ଭୁବନେଶ୍ୱର: ସାମୁଦ୍ରିକ ବାତ୍ୟା ‘ଅର୍ଣ୍ଣବ’ର ସମ୍ଭାବ୍ୟ ପ୍ରଭାବକୁ ନଜରରେ ରଖି ଯାତ୍ରୀଙ୍କ ସୁରକ୍ଷା ପାଇଁ ରେଳବାଇ ପକ୍ଷରୁ ବଡ଼ ପଦକ୍ଷେପ ନିଆଯାଇଛି। ବାତ୍ୟା ଯୋଗୁଁ ଅକ୍ଟୋବର ୨୭ରୁ ନଭେମ୍ବର ୫ ମଧ୍ୟରେ ଚଳାଚଳ କରିବାକୁ ଥିବା ୨୨ଟି ଏକ୍ସପ୍ରେସ୍ ଓ ପାସେଞ୍ଜର ଟ୍ରେନ୍କୁ ବାତିଲ୍ କରାଯାଇଛି। ଏଥିସହ କିଛି ଟ୍ରେନ୍ର ଚଳାଚଳକୁ ଆଂଶିକ ଭାବେ ସୀମିତ କରାଯାଇଛି।
ଏହି ନିଷ୍ପତ୍ତି ଯୋଗୁଁ ଓଡ଼ିଶା ସମେତ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ପଶ୍ଚିମବଙ୍ଗ ଓ ଅନ୍ୟ ରାଜ୍ୟକୁ ଯାତ୍ରା କରୁଥିବା ରେଳଯାତ୍ରୀ ପ୍ରଭାବିତ ହେବେ। ବିଶାଖାପାଟଣା, ହାଓଡ଼ା, ସିକନ୍ଦରାବାଦ, ଭୁବନେଶ୍ୱର, ସମ୍ବଲପୁର, ରାଉରକେଲା, ରାୟଗଡ଼ା, କୋରାପୁଟ, ଜଗଦଲପୁର ଓ କିରଣ୍ଡୁଲ୍ ମଧ୍ୟରେ ଚଳାଚଳ କରୁଥିବା ଟ୍ରେନ୍ଗୁଡ଼ିକ ଏହି ତାଲିକାରେ ରହିଛି।
ବାତିଲ୍ ହୋଇଥିବା ଟ୍ରେନ୍ର ତାଲିକା
ରେଳବାଇ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ନିମ୍ନଲିଖିତ ଟ୍ରେନ୍ଗୁଡ଼ିକ ନିର୍ଦ୍ଧାରିତ ତାରିଖରେ ଚଳାଚଳ କରିବ ନାହିଁ।
୧. ୧୮୫୧୫ ବିଶାଖାପାଟଣା–କିରଣ୍ଡୁଲ୍ ଏକ୍ସପ୍ରେସ୍: ଅକ୍ଟୋବର ୨୯ରୁ ନଭେମ୍ବର ୪।
୨. ୧୮୫୧୬ କିରଣ୍ଡୁଲ୍–ବିଶାଖାପାଟଣା ଏକ୍ସପ୍ରେସ୍: ଅକ୍ଟୋବର ୨୯ରୁ ନଭେମ୍ବର ୪।
୩. ୧୮୧୦୭ ରାଉରକେଲା–ଜଗଦଲପୁର ଇଣ୍ଟରସିଟି: ଅକ୍ଟୋବର ୨୯ରୁ ନଭେମ୍ବର ୪।
୪. ୧୮୧୦୮ ଜଗଦଲପୁର–ରାଉରକେଲା ଇଣ୍ଟରସିଟି: ଅକ୍ଟୋବର ୩୦ରୁ ନଭେମ୍ବର ୫।
୫. ୧୮୦୦୫ ହାଓଡ଼ା–ଜଗଦଲପୁର ସମଲେଶ୍ୱରୀ ଏକ୍ସପ୍ରେସ୍: ଅକ୍ଟୋବର ୨୭ରୁ ୩୦।
୬. ୧୮୦୦୬ ଜଗଦଲପୁର–ହାଓଡ଼ା ସମଲେଶ୍ୱରୀ ଏକ୍ସପ୍ରେସ୍: ଅକ୍ଟୋବର ୨୮ରୁ ୩୧।
୭. ୫୮୫୩୮ ବିଶାଖାପାଟଣା–କୋରାପୁଟ ପାସେଞ୍ଜର: ଅକ୍ଟୋବର ୨୭ରୁ ୩୦।
୮. ୫୮୫୩୭ କୋରାପୁଟ–ବିଶାଖାପାଟଣା ପାସେଞ୍ଜର: ଅକ୍ଟୋବର ୨୮ରୁ ୩୧।
୯. ୧୮୫୧୨ ବିଶାଖାପାଟଣା–କୋରାପୁଟ ଏକ୍ସପ୍ରେସ୍: ଅକ୍ଟୋବର ୩୦।
୧୦. ୧୮୫୧୧ କୋରାପୁଟ–ବିଶାଖାପାଟଣା ଏକ୍ସପ୍ରେସ୍: ଅକ୍ଟୋବର ୩୧।
୧୧. ୫୮୫୦୧ ବିଶାଖାପାଟଣା–କିରଣ୍ଡୁଲ୍ ପାସେଞ୍ଜର: ଅକ୍ଟୋବର ୨୭ରୁ ୩୦।
୧୨. ୫୮୫୦୨ କିରଣ୍ଡୁଲ୍–ବିଶାଖାପାଟଣା ପାସେଞ୍ଜର: ଅକ୍ଟୋବର ୨୭ରୁ ୩୦।
୧୩. ୧୨୭୦୪ ସିକନ୍ଦରାବାଦ–ହାଓଡ଼ା ଫାଲକନାମା ଏକ୍ସପ୍ରେସ୍: ଅକ୍ଟୋବର ୨୭।
୧୪. ୧୨୭୦୩ ହାଓଡ଼ା–ସିକନ୍ଦରାବାଦ ଫାଲକନାମା ଏକ୍ସପ୍ରେସ୍: ଅକ୍ଟୋବର ୨୯।
୧୫. ୧୭୦୧୬ ସିକନ୍ଦରାବାଦ–ଭୁବନେଶ୍ୱର ବିଶାଖା ଏକ୍ସପ୍ରେସ୍: ଅକ୍ଟୋବର ୨୭।
୧୬. ୧୭୦୧୫ ଭୁବନେଶ୍ୱର–ସିକନ୍ଦରାବାଦ ବିଶାଖା ଏକ୍ସପ୍ରେସ୍: ଅକ୍ଟୋବର ୨୯।
୧୭. ୨୦୮୧୦ ନାନ୍ଦେଡ୍–ସମ୍ବଲପୁର ନାଗାବଳୀ ସୁପରଫାଷ୍ଟ: ଅକ୍ଟୋବର ୨୭।
୧୮. ୨୦୮୦୯ ସମ୍ବଲପୁର–ନାନ୍ଦେଡ୍ ନାଗାବଳୀ ସୁପରଫାଷ୍ଟ: ଅକ୍ଟୋବର ୩୦।
୧୯. ୨୨୮୮୨ ଭୁବନେଶ୍ୱର–ପୁଣେ ସୁପରଫାଷ୍ଟ ଏକ୍ସପ୍ରେସ୍: ଅକ୍ଟୋବର ୨୭।
୨୦. ୨୨୮୮୧ ପୁଣେ–ଭୁବନେଶ୍ୱର ସୁପରଫାଷ୍ଟ ଏକ୍ସପ୍ରେସ୍: ଅକ୍ଟୋବର ୨୯।
୨୧. ୧୭୨୪୪ ରାୟଗଡ଼ା–ଗୁଣ୍ଟୁର ଏକ୍ସପ୍ରେସ୍: ଅକ୍ଟୋବର ୨୮।
୨୨. ୧୭୨୪୩ ଗୁଣ୍ଟୁର–ରାୟଗଡ଼ା ଏକ୍ସପ୍ରେସ୍: ଅକ୍ଟୋବର ୨୭।
ହୀରାଖଣ୍ଡ ଏକ୍ସପ୍ରେସ୍ର ଚଳାଚଳ ଆଂଶିକ ନିୟନ୍ତ୍ରିତ
କେବଳ ଟ୍ରେନ୍ ବାତିଲ୍ ନୁହେଁ, ହୀରାଖଣ୍ଡ ଏକ୍ସପ୍ରେସ୍ର ଗତିପଥରେ ମଧ୍ୟ ପରିବର୍ତ୍ତନ କରାଯାଇଛି।
- ୧୮୪୪୭ ଭୁବନେଶ୍ୱର–ଜଗଦଲପୁର ହୀରାଖଣ୍ଡ ଏକ୍ସପ୍ରେସ୍: ଅକ୍ଟୋବର ୨୭ରୁ ୩୦ ପର୍ଯ୍ୟନ୍ତ ଏହି ଟ୍ରେନ୍ ଜଗଦଲପୁର ପରିବର୍ତ୍ତେ ରାୟଗଡ଼ା ପର୍ଯ୍ୟନ୍ତ ଚଳାଚଳ କରିବ।
- ୧୮୪୪୮ ଜଗଦଲପୁର–ଭୁବନେଶ୍ୱର ହୀରାଖଣ୍ଡ ଏକ୍ସପ୍ରେସ୍: ଅକ୍ଟୋବର ୨୮ରୁ ୩୧ ପର୍ଯ୍ୟନ୍ତ ଟ୍ରେନ୍ଟି ଜଗଦଲପୁର ପରିବର୍ତ୍ତେ ରାୟଗଡ଼ାରୁ ଯାତ୍ରା ଆରମ୍ଭ କରିବ।
ବାତ୍ୟା ପାଇଁ ରେଳଯାତ୍ରୀଙ୍କୁ ସତର୍କ ସୂଚନା
ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବରେ ଆନ୍ଧ୍ରପ୍ରଦେଶ ସମେତ ଦକ୍ଷିଣ ଓଡ଼ିଶାରେ ବର୍ଷା ଓ ପବନର ତୀବ୍ରତା ବଢ଼ିବା ଆଶଙ୍କା ରହିଛି। ପାଣିପାଗ ପରିସ୍ଥିତିକୁ ଦେଖି ରେଳବାଇ ଯାତ୍ରୀ ସୁରକ୍ଷାକୁ ଗୁରୁତ୍ୱ ଦେଇ ଏହି ପଦକ୍ଷେପ ନେଇଛି।
ଯାତ୍ରା ପୂର୍ବରୁ ଯାତ୍ରୀମାନେ ନିଜ ଟ୍ରେନ୍ର ସ୍ଥିତି ଯାଞ୍ଚ କରିବା ଆବଶ୍ୟକ। ଟ୍ରେନ୍ର ଚଳାଚଳ, ବାତିଲ୍ କିମ୍ବା ଗତିପଥ ପରିବର୍ତ୍ତନ ସମ୍ପର୍କିତ ସଦ୍ୟତମ ସୂଚନା ପାଇଁ ରେଳବାଇର ଅଫିସିଆଲ୍ ୱେବସାଇଟ୍ କିମ୍ବା ନ୍ୟାସନାଲ୍ ଟ୍ରେନ୍ ଏନ୍କ୍ୱାରୀ ସିଷ୍ଟମ୍ (NTES) ଯାଞ୍ଚ କରନ୍ତୁ।

