ବାତ୍ୟା ବେଳେ ନୀଳଚକ୍ରରେ ଅଦ୍ଭୁତ ଦୃଶ୍ୟ, ପତିତପାବନ ବାନାରେ ପଡ଼ିଲା ଶୂନ୍ୟ ଗଣ୍ଠି

ପୁରୀ, ୨୮।୧୦: ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବରେ ଶ୍ରୀକ୍ଷେତ୍ର ପୁରୀରେ ବର୍ଷା ଓ ପବନ ଜାରି ରହିଛି। ଏହି ସମୟରେ ଶ୍ରୀମନ୍ଦିର ନୀଳଚକ୍ରରେ ଲାଗିଥିବା ପତିତପାବନ ବାନାରେ ଏକ ବିଶେଷ ଦୃଶ୍ୟ ଦେଖିବାକୁ ମିଳିଛି। ବାନାରେ ପଡ଼ିଛି ଶୂନ୍ୟ ଗଣ୍ଠି। ଏହି ଦୃଶ୍ୟକୁ ନେଇ ଏବେ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଚର୍ଚ୍ଚା ଜୋର ଧରିଛି।

ପ୍ରବଳ ପବନ ଯୋଗୁଁ ପତିତପାବନ ବାନାରେ ଏଭଳି ଗଣ୍ଠି ସୃଷ୍ଟି ହୋଇଥିବା ଅନୁମାନ କରାଯାଉଛି। ବାତ୍ୟା ସମୟରେ ଶ୍ରୀମନ୍ଦିର ନୀଳଚକ୍ରରେ ଏଭଳି ଦୃଶ୍ୟ ସାମ୍ନାକୁ ଆସିବା ପରେ ଏହାକୁ ନେଇ ବିଭିନ୍ନ ଆଲୋଚନା ହେଉଛି।

ଧାର୍ମିକ ବିଶ୍ୱାସ ଅନୁଯାୟୀ, ଶ୍ରୀମନ୍ଦିରର ପତିତପାବନ ବାନାକୁ ଅତ୍ୟନ୍ତ ପବିତ୍ର ମନେ କରାଯାଏ। ଶୂନ୍ୟ ଗଣ୍ଠି ପଡ଼ିଥିବା ବାନାକୁ ଘରେ ରଖିଲେ ଶୁଭ ହେବା ସହ ରୋଗବ୍ୟାଧି ଦୂର ହୁଏ ବୋଲି ଲୋକବିଶ୍ୱାସ ରହିଛି।

ଅନ୍ୟପକ୍ଷରେ, ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବରେ ପୁରୀରେ ପାଗ ଅଶାନ୍ତ ରହିଥିବା ବେଳେ ଶ୍ରୀମନ୍ଦିରର ଏହି ଦୃଶ୍ୟ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି।

Related Articles

LEAVE A REPLY

Please enter your comment!
Please enter your name here

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ