29.6 C
Odisha
Saturday, May 18, 2024
spot_img

ବୁଡିବ ଓଡିଶା !

ଦର୍ଶକବନ୍ଧୁ ଏବେ ରାଜ୍ୟରେ ଲାଗିରହିଛି ବର୍ଷା । ଆରମ୍ଭ ରୁ ଖରା ହେଉଥିଲେ ବି ଏବେ କିନ୍ତୁ ବର୍ଷା ହେବା ଆରମ୍ଭ ହୋଇଗଲାଣି । ଲଗାତର ଭାବେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା କାରଣରୁ ଏବେ ବର୍ଷା ହେଉଛି । ମୋଟାମୋଟି ଭାବେ କହିବାକୁ ଗଲେ, ରାଜ୍ୟରେ ସକ୍ରିୟ ମୌସୁମୀ । ଲାଗ ଲାଗ ଲଘୁଚାପ ।୨ ସପ୍ତାହ ଯାଏ ପ୍ରବଳ ଛେଚିବ ବୋଲି ଜଣାପଡିଛି । ଲଘୁଚାପ କ୍ଷେତ୍ରଟି ଉତ୍ତର ଓଡ଼ିଶା ଉପକୂଳ ଦେଇ ଝାଡଖଣ୍ଡ ଏବଂ ମଧ୍ୟପ୍ରଦେଶ ମୁହାଁ ହୋଇଛି । ସେପଟେ ଦୁଇ ଦିନ ପରେ ପୁଣି ଏକ ଲଘୁଚାପ ସମ୍ଭାବନା ରହିଛି । ପରବର୍ତ୍ତୀ ୪୮ ଘଣ୍ଟା ମଧ୍ୟରେ ଏହା ଅବପାତର ରୂପ ନେବ। ପଛକୁ ପଛ ଦୁଇଟି ଲଘୁଚାପ ଥିବାରୁ ଆସନ୍ତା ସପ୍ତାହ ଯାଏ ରାଜ୍ୟରେ ହେବ ଅବିଶ୍ରାନ୍ତ ବର୍ଷା। ଏନେଇ ସତର୍କ କରିଛି ପାଣିପାଗ ବିଭାଗ। ସେପଟେ ଦକ୍ଷିଣ, ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶା ପ୍ରବଳ ବର୍ଷା ସମ୍ଭାବନା ରହିଛି । ଅଧିକାଂଶ ସ୍ଥାନରେ ୨ ଶହ ମିଲିମିଟର ପର‌୍ୟ୍ୟନ୍ତ ବର୍ଷିବ। କିଛି ସ୍ଥାନରେ ସୃଷ୍ଟି ହୋଇପାରେ ଆକସ୍ମିକ ବନ୍ୟା ପରିସ୍ଥିତି। ପାହାଡିଆ ଅଞ୍ଚଳରେ ଭୂସ୍ଖଳନ ହେବାର ଆଶଙ୍କାକୁ ମଧ୍ୟ ଏଡାଇ ଦିଆଯାଇନପାରେ । । ୧୯ ତାରିଖରୁ ୨୨ ପର‌୍ୟ୍ୟନ୍ତ ପ୍ରବଳ ବର୍ଷା ଆଶଙ୍କା ରହିଛି । ଏହି ସମୟରେ ଜଳବନ୍ଦୀ ସମସ୍ୟା ଉପୁଜିପାରେ ବୋଲି ସବୁ ଜିଲ୍ଳାପାଳଙ୍କୁ ସତର୍କ କରାଇଛନ୍ତି ଝଜଉ ।
ଆଜି ୮ ଜିଲ୍ଲା ସୁନ୍ଦରଗଡ, ଦେବଗଡ, ଝାରସୁଗୁଡା, ସମ୍ବଲପୁର, ବରଗଡ, ସୋନପୁର, ବଲାଙ୍ଗିର ଏବଂ ନୂଆପଡାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଅରେଞ୍ଜ ଆଲର୍ଟ କରାଯାଇଛି । ସେହିଭଳି ୧୧ ଜିଲ୍ଲାକୁ ଜିଲ୍ଲାକୁ ଦିଆଯାଇଛି ୟେଲୋ ଆଲର୍ଟ । ତେବେ ୧୮ ତାରିଖରେ ଉପକୂଳ ଓଡ଼ିଶାରେ ବର୍ଷା ସାମାନ୍ୟ କମ୍ ରହିବ। ୧୯ ତାରିଖଠାରୁ ପୁଣି ବଢିବ ବର୍ଷାର ପରିମାଣ। ୨୦ ତାରିଖରେ ଭୀଷଣ ବର୍ଷା ନେଇ ଦକ୍ଷିଣ ଓଡ଼ିଶାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି ।

ପାଣିପାଗ ବିଭାଗର ଆକଳନ ମୁତବାକ, ଆସନ୍ତାକାଲି ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ । ପରବର୍ତ୍ତୀ ସମୟରେ ଏହା ଲଘୁଚାପର ରୂପ ନେବା ସମ୍ଭାବନା ରହିଛି । ଆଉ ଏହାର ପ୍ରଭାବରେ ସାରା ଓଡିଶାରେ ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ଚେତାବନୀ ଦେଇଛି । ୧୯ ତାରିଖରୁ ପୁଣି ବଢିବ ବର୍ଷାର ପରିମାଣ । ୧୯ରୁ ୨୨ ତାରିଖ ଯାଏଁ ଉପକୂଳ ଓ ଦକ୍ଷିଣ ଓଡିଶାରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ତେବେ ଜୁନ ୧ରୁ ୧୬ ଜୁଲାଇ ମଧ୍ୟରେ ରାଜ୍ୟରେ ୨୮୫. ୧ ମିଲିମିଟର ବର୍ଷା ରେକର୍ଡ ହୋଇଛି । ଏହା ସ୍ୱାଭାବିକ ବର୍ଷାଠାରୁ ୨୩ ପ୍ରତିଶତ ନିଅଣ୍ଟିଆ ରହିଛି । ଏହି ସମୟ ମଧ୍ୟରେ ରାଜ୍ୟରେ ୩୭୦.୯ ହେବା କଥା। ତେବେ ଆସନ୍ତା ଲଘୁଚାପ ଏହି ନିଅଣ୍ଟିଆ ବର୍ଷା ଭରଣା କରିବ ବୋଲି ଆଶା କରାଯାଉଛି । ଗତ ୨୪ ଘଣ୍ଟାର ବର୍ଷା ୫ ପ୍ରତିଶତ ନିଅଣ୍ଟିଆ ବର୍ଷାକୁ ଭରଣା କରିଛି । ତେବେ ଆଗକୁ ହେବାକୁ ଥିବା ଲଘୁଚାପ ଏହି ନିଅଣ୍ଟିଆ ବର୍ଷାକୁ ଭରଣା କରିବ ବୋଲି ଆଶା କରାଯାଉଛି । ବର୍ଷା ସମ୍ଭାବନାକୁ ଦୃଷ୍ଟିରେ ରଖି ସମସ୍ତ ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ଏସଆରସି ନିର୍ଦ୍ଦେଶ ଦେଇଛନ୍ତି ।

Related Articles

LEAVE A REPLY

Please enter your comment!
Please enter your name here

Stay Connected

5,000FansLike
10,000SubscribersSubscribe
- Advertisement -spot_img

ସର୍ବଶେଷ ପ୍ରବନ୍ଧ