28.2 C
Odisha
Thursday, April 16, 2026

କେମିତି ନୀତାଙ୍କୁ ପ୍ରପୋଜ କରିଥିଲେ ମୁକେଶ

ବିଶ୍ୱର ଅନ୍ୟତମ ଧନୀ ମୁକେଶ ଅମ୍ବାନୀ । ରିଲାଏନ୍ସ ଗ୍ରୁପର ମାଲିକ ସେ । ତାଙ୍କ ପାଖରେ ଅଚଳାଚଳ ସମ୍ପତି । ଦିନେ ଏସିଆର ସର୍ବ ବୃହତ ବିତ୍ତଶାଳୀ ଥିଲେ ସେ । ତାଙ୍କ ପାଖରେ ଅଛି ସବୁ କିଛି । ମୁକେଶଙ୍କ ବାପା ଧିରୁବାଇ ଅମ୍ବାନୀ ମଧ୍ୟ ଥିଲେ ଭାରତର ଜଣେ ବିଶିଷ୍ଟ ବ୍ୟବସାୟୀ । ଏ ସବୁ ସତ୍ତ୍ୱେ ମୁକେଶଙ୍କ ହୃଦୟକୁ ଘାଇଲା କରିଥିଲେ ନୀତା । କୌଣସି ଫିଲ୍ମଠୁ କମ ନଥିଲା ତାଙ୍କର ଲଭ୍ ଷ୍ଟୋରୀ । ଯାହା ଆଜି ବି ଅନେକଙ୍କୁ ଅଜଣା । 

ଆଜକୁ ପ୍ରାୟ 30 ବର୍ଷ ତଳର କଥା । ସେତେବେଳେ 27 ବର୍ଷର ଥିଲେ ମୁକେଶ ।  ପିଲାଦିନୁ ଖୁବ୍ ଜାକଜକମରେ ବଢିଥିଲେ ସେ । ତାଙ୍କର ସବୁ ଜିଦକୁ ପୁରା କରୁଥିଲେ ବାପା ଧିରୁବାଇ ଅମ୍ବାନୀ । ସେତେବଲେ ବି ଦେଶର ବଡ ଧନି ତାଲିକାରେ ଆସୁଥିଲା ଅମ୍ବାନୀ ପରିବାରର ନାଁ । ହେଲେ ଧିରୁବାଇ ଅମ୍ବାନୀଙ୍କୁ ଚିନ୍ତାରେ ପକାଇଥିଲା ମୁକେଶଙ୍କ ବାହାଘର । ଭଲ ବୋହୂଟିଏ ସେ ଖୋଜିଥିଲେ । କିନ୍ତୁ ମିଳୁନଥିଲେ ସେମିତି କେହି ଝିଅ । ସେତେବେଳେ ନିତାଙ୍କୁ ହୋଇଥିଲା 20 ବର୍ଷ । ଏକ କାର୍ଯ୍ୟକ୍ରମରେ ନୀତାଙ୍କୁ ପ୍ରଥମେ ଦେଖିଥିଲେ ଧିରୁବାଇ । ମୁକେଶଙ୍କ ପିତା ଧିରୁବାଇ ମଧ୍ୟ ନିତାଙ୍କୁ କରୁଥିଲେ ପସନ୍ଦ । କିନ୍ତୁ ମୁମ୍ବାଇର ପ୍ୟାଡର ରୋଡ଼ରୁ ଆରମ୍ଭ ହୋଇଥିଲା ମୁକେଶ ଆଉ ନିତାଙ୍କ ପ୍ରକୃତ ପ୍ରେମ କାହାଣୀ । 

ପିଲାଦିନୁ ନୃତ୍ୟ ପ୍ରତି ରହିଥିଲା ନିତାଙ୍କ ରୁଚି । ନବରାତ୍ରୀ ବେଳେ ବିର୍ଲା ମାତୋଶ୍ରୀରେ ଥରେ ନୃତ୍ୟ କରିଥିଲେ ନିତା । ଆଉ ସେଠାରୁ ନିତାଙ୍କୁ ପସନ୍ଦ କରିଥିଲେ ଧିରୁବାଇ ଏବଂ ପତ୍ନୀ କୋକିଲାବେନ । ସୁନ୍ଦର ହେବା ସହ ସଂସ୍କାରି ଥିଲେ ନିତା । ସେଠାରୁ ହି ତାଙ୍କୁ ବୋହୁ କରିବା କଥା ଭାବିଥିଲେ ଧିରୁବାଇ ଓ କୋକିଲା । ସଂଗ୍ରହ କରିଥିଲେ ନୀତାଙ୍କ ବାବଦରେ ଅନେକ ତଥ୍ୟ । ଏକଥା ସେ ମୁକେଶଙ୍କୁ ମଧ୍ୟ ଜଣାଇ ଦେଇଥିଲେ ।

ନୃତ୍ୟ କାର୍ଯ୍ୟକ୍ରମ ପରଦିନ ନିତାଙ୍କ ଘରକୁ ଫୋନ କରିଥିଲେ ଧିରୁବାଇ । ବିଶ୍ୱାସ କରି ପାରିନଥିଲେ ନୀତା । ପ୍ରଥମେ ରଙ୍ଗ୍ ନମ୍ବର ଭାବି କଲ୍ କାଟି ଦେଇଥିଲେ । ଶେଷରେ ଧିରୁବାଇ ଅମ୍ବାନୀଙ୍କ ସହ କଥା ହୋଇଥିଲେ ଚୁଲବୁଲି ନୀତା । ଆଉ ଅଫିସ ଆସିବା କଥାରେ ରାଜି ହୋଇଯାଇଥିଲେ । ଅଫିସରେ ନିତାଙ୍କୁ କିଛି ପ୍ରଶ୍ନ ପଚାରିଥିଲେ ଧିରୁବାଇ । ଏହାର କିଛି ଦିନ ପରେ ମୁକେଶଙ୍କୁ ଭେଟିଥିଲେ ନିତା । ତେବେ ପ୍ରଥମ ଦେଖାରେ ସେ ଏତେ ବଡ଼ ଲୋକଙ୍କୁ ଭେଟୁଥିବା କରିପାରିନଥିଲେ ବିଶ୍ୱାସ ।  ଧୀରେ ଧୀରେ ବନ୍ଧୁ ପାଲଟିଗଲେ ମୁକେଶ ଆଉ ନିତା । ଦିନେ କାରରେ ମୁମ୍ବାଇ ପ୍ୟାଡର ରୋଡ଼ରେ ଯାଉଥିଲେ ଉଭୟ । ଟ୍ରାଫିକ ସିଗ୍ନାଲ ପାଖରେ ଅଟକିଥିଲା କାର । ଆଉ ହଠାତ କାରରୁ ଓଲ୍ହାଇ ନିତାକୁ ବିବାହ ପ୍ରସ୍ତାବ ଦେଇଥିଲେ ମୁକେଶ । ଏମିତିକି ଉତ୍ତର ନେ ଦେଲା ଯାଏ ଗାଡି ଚଲାଇବେ ନାହିଁ ବୋଲି କହିଥିଲେ ସେ । ଶେଷରେ ହଁ କହିଥଲେ ନିତା । ଆଉ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ଉଭୟ ।

Related Articles

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ