16.1 C
Odisha
Friday, January 16, 2026

ଜୀବନ ନେଇପାରେ ପାଇପର ଟୋପାଏ ପାଣି, ଆଣିଦିଏ ଦୁର୍ଯୋଗ

ଛୋଟ କଥା । କିନ୍ତୁ ପଡେ ବଡ଼ ପ୍ରଭାବ । ହେୟଜ୍ଞାନ କରୁଥିବା ଜିନିଷ ଆଣିଦିଏ ବିପତ୍ତି । ପରିବାରକୁ କରିପାରେ ଅଶାନ୍ତ । ହଁ ଆଜ୍ଞା । କିଛି ଏପରି ଘରର ଛୋଟ ସମସ୍ୟା ରହିଛି ଯାହା ବାସ୍ତୁ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ । ଆଉ ହେଳା କଲେ ବିଘ୍ନ ଘଟିଥାଏ । ଏମିତିକି ନିଜ ଉପରେ କିମ୍ବା ପରିବାରର ଆଉ କେଉଁ ସଦସ୍ୟ ଉପରେ ଆସିପାରେ ବଡ ବିପଦ ।

ଭିଓ-୨- ଦର୍ଶକ ବନ୍ଧୁ, ଆପଣ ଦେଖିଥିବେ ଅନେକ ସମୟରେ ଘରେ ଥିବା ଟ୍ୟାପରୁ ଅହରହ ପାଣି ପଡ଼େ । ବନ୍ଦ କରିବା ପରେ ଟୋପା ଟୋପା ପାଣି ପଡୁଥାଏ । କିନ୍ତୁ ଏମିତି ପାଣି ପଡିବା ଅତ୍ୟନ୍ତ ଅଶୁଭ । ଯେଉଁ ଘରେ ଟ୍ୟାପରୁ ଏପରି ପାଣି ପଡ଼େ, ସେଠାରୁ ଚାଲି ଯାଆନ୍ତି ଲକ୍ଷ୍ମୀ । ଘରକୁ ମାଡି ଆସେ ଦାରିଦ୍ରତା । ଯଦି କୌଣସି ବ୍ୟବସାୟରେ ଟଙ୍କା ଲାଗିଥାଏ ତାହା ବୁଡିଯିବାର ସମ୍ଭାବନା ରହିଥାଏ ।

ଭିଓ-୩- ବାସ୍ତୁ ଅନୁସାରେ ଟ୍ୟାପରୁ ପାଣି ପଡିବା ଅର୍ଥ ଅଯଥା ଖର୍ଚ୍ଚର ସଂକେତ । ଯଦି ରୋଷେଇ ଘର ପାଇପରୁ ପାଣି ପଡୁଛି ତେବେ ଏହା ଆହୁରି ସାଙ୍ଘାତିକ । ଏମିତି ହେଲେ ଘରକୁ ମଡ଼ି ଆସେ ଦୁଃଖ ଆଉ କଷ୍ଟ । ଆଉ ନକରାତ୍ମକ ଶକ୍ତିର ପ୍ରଭାବରେ ପରିବାରରେ ଅଶାନ୍ତି ଦେଖାଦିଏ । ସଦସ୍ୟଙ୍କ ମଧ୍ୟରେ କଳି ଝଗଡା ଲାଗି ରହିଥାଏ ।

ଭିଓ-୪- ଶାସ୍ତ୍ର ଅନୁସାରେ ରୋଷେଇ ଘରେ ଦୈନିକ ଅଗ୍ନିଙ୍କୁ ଆବାହନ କରାଯାଏ । ପାଇପରୁ ପାଣି ପଡିବା ଦ୍ୱାରା ଅଗ୍ନି ଆଉ ଜଳ ଏକାଠି ହୋଇଥାନ୍ତି । ଯାହା ଖୁବ୍ ଅଶୁଭକର ହୋଇଥାଏ । ଆହୁରି ମଧ୍ୟ ପରିବାରର କେହି ସଦସ୍ୟ ବାରମ୍ବାର ଅସୁସ୍ଥ ହେବାର ଆଶଙ୍କା ରହିଥାଏ ।ଏମିତିକି କିଛି କିଛି ସ୍ଥାନରେ ପରିବାରର କାହାର ଜୀବନ ଚାଲିଯିବାର ଆଶଙ୍କା ରହିଥାଏ । ଭିଓ-୫- ପୁରାଣ ଅନୁସାରେ  ପାଣି ପଡ଼ିଲେ ରାଗନ୍ତି ବରୁଣ ଦେବ । ବିନା କାରଣରେ ଘରେ ପାଣି ପଡିବା ଦ୍ୱାରା ଦୋଷ ଲାଗେ । ଆଉ ଘରର ସୁଖ ଏବଂ ଶାନ୍ତି ହଜି ଯାଏ । ଯଦି କୌଣସି ପାଇପରୁ ପାଣି ପଡେ ତେବେ ତୁରନ୍ତ ବନ୍ଦ କରିବା ଦରକାର । ବାସ୍ତୁବିଦ୍ ମାନେ ଏକଥାକୁ ଦ୍ରୁଢ ଭାବେ ସମର୍ଥନ କରନ୍ତି ।

Related Articles

LEAVE A REPLY

Please enter your comment!
Please enter your name here

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ