ଦର୍ଶକ ବନ୍ଧୁ ଆଜିର ଜୀବନ ଶୈଳୀ ରେ ସ୍ମାର୍ଟ ଫୋନ ପାଲଟିଯାଇଛି ଏକ ଗୁରୁତ୍ୱପୂର୍ଣ ଅଙ୍ଗ । ସ୍ମାର୍ଟଫୋନ ବିନା ସବୁ ଅଧା ଅଧୁରା । ପ୍ରତିଟି କାମ ପାଇଁ ଆମେ ଆବଶ୍ୟକ କରୁ ସ୍ମାର୍ଟ ଫୋନ । ଗୁଗଲ ସର୍ଚ୍ଚ ଠାରୁ ଆରମ୍ଭ କରି ଅନଲାଇନ୍ ପେମେଣ୍ଟ ପର୍ୟ୍ୟନ୍ତ ସବୁ କାମ କରିଥାଉ ଏହି ଫୋନ ରେ । ହେଲେ ଆପଣ ଜାଣନ୍ତି କି କେଉଁ ଉଦ୍ଦେଶ୍ୟରେ ସ୍ମାର୍ଟଫୋନ୍ ପ୍ରାୟତଃ ବ୍ୟବହୃତ ହୁଏ ? ଯାହାର ଉତ୍ତର ରହିଛି ଏକ ସର୍ଭେ ରିପୋର୍ଟରେ । ଏଥିରେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ବି ପ୍ରଦାନ କରାଯାଇଛି । ତାହେଲେ ଚାଲନ୍ତୁ ଜାଣିବା ସେ ସମ୍ପର୍କରେ ।
କେଉଁ କାମ ପାଇଁ ଅଧିକ ବ୍ୟବହୃତ ହୋଇଥାଏ ସ୍ମାର୍ଟଫୋନ୍ ?
ଯଦି ଆମେ ସ୍ମାର୍ଟଫୋନରେ ୟୁଜର୍ସ ଆକ୍ଟିଭିଟି କଥା ଦେଖିବା ତେବେ ଏକ ରିପୋର୍ଟ ଅନୁଯାୟୀ, ସ୍ମାର୍ଟଫୋନ୍ ପ୍ରାୟତଃ ୟୁଟିଲିଟି ବିଲ୍ ପୈଠ ପାଇଁ ବ୍ୟବହୃତ ହୁଏ । ରିପୋର୍ଟ ଅନୁଯାୟୀ, ପ୍ରାୟ ୮୬% ଲୋକ ସ୍ମାର୍ଟଫୋନ୍ ବ୍ୟବହାର କରି ୟୁଟିଲିଟି ବିଲ୍ ପୈଠ କରନ୍ତି ।
ସପିଂ ପାଇଁ କେତେ ପ୍ରତିଶତ ବ୍ୟବହୃତ ହୁଏ ସ୍ମାର୍ଟଫୋନ୍ ?
ଯଦି ଆମେ ଅନଲାଇନ୍ ସପିଂ ବିଷୟରେ କହିବା, ତେବେ ଏକ ରିପୋର୍ଟ ଅନୁଯାୟୀ, ପ୍ରାୟ ୮୦.୮% ଲୋକ ଅନଲାଇନ୍ ସପିଂ ପାଇଁ ସ୍ମାର୍ଟଫୋନ୍ ବ୍ୟବହାର କରନ୍ତି । ଏହା ସହିତ, ପ୍ରାୟ ୬୧.୮ % ଲୋକ ଜରୁରୀ ଜିନିଷ ଅର୍ଡର କରିବା ପାଇଁ ବ୍ୟବହାର କରନ୍ତି ସ୍ମାର୍ଟଫୋନ୍ । ଅନଲାଇନ୍ ସପିଂ ପାଇଁ ୬୬.୨% ଉପଭୋକ୍ତା ସ୍ମାର୍ଟଫୋନ୍ ବ୍ୟବହାର କରିଛନ୍ତି। ଏଥିସହ, ଖାଦ୍ୟ ସାମଗ୍ରୀ ଅର୍ଡର କରିବା ପାଇଁ ସ୍ମାର୍ଟଫୋନ୍ ବ୍ୟବହାର କରନ୍ତି ପ୍ରାୟ ୭୩.୨% ଲୋକ । ଡିଜିଟାଲ୍ କ୍ୟାସ୍ ପେମେଣ୍ଟ ପାଇଁ ୫୮.୩% ଲୋକ ସ୍ମାର୍ଟଫୋନ୍ ବ୍ୟବହାର କରନ୍ତି । ଏହି ତଥ୍ୟ ଦର୍ଶାଉଛି ଯେ ସ୍ମାର୍ଟଫୋନ୍ ବାସ୍ତବରେ କେତେ ଗୁରୁତ୍ୱପୂର୍ଣ୍ଣ ଆଜିର ଯୁଗରେ ଓ ଲୋକମାନେ ଏହାକୁ ବିଭିନ୍ନ ଅନଲାଇନ୍ କାର୍ୟ୍ୟ ପାଇଁ ଏମିତି ଭାବେ ବ୍ୟବହାର କରୁଛନ୍ତି ।
ତେବେ କିଏ ଅଧିକ ସ୍ମାର୍ଟଫୋନ ବ୍ୟବହାର କରୁଛନ୍ତି , ପୁରୁଷ ନା ମହିଳା ଆସନ୍ତୁ ଜାଣିବା ?
ଏକ ରିପୋର୍ଟ ରୁ ଜଣାପଡିଛି କି , ସ୍ମାର୍ଟଫୋନ୍ର ରେସିଓ ବିଷୟରେ କହିବାକୁ ଗଲେ ପ୍ରାୟ ୬୨% ପୁରୁଷଙ୍କର ପାଖରେ ସ୍ମାର୍ଟଫୋନ୍ ରହିଛି । ସମଗ୍ର ଦେଶରେ, ପ୍ରାୟ ୩୮% ମହିଳା ସ୍ମାର୍ଟଫୋନ ବ୍ୟବହାର କରୁଛନ୍ତି । ଯଦି ଆମେ ବଡ ଏବଂ ଛୋଟ ସହର ବିଷୟରେ କଥା ହେବା, ମେଟ୍ରୋ ସହର ସ୍ମାର୍ଟଫୋନ୍ ବ୍ୟବହାର ହାରରେ ୫୮% ସହିତ ଆଗୁଆ ଅଛି । ଏହାପରେ ଅଣ-ମେଟ୍ରୋ ସହରଗୁଡିକରେ ୪୧ ପ୍ରତିଶତ ଲୋକ ବ୍ୟବାହର କରୁଛନ୍ତି ସ୍ମାର୍ଟଫୋନ୍ । ଏହି ତଥ୍ୟ ଦର୍ଶାଉଛି ଯେ ସ୍ମାର୍ଟଫୋନ୍ ବ୍ୟବହାର ହାର ସହର ମଧ୍ୟରେ ଭିନ୍ନ ହୋଇପାରେ ଓ ବ୍ୟବହାର ହାର ମହିଳାଙ୍କ ମଧ୍ୟରେ ଭିନ୍ନ ହୋଇପାରେ । ତେବେ ଦର୍ଶକବନ୍ଧୁ ଆପଣ ନିଜ ପୋନରେ କଣ ଅଧିକ ସର୍ଚଚ୍ କରନ୍ତି ଆମକୁ କମେଣ୍ଟ କରି ଜଣାନ୍ତୁ ।

