ମାରିଲା ଚଡ଼କ ଆଉ ବିଜୁଳି: ୨ ମିନିଟରେ ମରିଗଲେ ୧୪ ଜଣ

ରାଞ୍ଚି : ଦେଶର ଅନେକ ରାଜ୍ୟରେ ଲଗାଣ ବର୍ଷା ଏବେ ବିତ୍ପାତ ସୃଷ୍ଟି କରିଛି। ଝାଡ଼ଖଣ୍ଡରେ ମଙ୍ଗଳବାର ବଜ୍ରପାତ ୧୪ ଜଣଙ୍କ ଜୀବନ ନେଇଛି। ଅନ୍ୟ ୮ ଜଣ ଆହତ ହୋଇଛନ୍ତି।
ଗିରିଡ଼ିହରୁ ସବୁଠୁ ଅଧିକ ମୃତ୍ଯୁ ସାମ୍ନାକୁ ଆସିଛି। ସେଠାରେ ବଜ୍ରପାତରେ ୯ ଜଣଙ୍କ ମୃତ୍ୟୁ ଘଟିଛି । ସେହିପରି ଦୁମକାରେ ୩ ଜଣ ଏବଂ ଲାତେହାର ଜିଲ୍ଲାରେ ୨ ଜଣ ବଜ୍ରପାତରେ ପ୍ରାଣ ହରାଇଛନ୍ତି। ୟୁପିର ବିଜନୌରରେ ଗଙ୍ଗା ନଦୀର ପାଣି ରାଜ୍ୟ ରାଜପଥ ଉପରେ ପ୍ରବାହିତ ହେଉଛି I ରାଜପଥର ଆପ୍ରୋଚ ରୋଡ୍ ବନ୍ୟାରେ ଭାସିଯାଇଛି। ଏଥିଯୋଗୁ ରାସ୍ତାରେ ୧୨ ଫୁଟର ଗାତ ସୃଷ୍ଟି ହୋଇଛି। ମୀର୍ଜାପୁରରେ ପାଣିରେ ବୁଡ଼ି ୨ ଜଣ ପିଲା ପ୍ରାଣ ହରାଇଛନ୍ତି। ଜଣେ ୨୫ ବର୍ଷୀୟ ଯୁବକ ବଜ୍ରପାତରେ ପ୍ରାଣ ହରାଇଛନ୍ତି। ଅନ୍ୟପଟେ କେରଳମରେ ଅଗଷ୍ଟ ୧ ତାରିଖରୁ ହେଉଥିବା ଲଗାଣ ବର୍ଷା ଯୋଗୁ ଅଦ୍ୟାବଧି ୨୫ ଜଣଙ୍କ ମୃତ୍ୟୁ ଘଟିଛି। ଅନ୍ୟ ୪ ଜଣ ନିଖୋଜ ଅଛନ୍ତି।
ଲଗାଣ ବର୍ଷା ଏବଂ ବନ୍ୟା ଯୋଗୁ ହଜାର ହଜାର ଲୋକ ଘର ଛାଡ଼ିବାକୁ ବାଧ୍ୟ ହୋଇଛନ୍ତି। ୧୮ ହଜାରରୁ ଅଧିକ ଲୋକଙ୍କୁ ଆଶ୍ରୟ ଶିବିରରେ ରଖାଯାଇଥିବା ରାଜ୍ୟ ସରକାର କହିଛନ୍ତି। ଇତିମଧ୍ଯରେ ହିମାଚଳପ୍ରଦେଶ ଏବଂ ଉତ୍ତରାଖଣ୍ଡରେ ବର୍ଷା, ଭୂସ୍ଖଳନ ଯୋଗୁ ୩୦୦ରୁ ଅଧିକ ସଡ଼କ ବନ୍ଦ ରହିଛି। ସେଥିମଧ୍ୟରେ ହିମାଚଳର ୧୬୦, ଉତ୍ତରାଖଣ୍ଡର ଶତାଧିକ ସଡ଼କ ରହିଛି।

Related Articles

LEAVE A REPLY

Please enter your comment!
Please enter your name here

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ