40.3 C
Odisha
Thursday, April 16, 2026

ବଡି ସେଭ୍ କରି ସବୁ ଝିଅ ହୋଇଗଲେଣି

ଦର୍ଶକବନ୍ଧୁ ସିନେମା ଇଣ୍ଡଷ୍ଟ୍ରି ଏକ ଏମିତି ସ୍ଥାନ ଯେଉଁଠି ପ୍ରତିଦିନ କିଛି ନା କିଛି ଖବର ସାମ୍ନାକୁ ଆସେ । ନୂଆ ନୂଆ କାହାଣୀ ଶୁଣିବାକୁ ମିଳେ । କେତେବେଳେ ସେସବୁକୁ ନେଇ କିଏ ଲାଇମଲାଇଟୁ ଆସିଯାଏ ତ ପୁଣି କେତେବେଳେ ସେସବୁ ପାଇଁ ସୃଷ୍ଟି ହୁଏ ବିବାଦ । ଯାହାକୁ ନେଇ ଅନେକପ୍ରକାର ଗସିପ୍ କରନ୍ତି ୟୁଜର । ଏମିତି ଅନେକ କଳାକାର ଅଛନ୍ତି ଯିଏ ନିଜ ବ୍ୟକ୍ତିତ୍ୱ ହିସାବରେ ରଖନ୍ତି ନିଜ ମନ୍ତବ୍ୟ । କାହାକୁ ବି ନଥାଏ ସେମାନଙ୍କର ଡର । ଯାହା କୁହନ୍ତି ମୁହଁରେ ମୁହଁରେ । ଏସବୁ ଭିତରେ ସନି ଦେଓଲ ବର୍ତ୍ତମାନ ତାଙ୍କର ନୂଆ ଫିଲ୍ମ ‘ଗଦର ୨’ କୁ ଖୁବ ଚର୍ଚ୍ଚାରେ ଅଛନ୍ତି। ଏଥିରେ ଅମିଶା ପଟେଲ ମଧ୍ୟ ତାଙ୍କ ସହ ନଜର ଆସିବେ। ଏହି ଫିଲ୍ମ ଖୁବ ଶୀଘ୍ର ପ୍ରେକ୍ଷାଳୟରେ ରିଲିଜ୍ ହେବ। ‘ଗଦର ୨’ର ଟିଜର ଲଞ୍ଚ୍ ପରେ ଫିଲ୍ମକୁ ନେଇ ଚର୍ଚ୍ଚା ଜୋର ଧରିଛି। ସନି ଦେଓଲ ଫିଲ୍ମର ପ୍ରମୋସନରେ ମଧ୍ୟ ବ୍ୟସ୍ତ ଅଛନ୍ତି।

ଏହି ସମୟରେ ସନି ଦେଓଲ ଫିଲ୍ମ ଇଣ୍ଡଷ୍ଟ୍ରିରେ ହୋଇଥିବା ପରିବର୍ତ୍ତନକୁ ନେଇ ଆଶ୍ଚର‌୍ୟ୍ୟଜନକ ପ୍ରତିକ୍ରିୟା ଦେଇଛନ୍ତି। ସେ ସିକ୍ସପ୍ୟାକ୍ ଆବ୍ସ ବାଲା ଅଭିନେତାଙ୍କୁ ମଧ୍ୟ ଟାର୍ଗେଟ୍ କରିଛନ୍ତି। ସେ କହିଛନ୍ତି ଯେ ଆଜିକାଲି ଅଭିନେତାମାନେ ନିଜ ଶରୀରର ଲୋମ ଶେଭ୍ କରିଦେଉଛନ୍ତି, ଫଳରେ ସେମାନେ ଝିଅପିଲାଙ୍କ ଭଳି ଦିଶୁଛନ୍ତି।

ଏକ ସାକ୍ଷାତକାରରେ ସନୀ ଦେଓଲ କହିଛନ୍ତି, “ମତେ ଖରାପ ଲାଗେ ଯେତେବେଳେ ସେମାନେ ଲୋମ୍‌ଗୁଡିକୁ ଶେଭ୍ କରିଦିଅନ୍ତି। ସେମାନେ ଝିଅପିଲା ହୋଇସାରିଛନ୍ତି।”

ସିକ୍ସପ୍ୟାକ୍ ବଡିକୁ ନେଇ ସନି କହିଛନ୍ତି “ମୁଁ ଏସବୁ ବୁଝିପାରୁ ନାହିଁ। ଆମେ ଅଭିନେତା, ବଡି ବିଲଡର ନୁହେଁ। ଆମେ ଏଠାରେ ବଡି ବିଲଡିଂ କରିବା ପାଇଁ ନୁହେଁ ବରଂ ଅଭିନୟ କରିବାକୁ ଆସିଛୁ। ଏହି କାରଣରୁ ଇଣ୍ଡଷ୍ଟ୍ରୀକୁ ନୂଆ ପ୍ରତିଭାମାନେ ଏହି ଭଳି ଭାବେ ଆସୁଛନ୍ତି, ଯେଉଁମାନେ କହୁଛନ୍ତି ମୁଁ ବଡି ତିଆରି କରି ନେଇଛି, ତେବେ ମୁଁ ଜଣେ ଅଭିନେତା ହୋଇପାରିଛି। ମୁଁ ଜଣେ ନୃତ୍ୟଶିଳ୍ପୀ, ତେଣୁ ମୁଁ ଅଭିନେତା ହୋଇପାରିଛି।”

ସନି ଦେଓଲ ଏହା ମଧ୍ୟ କହିଛନ୍ତି ଯେ “ବଲିଉଡ ମୂଳ କାହାଣୀକୁ ନେଇ ଚଳଚ୍ଚିତ୍ର ନିର୍ମାଣ କରିବା ବନ୍ଦ କରିଦେଇଛି। ନିର୍ମାତାମାନେ ମଧ୍ୟ ସମାନ ଜିନିଷ ତିଆରି କରୁଛନ୍ତି ଏବଂ ସେମାନଙ୍କ ଚଳଚ୍ଚିତ୍ରର କାହାଣୀ ମଧ୍ୟ ସମାନ। ଦର୍ଶକମାନେ ମଧ୍ୟ ବିନା ଚିନ୍ତାରେ ଫାଷ୍ଟଫୁଡ୍ ପରି ଏହି ଚଳଚ୍ଚିତ୍ରଗୁଡିକୁ ନେଉଛନ୍ତି। ଆମେ ଆମ ନିଜସ୍ୱ ଚଳଚ୍ଚିତ୍ର ନିର୍ମାଣ କରିବା ପରିବର୍ତ୍ତେ, ଆମେ ଅନ୍ୟ ସ୍ଥାନରୁ ଉଠାଇ ଚଳଚ୍ଚିତ୍ର ନିର୍ମାଣ ଆରମ୍ଭ କରିଛୁ।”

ପ୍ରକାଶଥାଉ ଯେ ଚଳଚ୍ଚିତ୍ର ‘ଗଦର ୨’ ୨୦୦୧ ମସିହାରେ ମୁକ୍ତିଲାଭ କରିଥିବା ସର୍ବକାଳୀନ ବ୍ଲକବଷ୍ଟର ଚଳଚ୍ଚିତ୍ର ‘ଗଦର’ର ସିକ୍ୱେଲ ହୋଇଥିବାରୁ ସନି ଦେଓଲ ବହୁତ ଉତ୍ସାହିତ ଅଛନ୍ତି। ଟ୍ରେଲର୍‌ରୁ ଏହା ସ୍ପଷ୍ଟ ହୋଇଛି ଯେ ଏହି ଚଳଚ୍ଚିତ୍ର ଯେଉଁଠାରେ ଶେଷ ହୋଇଥିଲା ସେଇଠାରୁ ଆଗର କାହାଣୀ ‘ଗଦର ୨’ରେ ପ୍ରଦର୍ଶିତ ହେବ। କିନ୍ତୁ ଏଥର ସନୀ ଦେଓଲ ତାରା ସିଂହ ହୋଇ ପତ୍ନୀଙ୍କ ପାଇଁ ନୁହେଁ ବରଂ ପୁଅକୁ ପାଇବାକୁ ପାକିସ୍ତାନ ଯିବେ। ଏହି ଫିଲ୍ମ ୧୧ ଅଗଷ୍ଟ ୨୦୨୩ରେ ପ୍ରେକ୍ଷାଳୟକୁ ଆସିବ।

Related Articles

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ