29.6 C
Odisha
Saturday, May 18, 2024
spot_img

ଟଙ୍କା ପାଇଁ ନେଇଗଲେ ଚାଷୀଙ୍କ ଜୀବନ

ଦର୍ଶକବନ୍ଧୁ ବଢିଚାଲିଛି ଟମାଟୋ ଦର । ଗ୍ରାହକ ସବୁ ପରିବା କିଣୁଛନ୍ତି । ହେଲେ ଇଛା ହଉନି ଟମାଟୋ କିଣିବାକୁ । ଏମିତିକି ଛୁଇଁବାକୁ ବି ଯାଉନି ହାତ । କହିବାକୁ ଗଲେ ଏବେ ଆପଣ ଯୁଆଡେ ସିଆଡେ ଟମାଟୋକୁ ନେଇ ଚର୍ଚା । ଟମାଟୋ ମୂଲ୍ୟ ବୃଦ୍ଧି ଏବେ ସମଗ୍ର ଦେଶରେ ଚର୍ଚ୍ଚାର କାରଣ ପାଲଟିଛି। ଆଉ ଅନ୍ୟପଟେ ଟମାଟୋ ଚାଷୀଙ୍କ ସହ ବିଭିନ୍ନ ପ୍ରକାରର ଅପ୍ରୀତିକର ଘଟଣା ଘଟିବାରେ ଲାଗିଛି। ଏହାର ଉଦାହରଣ ଦେଖିବାକୁ ମିଳିଛି ଆନ୍ଧ୍ରପ୍ରଦେଶର ଆନ୍ନାମାୟା ଜିଲ୍ଲାରେ । ଏଠାରେ ଜଣେ ଟମାଟୋ ଚାଷୀଙ୍କ ଠାରୁ ଟଙ୍କା ଲୁଟି ନେଇଛନ୍ତି ଅଜଣା ଦୁର୍ବୃତ୍ତ । ଖାଲି ଲୁଟି ନାହାନ୍ତି ବରଂ ସମ୍ପୃକ୍ତ ଚାଷୀଙ୍କୁ ମାରିଦେଇଥିବା ମଧ୍ୟ ଥାନାରେ ଅଭିଯୋଗ ହୋଇଛି ।

ରିପୋର୍ଟ ହିସାବ ରେ, ବୁଧବାର ଆନ୍ଧ୍ର ପ୍ରଦେଶ ଆନ୍ନାମାୟା ଜିଲ୍ଲାରେ ନରେମ ରାଜଶେଖର ରେଡ୍ଡୀ ନାମକ ଜଣେ ଚାଷୀ ମୃତ ଅବସ୍ଥାରେ ଉଦ୍ଧାର ହୋଇଛନ୍ତି । ତାଙ୍କୁ ହତ୍ୟା କରାଯାଇଥିବାର କୁହାଯାଉଛି। ପୂର୍ବଦିନ ରାତିରେ କୌଣସି କାମରେ ଯାଇଥିବା ବେଳେ ତାଙ୍କୁ ହତ୍ୟା କରାଯାଇଥିବାର ପୋଲିସ ସନ୍ଦେହ କରୁଛି। ଆକ୍ରମଣକାରୀ ତାଙ୍କୁ ପିଛା କରିବା ସହ ଅଟକାଇ ତାଙ୍କ ହାତ ଗୋଡ଼ ବାନ୍ଧି ଥିଲେ । ଏହାସହ ଏକ ଟାୱେଲ ବ୍ୟବହାର କରି ତାଙ୍କୁ ହତ୍ୟା କରାଯାଇଥିବା କହିଛି ପୋଲିସ ।

ମୃତକ ଚାଷୀ ଜଣଙ୍କ ଗାଁ ଠାରୁ ଦୂରରେ ଥିବା ଏକ କ୍ଷେତରେ ରହୁଥିଲେ। ଯିଏ କ୍ଷୀର ଦେବାକୁ ପାଇଁ ଯାଇଥିଲେ ଗାଁ କୁ । ମୃତକଙ୍କ ପତ୍ନୀ ପୋଲିସ କୁ କହିଛନ୍ତି ଯେ ଟମାଟୋ କିଣିବା ବାହାନାରେ କିଛି ଅଜଣା ବ୍ୟକ୍ତି ତାଙ୍କ ଚାଷଜମିକୁ ଆସିଥିଲେ। ସ୍ୱାମୀ ଗାଁ କୁ ଯାଇଥିବା କହିବା ପରେ ସେହି ସ୍ଥାନ ଛାଡି ପଳାଇଥିଲେ ସେମାନେ । ହେଲେ ପରେ ତାଙ୍କୁ ସେମାନେ ଆକ୍ରମଣ କରିଥିବା ଚର୍ଚା ହେଉଛି । ତେବେ ଆକାଶଛୁଆଁ ମୂଲ୍ୟକୁ ଦୃଷ୍ଟିରେ ରଖି କୃଷି ବଜାରରେ ଟମାଟୋ ବିକ୍ରି କରି ଏହି ଚାଷୀ ଜଣଙ୍କ ୩୦ ଲକ୍ଷ ଟଙ୍କା ରୋଜଗାର କରିଥିବା ଜଣାପଡିଛି । ଏହି ହତ୍ୟାକାଣ୍ଡ ଟମାଟୋ ବିକ୍ରିରୁ ମିଳିଥିବା ଲାଭ ସହ ଜଡିତ ଥିବା ସନ୍ଦେହ କରୁଛି ପୋଲିସ । ହେଲେ ଏମିତି ହତ୍ୟାକାଣ୍ଡ ବେଳେ ଚାଷୀଙ୍କ ପାଖରେ ଟଙ୍କା ଥିଲା ନା ନାହିଁ ପୋଲିସ ତାହାର ତଦନ୍ତ ଏବେ ଜାରି ରଖିଛି ।

ତେବେ ଏ ଘଟଣା ସମ୍ପର୍କରେ ପୋଲିସ ପକ୍ଷରୁ କୁହାଯାଇଛି ଯେ ଏହି ହତ୍ୟାକାଣ୍ଡ ଘଟଣାର ତଦନ୍ତ ବିଭିନ୍ନ ଦିଗକୁ ଆଖିଆଗରେ ରଖି କରାଯାଉଛି। ଡେପୁଟି ପୋଲିସ୍ ଅଧୀକ୍ଷକ କେଶପ୍ପା କହିଛନ୍ତି ଯେ ଏହି ମାମଲାର ତଦନ୍ତ ପାଇଁ ଗଠନ କରାଯାଇଛି ଚାରୋଟି ଟିମ୍ । ତଦନ୍ତରେ ପୋଲିସ ସନ୍ଧାନୀ କୁକୁର କୁ ମଧ୍ୟ ନିୟୋଜିତ କରିଛି। ପୋଲିସ ସନ୍ଦେହ କରୁଛି ଯେ ୩-୪ ଜଣ ବ୍ୟକ୍ତି ଏହି ହତ୍ୟାକାଣ୍ଡ ରେ ସାମିଲ ଥାଇପାରନ୍ତି।

Related Articles

LEAVE A REPLY

Please enter your comment!
Please enter your name here

Stay Connected

5,000FansLike
10,000SubscribersSubscribe
- Advertisement -spot_img

ସର୍ବଶେଷ ପ୍ରବନ୍ଧ