙ୍କର ଏକ ରୂପ ।

ପ୍ରଭୁ ଜଗନ୍ନାଥ, ବଡ ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କ ବଡ଼ ଆଖି ପଛରେ ରହିଛି ଏକ ରୋଚକ କାହାଣୀ । କୁହାଯାଏ ଯେ, ଯେତେବେଳେ ଭଗବାନ କୃଷ୍ଣ ଦ୍ୱାରକାଠାରେ ବାସ କରିଥିଲେ, ସେତେବେଳେ ନନ୍ଦ ବାପା, ଯଶୋଦା ମାତା ଏବଂ ରୋହିଣୀ ମା ତାଙ୍କୁ ଭେଟିବାକୁ ଆସିଥିଲେ। ଦ୍ୱାରକାର ବାସିନ୍ଦା ଭଗବାନ କୃଷ୍ଣଙ୍କୁ ସେମାନଙ୍କର ଭଗବାନ ବୋଲି ବିବେଚନା କରୁଥିବାବେଳେ ଶ୍ରୀମନ୍ଦିର ବାସିନ୍ଦା ତାଙ୍କୁ ପ୍ରେମୀ ବୋଲି ବିବେଚନା କରିଥିଲେ। ଦିନେ ରୋହିଣୀ ମା ଶ୍ରୀକୃଷ୍ଣଙ୍କ ଦ୍ୱାରା ପରିବେଷଣ କରାଯାଇଥିବା କାହାଣୀ ଦ୍ୱାରକା ବାସିଙ୍କୁ ବର୍ଣ୍ଣନା କରୁଥିଲେ। ଏହି ସମୟରେ ସେ ଭଗବାନ କୃଷ୍ଣଙ୍କ ଭଉଣୀ ସୁଭଦ୍ରାଙ୍କୁ ଯାଇ କହିଥିଲେ ଦ୍ୱାରରେ ଠିଆ ହେବାକୁ । ଭଗବାନ କୃଷ୍ଣଙ୍କ ରାସଲୀଳା ଶୁଣିବା ପରେ ଦ୍ୱାରକା ବାସି ତାଙ୍କ କାହାଣୀ ଶୁଣିବାରରେ ଥିଲେ ବ୍ୟସ୍ତ । ଅନ୍ୟପକ୍ଷରେ ସୁଭଦ୍ରା ଦ୍ୱାରରେ ଦୁଃଖରେ ଛିଡ଼ା ହୋଇଥିବା ବେଳେ ଉଭୟ ଭାଇ ବଳରାମ ଏବଂ କୃଷ୍ଣ ମଧ୍ୟ ତାଙ୍କ ଡାହାଣ ଓ ବାମ ପାର୍ଶ୍ୱରେ ଠିଆ ହୋଇଥିଲେ। ଯେଉଁଠାରୁ ସେମାନେ ରୋହିଣୀ ମାଙ୍କ ଦ୍ୱାରା ଭଗବାନ କୃଷ୍ଣଙ୍କ ପିଲାଦିନର କାହାଣୀ ଶୁଣିବା ଆରମ୍ଭ କରିଥିଲେ। ଭଗବାନ କୃଷ୍ଣଙ୍କ କାହାଣୀ ଶୁଣି ସମସ୍ତେ ସତେ ଯେମିତି ଆଶ୍ଚର‌୍ୟ୍ୟ ହୋଇଗଲେ। ଆଉ ସେହି ସମୟରେ ତାଙ୍କ ଆଖି ସମ୍ପୂର୍ଣ୍ଣ ଖୋଲା ରହିଥିଲା।

କୁହାଯାଏ ଯେ, ଏହି ସମୟରେ ନାରଦ ମୁନି ମଧ୍ୟ ପୃଥିବୀକୁ ଆସିଥିଲେ, ଯେଉଁଠାରେ ସେ ଏହି ତିନି ଭାଇଭଉଣୀଙ୍କୁ ଏକାଠି ଦେଖି ଆଶ୍ଚର‌୍ୟ୍ୟ ହୋଇଗଲେ। ଏହା ପରେ ସେ ପ୍ରାର୍ଥନା କଲେ ଯେ, ସମସ୍ତେ ଭକ୍ତ ଭଗବାନ କୃଷ୍ଣ ଏବଂ ତାଙ୍କ ଭାଇଭଉଣୀଙ୍କ ଏହି ଅନନ୍ୟ ରୂପ ଦେଖିପାରିବେ।ରିପୋର୍ଟ ହିସାବରେ, ଜଗନ୍ନାଥ ପୁରୀ ମନ୍ଦିରରେ ଭଗବାନ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତିକୁ ବିଶ୍ୱକର୍ମା ରାଜା ଇନ୍ଦ୍ରଦ୍ୟୁମଙ୍କ ନିର୍ଦ୍ଦେଶରେ ଏକ ବନ୍ଦ କୋଠରୀରେ ପ୍ରସ୍ତୁତ କରିଥିଲେ। ଏପରି ପରିସ୍ଥିତିରେ, ତାଙ୍କ ପ୍ରତିମୂର୍ତ୍ତିର ଆଖି କାହିଁକି ଏତେ ବଡ ହେଲା, ଆଜି ପର‌୍ୟ୍ୟନ୍ତ କୌଣସି ଲିଖିତ କିମ୍ବା ମୌଖିକ ପ୍ରମାଣ ମିଳି ନାହିଁ। କୁହାଯାଏ ଯେ, କାରିଗର ବିଶ୍ୱକର୍ମା ଏହି ମୂର୍ତ୍ତିଗୁଡ଼ିକୁ ତିଆରି କରିବା ପାଇଁ ରାଜାଙ୍କ ନିକଟରେ ଏକ ସର୍ତ୍ତ ରଖିଥିଲେ ଯେ, ସେ ଏହି ମୂର୍ତ୍ତିଗୁଡ଼ିକୁ ଏକ ବନ୍ଦ କୋଠରୀରେ ଏକାକୀ ତିଆରି କରିବେ ଏବଂ ଏହି ସମୟ ମଧ୍ୟରେ ଅନ୍ୟ କୌଣସି ବ୍ୟକ୍ତିଙ୍କୁ କୋଠରୀରେ ପ୍ରବେଶ କରିବାକୁ ଅନୁମତି ଦିଆଯିବ ନାହିଁ।

କିନ୍ତୁ ରାଜା ଇନ୍ଦ୍ରଦ୍ୟୁମ ଭୟଭୀତ ହୋଇ ରାଣୀ ଙ୍କ କଥାରେ ଖୋଲି ଦେଇଥିଲେ କୋଠରୀ । ଏହା ପରେ ସେ ଦେଖିଲେ ଯେ ବିଶ୍ୱକର୍ମା ଅଧା ଅସମ୍ପୂର୍ଣ୍ଣ ମୂର୍ତ୍ତି ତିଆରି କରିବା ପରେ ଅଦୃଶ୍ୟ ହୋଇଯାଇଛନ୍ତି । ଏହା ପରେ ପ୍ରଭୁ ଜଗନ୍ନାଥ ରାଜାଙ୍କ ସ୍ୱପ୍ନରେ ଦେଖା ଦେଲେ ଏବଂ ତାଙ୍କୁ ମନ୍ଦିରରେ କେବଳ ଅସମ୍ପୂର୍ଣ୍ଣ ପ୍ରତିମା ସ୍ଥାପନ କରିବାକୁ ନିର୍ଦ୍ଦେଶ ଦେଲେ।ତେବେ ଏ କାହାଣୀ ଟି ଆପଣ ଙ୍କୁ କେମିତି ଲାଗିଲା ନିଶ୍ଚୟ କମେଣ୍ଟ କରି ଜଣାନ୍ତୁ ।

Related Articles

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ