25.4 C
Odisha
Saturday, May 18, 2024
spot_img

ଫିଲ୍ମରେ ଧୋନୀଙ୍କ ଡେବ୍ୟୁ !

ସେ ହେଉଛନ୍ତି ଭାରତୀୟ କ୍ରିକେଟ ଟିମ ର ପୂର୍ବତନ ସଫଳ ଅଧିନାୟକ । ମିଷ୍ଟର କୁଲ ନାମରେ ସେ ବେଶ ଜଣାଶୁଣା । ସଫଳ ଅଧିନାୟକ ମାନଙ୍କ ମଧ୍ୟରେ ହୁଏ ତାଙ୍କର ଗଣତି । ତାଙ୍କର ରହିଛନ୍ତି ଲକ୍ଷ ଲକ୍ଷ ଫ୍ୟାନ ଓ ଫଲୋଅର୍ସ । ହଁ ଦର୍ଶକବନ୍ଧୁ ଆମେ କହୁଚୁ ମହେନ୍ଦ୍ର ସିଂ ଧୋନିଙ୍କ କଥା । ବ୍ୟକ୍ତିଗତ ଜୀବନକୁ ନେଇ ହେଉ କିମ୍ବା କ୍ରିକେଟ କୁ ନେଇ, ଅନେକ ସମୟରେ ଚର୍ଚାରେ ଥାଆନ୍ତି ଏହି କ୍ରିକେଟର ଜଣଙ୍କ । ଏବେ ପୁଣି ସେ ଚର୍ଚ୍ଚାକୁ ଆସିଛନ୍ତି ।
ମହେନ୍ଦ୍ର ସିଂ ଧୋନୀ ବା ଯାହାଙ୍କୁ ସ୍ନେହରେ ସମସ୍ତେ ଡାକନ୍ତି ମିଷ୍ଟର କୁଲ । ଖାଲି ଖେଳ ନୁହେଁ ସବୁଥିରେ ପାରଙ୍ଗମ ଧୋନୀ । ହେଲେ ଏବେ କୁଆଡେ ଧୋନୀ ଫିଲ୍ମରେ ଡେବ୍ୟୁ କରିବେ ବୋଲି ଚର୍ଚ୍ଚା ହେଉଛି । ଆପଣ ଜାଣିଥିବେ ସୋସିଆଲ ମିଡିଆରେ ଏତେ ଆକ୍ଟିଭ ନୁହଁନ୍ତି ମାହି । ତାଙ୍କ ସହ ଜଡିଜ ଅନେକ ଭିଡିଓ ପୋଷ୍ଟ କରନ୍ତି ପତ୍ନୀ ସାକ୍ଷୀ । ମାତ୍ର ଧୋନୀଙ୍କୁ ନେଇ ନୂଆ ଖବରଟି ହେଲା କି, ସେ ଫିଲ୍ମରେ ଡେବ୍ୟୁ କରିପାରନ୍ତି । ଏହି ଖବର ପଛରେ କଣ ରହିଚି ସତ୍ୟାସତ୍ୟ ଆସନ୍ତୁ ଜାଣିବା ।
କହିବାକୁ ଗଲେ ଭାରତୀୟ ଟିମର ଏହି ପୂର୍ବତନ କପ୍ତାନ ଜଣକ ଧମାକେଦାର ଭାବେ ଫିଲ୍ମ ପ୍ରଡକ୍ସନ କ୍ଷେତ୍ରରେ ପାଦ ରଖିଛନ୍ତି । ଧୋନୀ ଏଣ୍ଟରଟେନମେଣ୍ଟ ପ୍ରାଇଭେଟ ଲିମିଟେଡ ପ୍ରଡକ୍ସନ ହାଉସର ପ୍ରଥମ ଫିଲ୍ମ ହେଉଛି ଏଲଜିଏମ ବା ଲେଟସ୍ ଗେଟ୍ ମ୍ୟାରେଡ । ଯାହା ୨୮ ଜୁଲାଇରେ ଫିଲ୍ମଟି ରିଲିଜ ହେବାକୁ ଯାଉଛି । ଏହାକୁ ନେଇ ପତ୍ନୀ ସାକ୍ଷୀ ଲଗାତର ଭାବେ କରୁଛନ୍ତି ପ୍ରମୋସନ ଏବଂ ଏହାକୁ ନେଇ ବହୁତ ଖୁବ୍ ବ୍ୟସ୍ତ ରହୁଥିବା ମଧ୍ୟ ଦେଖାଯାଇଛି । ତେବେ ଏକ ସାମ୍ବାଦିକ ସମ୍ମିଳନୀ ମଧ୍ୟରେ ତାଙ୍କୁ ପଚରା ଯାଇତିଲା କି, ମହେନ୍ଦ୍ର ସିଂ ଧୋନୀ କୌଣସି ଫିଲ୍ମରେ ମୁଖ୍ୟ ଚରିତ୍ରରେ ନଜର ଆସିବେ କି । ଏହାଉପରେ ସାକ୍ଷୀ କହିଥିଲେ କି, ଯଦି କିଚି ଭଲ ପ୍ରୋଜେକ୍ଟ ମିଳେ, ତାହେଲେ ସେ ନିହାତି ଭାବେ ନଜର ଆସିପାରନ୍ତି । କ୍ୟାମେରାକୁ ନେଇ ଲାଜ କରନ୍ତିନି ଧୋନୀ । ସାକ୍ଷୀ ଆହୁରି ମଧ୍ୟ କହିଥିଲେ କି, ଧୋନୀ ୨୦୦୬ରୁ ଆଡ୍ ଫିଲ୍ମସରେ କାମ କରୁଛନ୍ତି । ସେଥିପାଇଁ ଯଦି କିଛି ଭଲ ପ୍ରୋଜେକ୍ଟ ମିଳୁଛି, ତାହେଲେ ସେ ନିହାତି କାମ କରିବେି । ଏହାବାଦ ଧୋନୀ ସବୁବେଳେ ଆକ୍ସନରେ ରୁହନ୍ତି । ତାଙ୍କର ଲିଡ ରୋଲ ଥିବା ଫିଲ୍ମ ପୁରା ଆକ୍ସନରେ ଭରପୂର ହୋଇ ରହିବ ବୋଲି କହିଛନ୍ତି ସାକ୍ଷୀ ।
ତେବେ ଆମେ ଆପଣଙ୍କୁ କହିରଖିବୁ କି, ଇଂଟରନ୍ୟାସନାଲ କ୍ରିକେଟରୁ ସନ୍ନ୍ୟାସ ନେଇସାରିଥିବା ଧୋନୀ ଏବେ ବି ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗସ ପାଇଁ ଖେଳୁଛନ୍ତି । ଧୋନୀଙ୍କ କପ୍ତାନୀରେ ଚେନ୍ନାଇ ଟିମ ୨୦୨୩ ସିଜିନରେ ଗୁଜୁରାଟ ଟାଇଟନ୍ସକୁ ହରାଇ ଆଇପିଏଲ ଟ୍ରଫି ଜିତିଥିଲା । ୫ଥର ଆଇପିଏଲ ଟ୍ରଫି ଜିତି ସାରିଛି ସିଏସକେ ।

ତେବେ ସେ ଯାହା ବି ହେଉ, ଯଦି ଭବିଷ୍ୟତରେ ଧୋନୀ କୌଣସି ଫିଲ୍ମରେ ନଜର ଆସୁଛନ୍ତି ତେବେ ନିହାତି ଭାବରେ ଏହା ତାଙ୍କ ଫ୍ୟାନ୍ସଙ୍କ ପାଇଁ ଖୁସିର କଥା । କ୍ରିକେଟକୁ ଛାଡି ବଡ ପରଦାରେ ବି ଧୋନୀଙ୍କୁ ଦେଖିବାକୁ ଫ୍ୟାନଙ୍କର ଇଚ୍ଛା ଥିବ । ଦେଖାଯାଉ ଆଗକୁ ଧୋନୀଙ୍କୁ ନେଇ କଣ ସବୁ ତାଜା ଅପଡେଟ ଆସୁଛି । ତେବେ ଦର୍ଶକବନ୍ଧୁ ଧୋନୀଙ୍କ ସିନେମା ଜଗତରେ ଏଣ୍ଟ୍ରି ଉପରେ ଆପଣଙ୍କ ମତାମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାନ୍ତୁ ।

Related Articles

LEAVE A REPLY

Please enter your comment!
Please enter your name here

Stay Connected

5,000FansLike
10,000SubscribersSubscribe
- Advertisement -spot_img

ସର୍ବଶେଷ ପ୍ରବନ୍ଧ