26.9 C
Odisha
Wednesday, October 29, 2025

ଆମେରିକା ଲୁଚାଇ ରଖିଛି ଏଲିଅନ୍ ଲାସ୍‌

ପୂର୍ବରୁ ଆପଣ ଏଲିଅନଙ୍କ ବିଷୟରେ ଶୁଣିଥିବେ ଏବଂ ଅନେକ ଥର ଫିଲ୍ମରେ ବି ଦେଖିଥିବେ । ଏଲିଅନଙ୍କ ବିଷୟରେ କିଛି ନୂଆ କଥା ଜାଣିବାକୁ ମନରେ ଇଛା ସବୁବେଳେ ରୁହେ । ବିଶ୍ବର ଅନେକ ବୈଜ୍ଞାନିକ ଏମାନଙ୍କୁ ନେଇ ଅନେକ ଗବେଷଣା ଏବେ ବି ଜାରି ରଖିଛନ୍ତି । ତେବେ, ଆମେରିକାରେ ୟୁଏଫଓ ସହ ଜଡିତ ଶୁଣାଣୀରେ ପୂର୍ବ ଆମେରିକା ଗୁଇନ୍ଦା ଅଧିକାରୀ ଡେଭିଡ ଗ୍ରୁସ ଖୋଲିଛନ୍ତି ଏକ ରାଜ । ଯାହାକୁ ଶୁଣିଲେ ଆପଣ ବି ଚକିତ ହୋଇଯିବେ । ସେ ଦାବି କରି କହିଛନ୍ତି କି, ଆମେରିକା ସରକାରଙ୍କ ପାଖରେ ଏକ ଦୁର୍ଘଟଣାଗ୍ରସ୍ତ ୟୁଏଫଓ ରହିଛି । ଆମେରିକା ସରକାର ଏହାର ତଥ୍ୟ ସଂଗ୍ରହ କରିବା ପାଇଁ ଅନେକ ବର୍ଷ ଧରି ଏକ ରିଭର୍ସ ଇଂଜିନିୟରିଂ ପ୍ରୋଗ୍ରାମ ଚଲାଇଆସୁଛନ୍ତି । କହିରଖିବୁ କି, ଗ୍ରୁସ, ଆମେରିକା ପ୍ରତିରକ୍ଷା ବିଭାଗରେ ୟୁଏପି ସହ ଜଡିତ ଘଟଣାରେ ଯାଂଚରେ କାମ କରିସାରିଛନ୍ତି । ଏକ ଓଭରସାଇଟ କମିଟି ନିକଟରେ ଏଲିଅନ ଲାଇଫ ଓ ଏଲିଅନ ଟେକ୍ନୋଲୋଜୀ ପ୍ରସଙ୍ଗ ଉପରେ ଏହା ସେ କହିଛନ୍ତି ।
ଗ୍ରୁସ କହିଛନ୍ତି କି, ଆମେରିକା ସରକାରଙ୍କ ପାଖରେ ଏକ କ୍ରାସ୍ ଏଲିଅନ ସ୍ପେସକ୍ରାଫ୍ଟ ଓ ଏଲିଅନ ମାନଙ୍କର ଅବଶେଷ ରହିଛି । ଯାହା ସମ୍ଭବତଃ ତାର ପାଇଲଟ ଥିଲେ । ହେଲେ ଏହ ମଧ୍ୟରେ ସେ ସ୍ପଷ୍ଟ କରିଥିଲେ କି ଏହା ତାଙ୍କର ବୟାନ ନୁହେଁ, ବରଂ ସେ ଅନେକ ଅଧିକାରୀଙ୍କ ସହ କଥା ହୋଇଥିଲେ । ଯିଏ କିଛି ଏମିତି ତଥ୍ୟ ପ୍ରକାଶ କରିଛନ୍ତି । ସେ କହିଛନ୍ତି କି, ମୋ ପାଖରେ କହିବା ପାଇଁ ସେମତି କିଛି ନାହିଁ, ଯାହାକୁ ମୁଁ ନିଜ ଆଖିରେ ଦେଖିଛି । ଏମିତିକି ତାଙ୍କ ପାଖରେ ଏଲିଅନ ସହ ଜଡିତ କିଛି ପ୍ରତ୍ୟେକ୍ଷ ତଥ୍ୟ ନାହିଁ । ତେବେ ଏହାସହ ଜଡିତ ଏକ ସୂଚୀ ସେ ଦେଇପାରିବେ । ହ୍ୱିସିଲବ୍ଲୋଅର ଭାବେ ଏହାର ସୂଚନା ସେ ଇଣ୍ଟେଲିଜେନ୍ସ କମ୍ୟୁନିଟି ଇନସ୍ପେକ୍ଟର ଜେନେରାଲଙ୍କୁ ଦେଇଥିଲେ ।
୍ଣହଲେ ସଂପୃକ୍ତ କାର୍ଯ୍ୟାଳୟ ପ୍ରବକ୍ତା ଏହା ସହ ଜଡିତ ଟିପ୍ପଣୀକୁ ମନା କରି ଦେଇଥିଲେ । ତେବେ ଶୁଣାଣୀ ବେଳେ ଉପସ୍ଥିତ ଥିବା ଅନ୍ୟ ସାକ୍ଷୀ ଓ ପ୍ରତିନିଧିମାନେ ବି କହିଛନ୍ତି କି, ୟୁଏଫଓ ସହ ଜଡିତ ତଥ୍ୟ ଆମେରିକା ସରକାର ସଂପୂର୍ଣ୍ଣ ଭାବେ ଲୁଚାଇ ରଖିଛନ୍ତି ।
ୟୁଏଫଓ ଯାଂଚ ସହ-ନେତୃତ୍ୱ କରି ରିପବ୍ଲିକନ ସାଂସଦ ଟିମ ବର୍ଚ୍ଚେଟ ଆରୋପ ଲଗାଇଛନ୍ତି କି, ସରକାରୀ ଏଜେନ୍ସି ଗୁଡିକ ନିରୀକ୍ଷଣ ସମିତିର ତଦନ୍ତରେ ସହଯୋଗ କରୁନାହାନ୍ତି । ସେପଟେ ପୂର୍ବ ନୌସେନା ପାଇଲଟଙ୍କ କହିବା ହିସାବରେ, ୟୁଏଫଓ ସହ ଜଡିତ ତଥ୍ୟ ସାମ୍ନାକୁ ଆସିବା ବହୁତ ଜରୁରୀ । ଯଦି ଏହା ବିଦେଶୀ ଡ୍ରୋନ, ତାହେଲେ ରାଷ୍ଟ୍ରିୟ ସୁରକ୍ଷା ପାଇଁ ବିପଦ । ଆଉ ଯଦି ଏହା ଅନ୍ୟ କିଛି, ତେବେ ନିହାତି ଭାବେ ବିଜ୍ଞାନ ସହ ଜଡିତ କିଛି ତଥ୍ୟ । ଦୁଇଟି ଯାକ ସ୍ଥିତିରେ ଏହା ଆମେରିକା ଆକାଶରେ ଉଡିବା ବିପଦପୂର୍ଣ୍ଣ ବୋଲି ସେ କହିଛନ୍ତି ।

Related Articles

LEAVE A REPLY

Please enter your comment!
Please enter your name here

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ