25.4 C
Odisha
Saturday, May 18, 2024
spot_img

ରାକ୍ଷୀଙ୍କ ଖୁସିରେ ଲାଗିଲା ଗ୍ରହଣ, କଳାକନା ବୁଲେଇ ଡ୍ରାଇଭର ଛୁ

ପୁଣି ଚର୍ଚ୍ଚାରେ ବଲିଉଡ ଡ୍ରାମା କୁଇନ ରାକ୍ଷୀ ସାୱନ୍ତ । ସବୁଦିନ ରାକ୍ଷୀ ଙ୍କୁ ନେଇ ସାମନାକୁ ଆସେ ନୂଆ ନୂଆ ଭିଡିଓ । ଲଭ ଲାଇଫ ଠୁ ଆରମ୍ଭ କରି ମ୍ୟାରେଜ, ଡିଭୋର୍ସ କୁ ନେଇ ଚକିତ କଲାଭଳି ଖବର ସାମ୍ନାକୁ ଆସେ । ହେଲେ ଏବେ ରାକ୍ଷୀ ଙ୍କୁ ନେଇ ଆସିଛି ଏକ ତାଜା ଅପଡେଟ । ରାକ୍ଷୀ ସାୱନ୍ତ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ତ ଏମିତି ସବୁବେଳେ ଚର୍ଚ୍ଚାରେ ଥାନ୍ତି । ଆଉ ଏହି ଅଭିନେତ୍ରୀଙ୍କ ଜୀବନରେ ସବୁବେଳେ କିଛି ନା କିଛି ଘଟଣା ଦୁର୍ଘଟଣା ଘଟିଥାଏ । ଯାହାକୁ ରାକ୍ଷୀ ସର୍ବଦା ସୋସିଆଲ ମିଡିଆରେ ସେୟାର କରିଥାନ୍ତି । ତାଙ୍କ ମନ ଭିତରେ କିଛି ନଥାଏ । କେବେ ବିବାଦୀୟ ବୟାନ ପାଇଁ ତ କେବେ ନିଜର ବୈବାହିକ ଜୀବନକୁ ନେଇ ଚର୍ଚ୍ଚାରେ ରହୁଥିବା ରାକ୍ଷୀଙ୍କ ସହ ଶନିବାର ଦିନ ଏକ ଆଶ୍ଚର‌୍ୟ୍ୟ ଘଟଣା ଘଟିଥିବା ସେ ନିଜେ କହିଛନ୍ତି । ଏହି ଘଟଣାକୁ ନେଇ ସେ ବିବ୍ରତ ରହିଥିବା ବେଳେ ଏବେ ଘଟଣା ବାବଦରେ ଏକ ଭିଡିଓ ସୋସିଆଲ ମିଡିଆରେ ସେୟାର କରିଛନ୍ତି ।

ରାକ୍ଷୀ ସାୱନ୍ତ କହିଛନ୍ତି କି ତାଙ୍କ ଡ୍ରାଇଭର ତାଙ୍କର କାର ସହ ସୁନାର ମୋବାଇଲ ଓ କୋଟିଏ ଟଙ୍କା ଚୋରି କରି ଫେରାର ହୋଇଯାଇଛି । ଏହି ଘଟଣା ଜାଣିବା ପରେ ରାକ୍ଷୀ କହିଛନ୍ତି କି ଡ୍ରାଇଭର ଜଣଙ୍କ ଗରିବ କହିବାରୁ ତାଙ୍କୁ ସେ ଚାକିରିରେ ରଖିଥିଲେ । ଏହାସହ ଫେରାର ହୋଇଯାଇଥିବା ଡ୍ରାଇଭରର ଭଉଣୀ ଏବେ ରାକ୍ଷୀଙ୍କ ଘରେ କାମ କରୁଥିବା କଥା ରାକ୍ଷୀ କହିଛନ୍ତି । ଏନେଇ ରାକ୍ଷୀ ସାୱନ୍ତ ଡ୍ରାଇଭର ପପୁ ଯାଦବଙ୍କ ନାମରେ ଓଶିବାରା ଥାନାରେ କରିଛନ୍ତି ଅଭିଯୋଗ ।

ରାକ୍ଷୀ ସାୱନ୍ତଙ୍କ କାର ତାଙ୍କ ଡ୍ରାଇଭର ଚୋରି କରି ନେବା ପରେ ରାକ୍ଷୀ ସୋସିଆଲ ମିଡିଆରେ ଯେଉଁ ଭିଡିଓ ପୋଷ୍ଟ କରିଛନ୍ତି ସେଥିରେ ସେ ଏକ ଅଟୋରେ ଯାଉଥିବାର ଦେଖିବାକୁ ମିଳିଛି । ଏଥିରେ ସେ କହୁଛନ୍ତି କି ଯେତେବେଳେ ସାରା ଦେଶ ଚନ୍ଦ୍ରଯାନ-୩କୁ ନେଇ ଖୁସି ମନାଉଛନ୍ତି ସେତେବେଳେ ତାଙ୍କ ଡ୍ରାଇଭର ତାଙ୍କ ଜୀବନରେ ଗ୍ରହଣ ଲଗାଇ ଚାଲିଯାଇଛି । ତେବେ ଦର୍ଶକ ବନ୍ଧୁ ଏହା ଉପରେ ଆପଣଙ୍କ ମତାମତ କଣ ଆମ ସହ ସେୟାର କରନ୍ତୁ । ଆଉ ଏହିଭଳି ନୁଆ ନୂଆ ଭିଡିଓ ଦେଖିବା ପାଇଁ ଆମ ଚ୍ୟାନେଲ କୁ କରନ୍ତୁ ଲାଇକ , ସେୟାର ଓ ସବସ୍କ୍ରାଇବ ।

Related Articles

LEAVE A REPLY

Please enter your comment!
Please enter your name here

Stay Connected

5,000FansLike
10,000SubscribersSubscribe
- Advertisement -spot_img

ସର୍ବଶେଷ ପ୍ରବନ୍ଧ