29.6 C
Odisha
Saturday, May 18, 2024
spot_img

ମାଆର ଚିକିତ୍ସା ପାଇଁ କିଡନୀ ବିକିବ ପୁଅ

ମୁଁ ବହୁତ ଗରିବ । ଖାଇବାକୁ ପଇସା ନାହିଁ । ଓଳିଏ ଖାଇଲେ, ଆଉ ଗୋଟିଏ ଓଳି ଓପାସ ରହିବାକୁ ପଡୁଛି । କେମିତି କରିବି ମାଆର ଅପେରସନ୍ । ମାଆର ଗୋଡ ଭାଙ୍ଗି ଯାଇଛି । ପଇସା ନାହିଁ ବୋଲି ଅପରେସନ ହୋଇପାରୁନି । ବହୁତ କଷ୍ଟ ପାଉଛି ମୋ ମାଆ । ଏମିତି କିଛି କହି ଡାକ୍ତରଙ୍କ ଆଗରେ ଗୁହାରୀ କରିଲା ଗୋଟିଏ ପୁଅ । ସବୁ କଥା ଜାଣିବା ପରେ ଡାକ୍ତରଙ୍କ ଆଖିରେ ଆସିଗଲା ଲୁହ ।

ସେଦିନ ଥିଲା ମେ ମାସ 10 ତାରିଖ । ଗହଳି ଚହଳି ଥିଲା ରାଞ୍ଚୀର ଏକ ହସ୍ପିଟାଲ । ହଠାତ ଗୋଟିଏ ଛୋଟ ପୁଅ ହସ୍ପିଟାଲ ଭିତରକୁ କରିଥିଲା ପ୍ରବେଶ । ହାତରେ ଧରିଥିଲା କିଛି କାଗଜପତ୍ର । ଖୋଜିଥିଲା କାହାଁନ୍ତି ଡାକ୍ତର ବାବୁ । ଆଉ ରିସେପ୍ସନଙ୍କୁ ଡାକ୍ତରଙ୍କ କଥା ବାରମ୍ବାର ପଚାରିଥିଲା । କହିଥିଲା ସବୁ କାହାଣୀ । ନିଜ ମାଆର ଅପରେସନ ପାଇଁ ସେ କିଡନୀ ବିକିବାକୁ ଆସିଛି ବୋଲି କୁନି ପାଟିରେ କହିଥିଲା । ଯାହା ଶୁଣି ସ୍ତବ୍ଧ ହୋଇପଡିଥିଲେ ହସ୍ପିଟାଲ କର୍ମଚାରୀ ଓ ଅନ୍ୟରୋଗୀଙ୍କ ସମ୍ପର୍କୀୟ ।

ରିପୋର୍ଚ ଅନୁସାରେ, ଛୋଟ ପିଲାଟି ହେଲା ଦୀପାଂଶୁ । ସେ ଗୟା ଜିଲ୍ଲାରେ ରହେ । କିଛି ବର୍ଷ ତଳେ ତା ବାପାର ମୃତ୍ୟୁ ହୋଇ ଯାଇଥିଲା । ଘରେ ରହୁଥିଲେ ଦୀପାଂଶୁ ଏବଂ ତା ମାଆ । ପୁଅର ଇଚ୍ଛା ଥିଲା, ବଡ ହୋଇ ମାଆର ସେବା କରିବ । ବଡ ଚାକିରୀ କରିବ । ହେଲେ ଦାରିଦ୍ର୍ୟତା କାରଣରୁ ସେ ଚାଲିଯାଇଥିଲା ରାଞ୍ଜୀ । ଏକ ହୋଟେଲରେ କାମ କରିଥିଲା । କାମ କରି ଯାହା ରୋଜଗାର କରୁଥିଲା ସେଥିରେ ନିଜ ସହ ମାଆର ପେଟ ମଧ୍ୟ ପୋଷୁଥିଲା ।

କିଛି ଦିନ କାମ କରିବା ପରେ ପରିବାର ଉପରେ ଆସିଥିଲା ବୋଝ । ମାଆର ଗୋଡ ଭାଙ୍ଗିଯାଇଥିବା ନେଇ ଖବର ଦେଇଥିଲେ ଜଣେ ପଡୋଶୀ । ଗୋଡର ଅଫରେସନ ପାଇଁ ଦରକାର ଥିଲା ଲକ୍ଷେ ଟଙ୍କା । ଏତେ ଟଙ୍କା ନଥିଲା ଦୀପାଂଶୁ ପାଖରେ । କଣ କରିବ ସେ କିଛି ବୁଝି ପାରିନଥିଲା । ଖାଲି ଆଖି ଆଗରେ ତାର ନାଚି ଉଠିଥିଲା ମାଆର ମୁହଁ । ଏହାପରେ ରିମ୍ସ ହସ୍ପିଟାଲ ପାଖରେ ଥିବା ଏକ ପ୍ରାଇଭେଟ୍ କ୍ଲିନିକରେ ପହଁଚିଥିୱା ଦୀପାଂଶୁ । କହିଥିଲା ସେ ଆସିଛି କିଡନୀ ବିକିବାକୁ । ଯେଉଁଥିରୁ ଟଙ୍କା ମିଳିଲେ ମାଆର ଚିକିତ୍ସା ଖର୍ଚ୍ଚ ଉଠିଯିବ ।

ଦୀପାଂଶୁର କଥା ଜଣେ ଡାକ୍ତରଙ୍କ କାନରେ ପଡିଥିଲା । ସେ ତୁରନ୍ତ ଆସି ଦୀପାଂଶୁକୁ କୋଳାଇ ନେଇଥିଲେ । ତୋ ମାଆର କିଛି ହେବନି । ଆମେ ଅଛୁ ବୋଲି କହିଥିଲେ ଡାକ୍ତର । ଏବଂ ଅପରେସନ ସେ ମାଗଣାରେ କରିବେ ବୋଲି ମଧ୍ୟ ଆଶ୍ୱାସନା ଦେଇଥିଲା । ଏହି କଥା ପଦକ ଦୀପକ ଆଖିରେ ଭରି ଦେଇଥିଲା ଚମକ । ଖୁସିରେ କାନ୍ଦି ପକାଇଥିଲା ଦୀପାଂଶୁ । କେମିତି ଡାକ୍ତରବାବୁଙ୍କ ଧନ୍ୟବାଦ ଦେବ ଜାଣି ପାରିନଥିଲା । ଏ ଘଟଣାକୁ ନେଇ ସେଠାରେ ଜୋର୍ ଧରିଛି ଚର୍ଚ୍ଚା । କାରଣ କଅଁଳ ବୟସରେ ପୁଅର ଏତେ ବଡ ତ୍ୟାଗ କରିବାର ଇଚ୍ଛାକୁ ସମସ୍ତେ ସାବାସୀ ଦେଉଛନ୍ତି । ଏ ୟୁଗରେ କେଉଁଠି ମାଆକୁ ଛାଡି ଦେଉଛି ପୁଅ । ଆଉ କେଉଁଠି ମାଆକୁ ଘରୁ ତଡି ଦେଉଛି । ସେମାନଙ୍କ ପାଇଁ ଦୀପାଂଶୁ ନିଶ୍ଚିତ ଏକ ବଡ ଉଦାହରଣ ।

Related Articles

LEAVE A REPLY

Please enter your comment!
Please enter your name here

Stay Connected

5,000FansLike
10,000SubscribersSubscribe
- Advertisement -spot_img

ସର୍ବଶେଷ ପ୍ରବନ୍ଧ