25.4 C
Odisha
Saturday, May 18, 2024
spot_img

କିମିଆଁ କଲା ସ୍ନାପଚାଟ୍ ପ୍ରେମ

ଜଣେ ବିବାହିତା ମହିଳା ସୋସିଆଲ ମିଡିଆ ସ୍ନାପଚାଟ୍ ମାଧ୍ୟମରେ ପ୍ରେମ ରେ ପଡିଥିଲେ । ତାଙ୍କ ପ୍ରେମିକ ନିଜକୁ ଖୁବ୍ ଧନୀର ପରିଚୟ ଦେଇଥିଲା । ଉକ୍ତ ପୁରୁଷଙ୍କ କଥାରେ ପ୍ରଭାବିତ ହୋଇ ପ୍ରେମିକଙ୍କ ସହ ରହିବା ପାଇଁ ମହିଳା ଜଣକ ଘରୁ ବାହାରି ଆସିଥିଲେ । କିନ୍ତୁ ଯେତେବେଳେ ମହିଳା ଜଣକ ସତ ଜାଣିଲେ ସେତେବେଳେ ପାଦ ତଳୁ ମାଟି ଖସିଯାଇଥିଲା । କାରଣ ବୟଫ୍ରେଣ୍ଡ୍ ଅଦ୍ଭୁତ କାର‌୍ୟ୍ୟ କରି ଟଙ୍କା ରୋଜଗାର କରୁଥିଲେ । ଏହା ଜାଣିବା ପରେ ମହିଳା ଜଣଙ୍କ ତାଙ୍କ ସ୍ୱାମୀଙ୍କ କଥା ମନେ ପକାଇଥିଲେ । ପରେ ସ୍ୱାମୀଙ୍କୁ କଲ୍ କରି କହିଲେ ଯେ, ମୁଁ ଏକ ଭୁଲ୍ କାମ କରିଦେଇଛି, ମୁଁ ପୁଣିଥରେ ତମ ପାଖକୁ ଫେରିଆସିବାକୁ ଚାହୁଁଛି । ଏପରି କିଛି ଘଟିଥିଲା ରୋମାବେନ ପଟେଲଙ୍କ ଜୀବନରେ ଯିଏକି ୬ ବର୍ଷ ପୂର୍ବରୁ ରାହୁଲ ସାପକାଲଙ୍କୁ ବିବାହ କରି ଘର ସଂସାର ଆରମ୍ଭ କରିଥିଲେ । ପରେ ସ୍ନାପଚାର୍ଟରେ ଜଣେ ଯୁବକଙ୍କ ପ୍ରେମରେ ପଡି ବାଟବଣା ହୋଇଯାଇଥିଲେ । ଭଲ ପାଉଥିବା ଯୁବକଙ୍କ ନାମ ଚମାନ ଖାନ ।

ସ୍ନାପଚାର୍ଟ ମାଧ୍ୟମରେ ଯୁବକଙ୍କ ସହ ଯୋଡିହେବାପରେ କିଛି ଦିନର କଥାବାର୍ତ୍ତା ପରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢିଉଠିଥିଲା । ମହିଳା ଜଣକ ପ୍ରେମରେ ଅନ୍ଧ ହୋଇ ବୟଫ୍ରେଣ୍ଡ୍ ଦେଖା କରିବାକୁ ଭଦୋଦରାରୁ ପ୍ରାୟ ୯ଶହ କିମି ଯାତ୍ରା ଆରମ୍ଭ କରିଥିଲେ । ସେ ଜୁଞ୍ଜୁନ ଜିଲ୍ଲା ପିଲାନି ଥାନା ନିକଟ ଦେବ୍ରୋଡ ଅଞ୍ଚଳରେ ପହଞ୍ଚିଯାଇଥିଲେ । କିଛିଦିନ ସେଠାରେ ରହିବା ପରେ ମହିଳାଙ୍କର ପ୍ରେମଜ୍ୱର ଛାଡିଯାଇଥିଲା । ସେ ନିଜ ସ୍ୱାମୀଙ୍କୁ ଅଚାନକ ଭାବରେ ମେସେଜ୍ କରି କହିଥିଲେ ଯେ, ମୁଁ ବହୁତ ବଡ଼ ଭୁଲ୍ କରିଦେଇଛି । ପୁଣିଥରେ ତମ ପାଖକୁ ଫେରିଆସିବାକୁ ଚାହୁଁଛି ।

ଆପଣଙ୍କୁ କହିରଖିବାକୁ ଚାହୁଁ ଯେ, ରୋମାବେନ ପଟେଲ ଭଦୋଦରାରେ ରହୁଥିବା ରାହୁଲ ସାପକାଲଙ୍କୁ ୬ ବର୍ଷ ପୂର୍ବରୁ ବିବାହ କରିଥିଲେ। ରାହୁଲ ଏବଂ ରୋମାବେନଙ୍କ ଦାମ୍ପତ୍ୟ ଜୀବନ ଖୁବ୍ ଭଲରେ ଚାଲିଥିଲା । ରାମାବେନ ସୋସିଆଲ ମିଡିଆ ବ୍ୟବହାର କରୁଥିଲେ । ହଠାତ୍ ସୋସିଆଲ ମିଡିଆ ମାଧ୍ୟମରେ ରୋମାବେନ ଚାମନ ଖାନ ନାମକ ଜଣେ ଯୁବକଙ୍କ ସଂସ୍ପର୍ଶରେ ଆସିଥିଲେ । ଦୁହିଁଙ୍କ ମଧ୍ୟରେ ବେଶ୍ କିଛିଦିନ ଚାର୍ଟ ହେବା ପରେ କଥା ବାର୍ତ୍ତା ବଢିଚାଲିଲା । ପ୍ରଥମେ ଦୁହେଁ ଭଲ ବନ୍ଧୁ ହେଲେ ଏବଂ ପରେ ଉଭୟଙ୍କ ବନ୍ଧୁତା ପ୍ରେମରେ ପରିଣତ ହୋଇଥିଲା । ଚମାନ ଖାନ ନିଜକୁ ଧନୀର ପରିଚୟ ଦେଇଥିଲେ । ନିଜ ପାଖରେ ବଡ ଘର, କାର ଥିବା ସହ ବଡ଼ ବ୍ୟବସାୟ ରହିଛି ବୋଲି ମହିଳାଙ୍କୁ ଲୋଭ ଦେଖାଇଥିଲେ । ରୋମାନେନ୍ ପଟେଲ ଜଣେ ବିବାହିତା ମହିଳା ହୋଇ ମଧ୍ୟ ଚମାନ ଖାନଙ୍କ ପ୍ରେମରେ ପଡିଯାଇଥିଲେ । ସେ ୧୧ ମଇରେ ନିଜ ସ୍ୱାମୀଙ୍କୁ ଛାଡି ଘରୁ ଫେରାର୍ ହୋଇଥିଲେ ପ୍ରେମିକଙ୍କ ପାଇଁ । କିନ୍ତୁ ସେ ପ୍ରେମିକଙ୍କ ପାଖରେ ପହଞ୍ଚି କିଛିଦିନ ରହିବା ପରେ ସତ କଥା ସବୁ ଜାଣିପାରିଥିଲେ । ସେ ଏହା ଜାଣିଗଲେ ଯେ, ପ୍ରେମିକ ଧନୀ ନୁହଁନ୍ତି, ସେ ଏକ ଛୋଟ ବ୍ୟବସାୟ କରି ପରିବାର ଚଳାନ୍ତି । କିଛିଦିନ ଉଭୟେ ଏକାଠି ରହିବା ପରେ ରୋମାବେନଙ୍କ ଉପରେ ପ୍ରେମିକ ଚମାନ ଅତ୍ୟାଚାର କରିବା ଆରମ୍ଭ କରିଦେଇଥିଲେ । ତାଙ୍କ ଆଚରଣରେ ପରିବର୍ତ୍ତନ କାରଣରୁ ରୋମାବେନ୍ ଅସନ୍ତୋଷ ପ୍ରକାଶ କରି ନିଜ ଭୁଲ୍ ବୁଝିପାରିଥିଲେ । ପରେ ପୋଲିସ ନିକଟରେ ଏସମ୍ପର୍କରେ ଅଭିଯୋଗ ହୋଇଥିଲା । ଉଭୟେ ରୋମାବେନ ଓ ଚମାନ ଖାନଙ୍କୁ ପୋଲିସ ପଚରାଉଚରା କରୁଛି । ଏହା ପୂର୍ବରୁ ପତ୍ନୀ ନିଖୋଜ ହେବାର ଘଟଣା ବାବଦରେ ରୋମାବେନଙ୍କ ସ୍ୱାମୀ ରାହୁଲ ଥାନାରେ ଲିଖିତ ଅଭିଯୋଗ ମଧ୍ୟ କରିଥିଲେ । ପୋଲିସ ତଦନ୍ତ କରିବା ସହ ରୋମାବେନଙ୍କୁ ଖୋଜାଖୋଜି କରୁଥିଲା । ଆପଣଙ୍କୁ ଜଣାଇବାକୁ ଚାହୁଁ ଯେ, ରୋମାବେନଙ୍କ ସ୍ୱାମୀ ରାହୁଲ ଏକ ମୋବାଇଲ୍ ସିମ୍ ଦୋକାନ କରି ଘର ଚଳାଉଥିଲେ । ପତ୍ନୀ ନିଖୋଜ ହେବା ପରେ ସେ ମାନସିକ ଚିନ୍ତାରେ ପଡିଗଲେ ।

Related Articles

LEAVE A REPLY

Please enter your comment!
Please enter your name here

Stay Connected

5,000FansLike
10,000SubscribersSubscribe
- Advertisement -spot_img

ସର୍ବଶେଷ ପ୍ରବନ୍ଧ