ରାଜ୍ୟରେ ଛାଡ଼ିବନି ବର୍ଷା ! ଏହି ଜିଲ୍ଲାବାସୀ ଭୟରେ, ଆସିବ ପ୍ରଳୟ

ଭୁବନେଶ୍ୱର, ୫ ଅଗଷ୍ଟ: ରାଜ୍ୟରେ ଆଗାମୀ କିଛି ଦିନ ବର୍ଷାର ପ୍ରଭାବ ଜାରି ରହିବ। ବିଶେଷକରି ଗୁରୁବାର ଉତ୍ତର ଓ ଦକ୍ଷିଣ ଓଡ଼ିଶାର ଅନେକ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାବେଳେ କେନ୍ଦୁଝର ଓ ମୟୂରଭଞ୍ଜରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।
ବାଲେଶ୍ୱର, ଭଦ୍ରକ, ଯାଜପୁର, ସୁନ୍ଦରଗଡ଼, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, ନୂଆପଡ଼ା, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ, ମାଲକାନଗିରି, ଗଜପତି ଓ ଗଞ୍ଜାମ ଜିଲ୍ଲାରେ ମଧ୍ୟ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ସେହିପରି ଉପକୂଳ ଓ ପଶ୍ଚିମ ଓଡ଼ିଶାର ବିଭିନ୍ନ ସ୍ଥାନରେ ବିକ୍ଷିପ୍ତ ବର୍ଷା ହୋଇପାରେ।
୭ ଅଗଷ୍ଟରେ ବାଲେଶ୍ୱର, ଭଦ୍ରକ, ସୁନ୍ଦରଗଡ଼, ଝାରସୁଗୁଡ଼ା, କେନ୍ଦୁଝର ଓ ମୟୂରଭଞ୍ଜରେ ପୁଣି ପ୍ରବଳ ବର୍ଷାର ଆଶଙ୍କା ରହିଛି। ଏହାଛଡ଼ା ୮, ୯ ଓ ୧୦ ଅଗଷ୍ଟରେ ମଧ୍ୟ ଉତ୍ତର ଏବଂ ଦକ୍ଷିଣ ଓଡ଼ିଶାର ବହୁ ସ୍ଥାନରେ ବର୍ଷା ଲାଗି ରହିବ ବୋଲି ବିଭାଗ ଆକଳନ କରିଛି।
ଗତ ୨୪ ଘଣ୍ଟାରେ ତାଳଚେରରେ ସର୍ବାଧିକ ୮୦ ମିଲିମିଟର ବର୍ଷା ରେକର୍ଡ ହୋଇଛି। ଏହା ପରେ ରାଉରକେଲାରେ ୫୯ ମିମି, ଅନୁଗୁଳରେ ୫୧ ମିମି, ଭଦ୍ରକରେ ୪୭.୮ ମିମି, ସୁନ୍ଦରଗଡ଼ରେ ୪୩ ମିମି, ଟିଟିଲାଗଡ଼ରେ ୩୫ ମିମି, ଝାରସୁଗୁଡ଼ାରେ ୨୮.୧ ମିମି, ଦେବଗଡ଼ରେ ୨୬.୪ ମିମି, ଭୁବନେଶ୍ୱରରେ ୧୮.୪ ମିମି ଓ ଦାରିଙ୍ଗବାଡ଼ିରେ ୧୪ ମିମି ବର୍ଷା ହୋଇଛି। ବୁଧବାର ସନ୍ଧ୍ୟା ସୁଦ୍ଧା ସୁନ୍ଦରଗଡ଼ରେ ୨୩.୮ ମିମି ଓ ବଲାଙ୍ଗୀରରେ ୧୭.୩ ମିମି ବର୍ଷା ରେକର୍ଡ କରାଯାଇଛି।

Related Articles

LEAVE A REPLY

Please enter your comment!
Please enter your name here

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ