IAS ପାଇବାକୁ ପୁଅକୁ ଛାଡ଼ିଦେଲେ, ଶେଷରେ ସ୍ବପ୍ନ ପୁରଣ ପରେ ଏକାଠି ହେଲେ ମା’ ଆଉ ପୁଅ

ନୂଆଦିଲ୍ଲୀ : ଭାରତୀୟ ପ୍ରଶାସନିକ ସେବା ବା ଆଇଏଏସ । ବିଶ୍ୱର ସବୁଠୁ ବଡ ପରୀକ୍ଷା । ଏଥିରେ ପାସ୍ କଲେ ମିଳେ ବଡ ଚାକିରୀ । ଭାରତ ସରକାରଙ୍କ ଅଫିସର ପୋଷ୍ଟରେ ମିଳେ ନିଯୁକ୍ତି । ହେଲେ ଏହାକୁ କ୍ରାକ୍ କରିବା ସହଜ କଥା ନୁହେଁ । ଏଥିପାଇଁ କରିବାକୁ ହୁଏ କଠୋର ପରିଶ୍ରମ । ଏହାସହ ତ୍ୟାଗ ମଧ୍ୟ କରିବାକୁ ପଡିଥାଏ । କେହି କେହି ଭୋକ ଶୋଷ ଭୁଲି ପରିଶ୍ରମ କରିଥାନ୍ତି । ଆଉ କେହି ନିଜରଙ୍କୁ ପର କରି ସ୍ୱପ୍ନ ପୂରଣ ରାସ୍ତାରେ ଚାଲିଥାନ୍ତି । ଏମିତି ଜଣେ ଅଧିକାରୀ ହେଲେ ଅନୁ କୁମାରୀ । ଯିଏ କି ଆଇଏଏସ ପାଇବା ପାଇଁ ନିଜ ସନ୍ତାନଠୁ କିଛି ଦିନ ଦୂରେଇ ଯାଇଥିଲେ ।

ହରିୟାଣାର ବିକାଶ ନଗରୀରେ ରହୁଥିଲେ ଅନୁ । ପିଲା ଦିନୁ ତାଙ୍କର ପାଠ ପଢା ପ୍ରତି ଥିଲା ଭଲ ପାଇବା । ବଡ ଲକ୍ଷ୍ୟ ଥିଲା ତାଙ୍କର । ହେଲେ ଶୀଘ୍ର ବାହାଘର କରାଇ ଦେଇଥିଲେ ପରିବାର ଲୋକେ । ଅଧାରେ ରହିଯାଇଥିଲା ତାଙ୍କର ସ୍ୱପ୍ନ । ବିବାହ ପରେ ମଧ୍ୟ ସେ ସ୍ୱପ୍ନ ପୂରଣ ପାଇଁ ଅନବରତ ଉଦ୍ୟମ କରୁଥିଲେ । ଏହା ଭିତରେ ସେ ଏକ ଶିଶୁପୁତ୍ରର ମା ହୋଇ ସାରିଥିଲେ ।

ପିଲାଦିନୁ ପାଠ ପଢା ପ୍ରତି ତାଙ୍କର ଥିଲା ଦୁର୍ବଳତା । ଦ୍ୱାଦଶ ୟାଏଁ ସେ ସୋନିପତର ଏକ ସ୍କୁଲରେ ପାଠ ପଢିଥିଲେ । ଏହାପରେ ଚାଲି ଆସିଥିଲେ ଦିଲ୍ଲୀ । ଦିଲ୍ଲୀ ୟୁନିଭର୍ସିଟିରୁ ସେ ହାସଲ କରିଥିଲେ ଡିଗ୍ରୀ । ଫିଜିକ୍ସ ଅନର୍ସରେ ଗ୍ରାଜୁଏସନ କରିଥିଲେ ଅନୁକୁମାରୀ । ଗ୍ରାଜୁଏଶନ ପରେ ଆଇଏମଟି ନାଗପୁରରୁ କରିଥିଲେ ଏମବିଏ । ଏହା ପରେ ଏକ କମ୍ପାନୀରେ ଚାକିରୀ ମଧ୍ୟ କରିଥିଲେ । କିନ୍ତୁ ବିବାହ ଏବଂ ଶିଶୁ ପୁତ୍ର ତାଙ୍କ ସ୍ୱପ୍ନର ରାସ୍ତାରେ ଆସିଯାଇଥିଲା । ଆଉ ବଢି ଯାଇଥିଲା ପରିବାରର ଦାୟିତ୍ୱ ।

ଏସବୁ ସତ୍ତ୍ୱେ ହାର୍ ମାନି ନଥିଲେ ଅନୁ । ସ୍ୱାମୀଙ୍କୁ ନିଜ ସ୍ୱପ୍ନ କଥା କହିଥିଲେ । ଆଉ ସ୍ୱାମୀ ତାଙ୍କୁ ବୁଝି ପାରିଥିଲେ । ପୁଅକୁ ମୋ ପାଖରେ ଛାଡିଦିଅ, ତୁମେ ପଢାପଢି କର ବୋଲି ଅନୁଙ୍କୁ କହିଥିଲେ ସ୍ୱାମୀ । ପରିବାର ଲୋକେ ବି ତାଙ୍କୁ ଦେଇଥିଲେ ସାଥ୍ । ଶେଷରେ କଷ୍ଟ ହେଲେ ମଧ୍ୟ ପୁଅକୁ ଛାଡି ମାଉସୀ ଘରକୁ ଚାଲି ଯାଇଥିଲେ । ସେଠାରେ ସେ ଆରମ୍ଭ କରିଥିଲେ ପଢାପଢି । ପ୍ରାୟ ଦେଢ ବର୍ଷ ଧରି ନିଜ ମମତା ଭୁଲି ଯାଇଥିଲେ ଅନୁ ।

ପୁଅକୁ ଛାଡି ଆସିଥିବାରୁ ତାଙ୍କୁ ଅନେକ କରିଥିଲେ ଟାହିଟାପରା । ଆଉ କେହିକେହି ଗାଳି ମଧ୍ୟ କରିଥିଲେ । ହେଲେ କିଛି ଶୁଣିନଥିଲେ ସେ । ନିଜ ଲକ୍ଷ୍ୟ ଆଡକୁ ବଢି ଚାଲିଥିଲେ । ପ୍ରଥମେ ୨୦୧୬ରେ ସେ ଦେଇଥିଲେ ୟୁପିଏସସି ପରୀକ୍ଷା । ହେଲେ ସଫଳ ହୋଇନଥିଲେ । ବିଫଳ ହେଲା ପରେ ଆହୁରି ମନ ଦେଇ ସେ ପଢିଥିଲେ । ଶେଷରେ ୨୦୧୭ରେ ତାଙ୍କୁ ମିଳିଥିଲା ସଫଳତା । ସାରା ଦେଶରେ ସେ ହାସଲ କରିଥିଲେ ଭଲ ରାଙ୍କ । ଏହାପରେ ନିଜ ପୁଅକୁ ସେ କୋଳେଇ ନେଇଥିଲେ । ସ୍ୱପ୍ନ ପୂରଣ ପାଇଁ ନିଜ ପୁଅକୁ ମଧ୍ୟ ଦୂରେଇ ଦେଇଥିବା ଏହି ମାଆର କାହାଣୀ ସତରେ ପ୍ରେରଣାଦାୟୀ ।

Related Articles

LEAVE A REPLY

Please enter your comment!
Please enter your name here

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ