29.6 C
Odisha
Saturday, May 18, 2024
spot_img

ଆପଣଙ୍କ ବିଦ୍ୟୁତ୍ ବିଲ୍ ବଢାଉଛି ସ୍ମାର୍ଟ ଟିଭି

ଦର୍ଶକବନ୍ଧୁ ଆଜିର ଯୁଗରେ ସବୁକିଛି ଇଲେକ୍ଟୋନିକ୍ସ ଦ୍ୱାରା ହୋଇପାରୁଛି । ସହଜରେ ଶୀଘ୍ର କାମ ସାରିବା ପାଇଁ ଲୋକେ ବିଦ୍ୟୁତ ଉପକରଣମାନ ବ୍ୟବହାର କରନ୍ତି । ହେଲେ କେବେ କେବେ ଏହିସବୁ ଜିନିଷ ଗୁଡିକ ମାସକୁ ୪ ୫ ହଜାର ଟଙ୍କାର ବିଲ ବି ଧରାଇଦ୍ଖଶ । ସେଥିପାଇଁ ଉପଭୋକ୍ତା ଚିନ୍ତିତ ହୋଇପଡନ୍ତି । ଏବେ ଘରେ ଆବଶ୍ୟକ ଅନୁଯାୟୀ ଇଲେଟ୍ରୋନିକ୍ ଉପକରଣ ଯେମିତି ବୃଦ୍ଧି ପାଉଛି, ସେ ହିସାବ ରେ ବିଜୁଳି ବିଲ ବି ବଢୁଥିବା ଦେଖାଯାଉଛି । ସେଥିପାଇଁ ଲୋକେ ଯଥା ସମ୍ଭବ ଚେଷ୍ଟା କରନ୍ତି କେମିତି ବି ହେଉ ବିଦ୍ୟୁତ ବିଲ ବଞ୍ଚାଇବାକୁ । ଏମିତିରେ ଏ ସବୁ ଉପରେ ଧ୍ୟାନ ରଖି ଏହାକୁ କମ କରିବା ବି ଉଚିତ କଥା । ହେଲେ ଏମିତି ବି କିଛି ରହିଥାଏ , ଯାହା ବହୁତ କମନ , ହେଲେ ସେସବୁ ଉପରେ ଆମର ଧ୍ୟାନ ଯାଏ ନାହିଁ । ଉଦାହରଣ ସ୍ୱରୂପ ଟିଭି ସହ ହେଉଥିବା ଅଣଦେଖା କାମ ପାଇଁ ଅଧିକ ବିଜୁଳି ବିଲ ଆସିପାରେ ।
ତେବେ ଏହାବାଦ ଆଜିକାଲି ଲୋକେ ସହଜ ଜୀବନ ଯାପନ ପାଇଁ ଇଲେକଟ୍ରୋନିକ୍ସ ଉପକରଣ ଗୁଡିକର ବହୁଳ ବ୍ୟବହାର କରୁଛନ୍ତି । ପ୍ରାୟ ପ୍ରତି କାମ ପାଇଁ ଇଲେକ୍ଟ୍ରୋନିକ୍ସ ଉପକରଣ ଗୁଡିକୁ ବ୍ୟବହାର କରାଯାଉଛି । କିନ୍ତୁ ବିଜୁଳି ବିଲରେ ମଧ୍ୟ ସେହିଭଳି ଭାବେ ବୃଦ୍ଧି ପାଇଥାଏ । ତେଣୁ କିଭଳି ଭାବେ ବିଜୁଳି ବିଲ କମ୍ କରିହେବ ସେ ନେଇ ସମସ୍ତେ ଚାହିଁଥାନ୍ତି । ଛୋଟରୁ ଛୋଟ ବିଜୁଳି ଖର୍ଚ୍ଚ ଉପରେ ବିଶେଷ ଧ୍ୟାନ ଦିଆଯାଇଥାଏ । ତେଣୁ ଏଭଳି କିଛି ଉପାୟ ରହିଛି ଯାହାକୁ ଅବଲମ୍ବନ କଲେ କମ୍ ଇଲେକଟ୍ରିକ୍ ଖର୍ଚ୍ଚ ହେବା ସହିତ ବିଜୁଳି ବିଲ୍ କମ୍ ଆସିବ ।

ଆବଶ୍ୟକ ନଥିବା ବେଳେ ଟିଭି ବନ୍ଦ ରଖନ୍ତୁ । ବେଳେବେଳେ ଟିଭି କେହି ନଦେଖୁଥିଲେ ମଧ୍ୟ ଘରେ ଟିଭି ଚାଲିଥାଏ । ଯଦି ବିଜୁଳି ବିଲ କମେଇବାକୁ ଚାହୁଁଛନ୍ତି , ତେବେ ଆବଶ୍ୟକତା ନଥିବା ବେଳେ ଟିଭି ବନ୍ଦ ରଖନ୍ତୁ । ଏବେ ଅତ୍ୟାଧୁନିକ ଫିଚର୍ସ ଥିବା ଟିଭି ପ୍ରାୟ ସମସ୍ତଙ୍କ ଘରେ । ଟିଭିରେ ଇଣ୍ଟରନେଟ୍ କନେକ୍ଟିଭିଟି ଆସୁଥିବାରୁ ଓ୍ବାଇ-ଫାଇ ବ୍ୟବହାର ମଧ୍ୟ ବୃଦ୍ଧି ପାଇଲାଣି । ତେଣୁ ଯେତେବେଳେ ବି ଟିଭି ସହ ଇଣ୍ଟରନେଟ୍ କନେକ୍ଟ କରୁଛନ୍ତି, ଧ୍ୟାନ ରଖନ୍ତୁ ଦେଖିସାରିବା ପରେ ଟିଭିରୁ ଇଣ୍ଟରନେଟ୍ ସଂଯୋଗ ବନ୍ଦ କରନ୍ତୁ । ଏଥିରେ ଆପଣଙ୍କ ବିଜୁଳି ଖର୍ଚ୍ଚ କମିବ । ହାଇ କ୍ୱାଲିଟି ରେଞ୍ଜ ବିଶିଷ୍ଟ ଟିଭି ବିଜୁଳି ଖର୍ଚ ବେଶୀ କରେ । ଯଦି ଆପଣଙ୍କୁ ନିଜ ପସନ୍ଦ ର କଣ୍ଟେଣ୍ଟ ଦେଖିବାପାଇଁ ଏଚ ଡି ଆର ର ଆବଶ୍ୟକତା ନାହିଁ, ତେବେ ଏହାକୁ ବନ୍ଦ କରିଦେବା ଉଚିତ ।
ଯଦି ଆପଣ ଦିନ ସମୟରେ କିମ୍ବା ଲାଇଟ ଲଗାଇ ଟିଭି ଦେଖୁଛନ୍ତି , ତାହେଲେ ଟିଭିର ବ୍ରାଇଟନେସ ଫୁଲ ରଖିବାର କିଛି ଆବଶ୍ୟକତା ନାହିଁ । ଯଦି ଆପଣ ବ୍ରାଇଟନେସ କମ ରଖୁଛନ୍ତି ତାହେଲେ କମ ପାୱାର ଖର୍ଚ ହୁଏ । ଏହାର ଅନୁମାନ ଆପଣ ଫୋନ ରୁ ବି ଲଗାଇପାରିବେ । କାରଣ ଆପଣ ଜାଣିଥିବେ ଫୋନ ବ୍ୟାଟେରୀ ସେଭ କରିବା ପାଇଁ ବ୍ରାଇଟନେସ କମ କରିବାକୁ ପରାମର୍ଶ ଦିଆଯାଏ ।

ତେବେ ଦର୍ଶକବନ୍ଧୁ ଏହି ଖବରଟି ଆପଣଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାନ୍ତୁ ।

Related Articles

LEAVE A REPLY

Please enter your comment!
Please enter your name here

Stay Connected

5,000FansLike
10,000SubscribersSubscribe
- Advertisement -spot_img

ସର୍ବଶେଷ ପ୍ରବନ୍ଧ