ଓଡ଼ିଶା ବିଜେପିକୁ ଟେନସନ୍ ଦେଲା ବିହାର ରେଜଲ୍ଟ, ଚିନ୍ତାରେ ମୋହନ ସରକାର, କଟିଯିବ ପଞ୍ଚାୟତ ଭୋଟ୍ !

ଭୁବନେଶ୍ୱର : ବିହାରରେ ଆସିଲା ଉପ ନିର୍ବାଚନ ଫଳାଫଳ । କିନ୍ତୁ ଛାନିଆ ହେଲେ ଓଡିଶାର ବିଜେପି ନେତା । ଅର୍ଥାତ ବିରିମାଡ଼ ଦେଖି କୋଳଥ ଚୋପା । ବାଙ୍କୀପୁର ଉପନିର୍ବାଚନର ଫଳାଫଳ ଆସିବା ପରେ କିଛି ଏପରି ଚର୍ଚ୍ଚା ହେଉଛି ।
ରିପୋର୍ଟ ଅନୁସାରେ, ସୋମବାର ବିହାର ବାଙ୍କିପୁର ଉପନିର୍ବାଚନର ଫଳାଫଳା ସାମ୍ନାକୁ ଆସିଛି । ଏଥିରେ ଜନ ସୁରାଜ ପାର୍ଟିର ନେତା ପ୍ରଶାନ୍ତ କିଶୋର ବିଜୟୀ ହୋଇଛନ୍ତି । ସେ ନିକଟତମ ବିଜେପି ପ୍ରାର୍ଥୀଙ୍କୁ ପରାସ୍ତ କରିଛନ୍ତି । ଏହି ଆସନ ଭାରତୀୟ ଜନତା ପାର୍ଟିର ଗଡ ଥିଲା । ଦୀର୍ଘ ତିନି ଦଶନ୍ଧି ଧରି ଏଠାରେ ବିଜେପି ଜିତି ଆସୁଥିଲା । କିନ୍ତୁ ଏଥର ବଦଳିଛି ସମୀକରଣ । ନୀତିନ ନବୀନ ବିଜଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ହେଲା ପରେ ସେ ବାଙ୍କିପୁର ଆସନ ଛାଡିଥିଲେ । ୨୦୨୫ରେ ଜିତିଥିଲେ ବି ଇସ୍ତଫା ଦେଇଥିଲେ । ଯାହାକୁ ପ୍ରଶାନ୍ତ କିଶୋର ହାତେଇଛନ୍ତି । ଏହାସହ ବିଜେପିକୁ ଝଟକା ଲାଗିଛି ।
ତେବେ ବାଙ୍କୀପୁର ନିର୍ବାଚନର ରେଜଲ୍ଟ ପରେ ଓଡିଶା ବିଜେପି ନେତାଙ୍କ ମନରେ ଭୟ ଘାରିଥିବା ଦେଖିବାକୁ ମିଳିଛି । କାରଣ ସରକାର ଆସିବା ପରଠୁ ପ୍ରତି ମାସରେ କିଛି ନା କିଛି ବଡ ପ୍ରସଙ୍ଗରେ ସରକାର ଅଡୁଆରେ ପଡିଛନ୍ତି । ବିରୋଧୀ ଶୁଆଇ ଦେଉ ନାହାଁନ୍ତି । ଦରଦାମ ବୃଦ୍ଧିଠୁ ଆରମ୍ଭ କରି ପାଠ୍ୟପୁସ୍ତକରେ ତ୍ରୁଟି, ଅଧିକାରୀଙ୍କୁ ଦୁର୍ବ୍ୟବହାର, ସିଏମକୁ ଫାଇଲ୍ ଚୋରି, ରଥଯାତ୍ରାରେ ଅବ୍ୟବସ୍ଥା ପ୍ରସଙ୍ଗ ସରକାରଙ୍କୁ ଟେନସନ୍ ଦେଇଛି । ଯାହାକୁ ଆଜିକାଲିର ସୋସିଆଲ ମିଡିଆ ୟୁଜର ମଧ୍ୟ ନିନ୍ଦା କରୁଛନ୍ତି ।
ଦେଖିବାକୁ ଗଲେ ଏବେ ଦେଶରେ ଜେନ୍-ଜିଙ୍କ ପଲ୍ଲା ଭାରି ରହିଛି । ସେମାନେ ମୋଦୀ ସରକାରଙ୍କୁ ବିରୋଧ କରୁଛନ୍ତି । ନିଟ୍ ଏବଂ ଇ-୨୦ ପେଟ୍ରୋଲ ଭଳି ଅନେକ ପ୍ରସଙ୍ଗରେ ସରକାରଙ୍କୁ ଘେରୁଛନ୍ତି । ଯାହାର ପ୍ରଭାବ ବାଙ୍କୀପୁର ନିର୍ବାଚନରେ ପଡିଛି । ସେପଟେ ଆଗାମୀ ଦିନରେ ଓଡିଶାରେ ପଞ୍ଚାୟତ ନିର୍ବାଚନ ହେବ । ଏହି ସବୁ ପ୍ରସଙ୍ଗ ସରକାରଙ୍କ ପାଇଁ ବଡ ଚ୍ୟାଲେଞ୍ଜ୍ ହେବ । ଏପରିକି ବିଜେପି ସରକାରର ଭୋଟ୍ ବ୍ୟାଙ୍କ୍ ମଧ୍ୟ କାଟିବାରେ ସକ୍ଷମ ହେବ ବୋଲି ରାଜନୈତିକ ସମୀକ୍ଷକ ମତ ଦେଉଛନ୍ତି ।

Related Articles

LEAVE A REPLY

Please enter your comment!
Please enter your name here

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ