29.6 C
Odisha
Saturday, May 18, 2024
spot_img

ପାର୍ଟନରଙ୍କୁ ଅତୀତ କଥା କହିବା ଉଚିତ୍ କି ନୁହେଁ ?

ଦର୍ଶକବନ୍ଧୁ ପ୍ରେମ ସମସ୍ତେ କରନ୍ତି । ଧୋକା ସମସ୍ତେ ଖାଆନ୍ତି । ଅନେକ ନିଜ ଜୀବନରେ ଆଗକୁ ମଧ୍ୟ ବଢ଼ନ୍ତି । ହେଲେ ବେଳେବେଳେ ଏମିତି ପରିସ୍ଥିତି ଆସେ ଯେତେବେଳେ ପ୍ରେଜେଣ୍ଟ ପାର୍ଟନର ଙ୍କୁ ନିଜର ପାଷ୍ଟ ବିଷୟରେ କହିବାକୁ ପଡେ । ଏମିତିରେ ସମସ୍ତଙ୍କର ନିହାତି ଭାବରେ କିଛି ପାଷ୍ଟ ଥାଏ । କିଛି ସ୍ମରଣୀୟ ରହିଥିବା ବେଳେ ଆଉକିଛି ଦେଇଥାଏ ଅନେକ ଯନ୍ତ୍ରଣା । ତେବେ ପ୍ରେମ ସହ ବିବାହ, ଶବ୍ଦଟି ଯେତିକି ମଧୁର, ଦାୟିତ୍ୱ ମଧ୍ୟ ସେତିକି ଜଟିଳ । ପ୍ରତ୍ୟେକ ଦମ୍ପତି ନିଜ ସମ୍ପର୍କକୁ ବଜାୟ ରଖିବା ପାଇଁ ଯଥା ସମ୍ଭବ ଚେଷ୍ଟା କରନ୍ତି । ଯଦିଓ ବେଳେବେଳେ ଏହା ସମ୍ଭବ ହୁଏ ନାହିଁ । ପ୍ରେମ ପରେ ଏହି ସମ୍ପର୍କକୁ ଆଗକୁ ନେବା ଦାୟିତ୍ୱ ସେହି ଦମ୍ପତିଙ୍କ ହାତରେ ଥାଏ । ମାତ୍ର ଯଦି ସେମାନଙ୍କ ସମ୍ପର୍କରେ ଭଲ ବୁଝାମଣା ଏବଂ ସଚ୍ଚୋଟତା ଭଳି ଗୁରୁତ୍ୱପୂର୍ଣ୍ଣ ଜିନିଷ କମିଯାଏ । ତେବେ ସେଠାରେ ସମ୍ପର୍କ ଶେଷ ହୋଇଯାଏ । ତେଣୁ ସବୁବେଳେ ସତ ଓ ବିଶ୍ୱାସରୁ ସମ୍ପର୍କ ଗଢ଼ି ଉଠିବା ଆବଶ୍ୟକ ।

ବେଳେବେଳେ କିଛି ଲୋକଙ୍କ ପାଇଁ ଏକ ପରିସ୍ଥିତି ଦ୍ଵନ୍ଦ ସୃଷ୍ଟି କରେ, ଯେଉଁମାନେ ବିବାହ ପୂର୍ବରୁ ଆଉ କାହା ସହ ଲଭ୍ ରିଲେସନରେ ଥାଆନ୍ତି । କିଛି ଲୋକ ଏ ସବୁ ଭିତରେ ନିଷ୍ପତ୍ତି ନେଇ ପାରନ୍ତି ନାହିଁ କି ସେମାନେ କଣ କରିବେ। ଏ ବାବଦରେ ସେ ତାଙ୍କ ଲାଇଫ ପାର୍ଟନରଙ୍କୁ ଏ ବିଷୟରେ ଜଣାଇବେ କି ନାହିଁ । କିନ୍ତୁ ଏହି ଡ଼ର ବି ରୁହେ କି ଅତୀତରେ ବିତିଯାଇ ଥିବା ଘଟଣା ଆପଣଙ୍କ ଭବିଷ୍ୟତ ଉପରେ ପ୍ରଭାବ ନ ପକାଉ ବା ବର୍ତ୍ତମାନ ସମ୍ପର୍କ ଖରାପ ନହେଉ । ଆସନ୍ତୁ ଜାଣିବା ଏ ବିଷୟରେ କିଛି ଟିପ୍ସ…
ସ୍ବାମୀଙ୍କୁ ଅତୀତ ପ୍ରେମ ବିଷୟରେ କହିବା ଉଚିତ କି ? ରିଲେସନସିପ ଏକ୍ସପର୍ଟଙ୍କ କହିବା ଅନୁସାରେ, ଲାଇଫ ପାର୍ଟନରଙ୍କ ସହିତ ନୂଆ ଜୀବନ ଆରମ୍ଭ କରିବା ପୂର୍ବରୁ ତାଙ୍କୁ ନିଜ ଅତୀତ ବିଷୟରେ କହିବା ଉଚିତ୍ । ଏହା ଆପଣଙ୍କର ସତ୍ୟତା ଓ ନିଷ୍ଠାବାନ ଗୁଣକୁ ଦର୍ଶାଏ । ଯାହା ବାହାଘର ପରି ଗୋଟିଏ ସମ୍ପର୍କରେ ରହିବା ଏକାନ୍ତ ଆବଶ୍ୟକ । ନିଜ ଅତୀତ ଭଲପାଇବା ବିଷୟରେ କହିବା ପୂର୍ବରୁ ଭଲ ଭାବରେ ଚିନ୍ତା କରି ନେବା ଆବଶ୍ୟକ, ଯେ ସେ ଆପଣଙ୍କ ଏହି କଥାକୁ କିପରି ଗ୍ରହଣ କରିବେ । ଯଦି ଆପଣଙ୍କୁ ଲାଗୁଛି କି ଏ ବିଷୟରେ ତାଙ୍କୁ ନ ଜଣାଇବା ହିଁ ଭଲ ତେବେ ଆପଣ ଏହାକୁ ନିଜ ଭିତରେ ହିଁ ରଖିବା ଆବଶ୍ୟକ । କେମିତି କହିବେ ଅତୀତ ପ୍ରେମ ବିଷୟରେ ?
ଜଣେ ମାନସିକ ସ୍ୱାସ୍ଥ୍ୟ ପରାମର୍ଶଦାତାଙ୍କ କହିବା ଅନୁଯାୟୀ, ଆପଣ ଆପଣଙ୍କର ଅତୀତ ବିଷୟରେ ପ୍ରକାଶ କରିବା ଅନେକ କାରଣ ଉପରେ ନିର୍ଭର କରେ । ଯେପରିକି ଆପଣ ଆପଣଙ୍କ ସାଥୀଙ୍କ ସହ ସମ୍ପର୍କ ବାଣ୍ଟୁଛନ୍ତି । ସେ କୁହନ୍ତି, \”ଯଦି ଆପଣ ଆପଣଙ୍କ ଲାଇଫ ପାର୍ଟନର ସହିତ ଥିବା ସମ୍ପର୍କ ସଚ୍ଚୋଟତା ଉପରେ ଆଧାରିତ ଏବଂ ଆପଣ ଅତୀତକୁ ପ୍ରକାଶ କରିବା ଭଲ । ଯଦି ଆପଣଙ୍କୁ ଲାଗୁଛି, ଆମ ଭିତରେ ଥିବା ସମ୍ପର୍କ ସେତେ ନିବିଡ଼ ନୁହେଁ । ତେବେ ଆପଣ ଆପଣଙ୍କ ଅତୀତ ବିଷୟରେ କହିବା ଉଚିତ୍ ହେବ ନାହିଁ ।
ପ୍ରଥମ ଦେଖାରେ କୁହନ୍ତୁ ନାହିଁ… କିଛି ସମୟରେ ଲୋକ ବଥାବାର୍ତ୍ତା ଆଗକୁ ବଢ଼ାଇବା ପରିବର୍ତ୍ତେ ସିଧାସଳଖ ନିଜ ଅତୀତ ବିଷୟରେ କହି ଦେଇଥାନ୍ତି । ଯାହା ଦ୍ବାରା ସାମ୍ନା ଲୋକ ତାଙ୍କ ସହ ସମ୍ପର୍କ ଗଢ଼ିବ କି ନାହିଁ ସେ ନେଇ ଚିନ୍ତାରେ ପଡ଼ିଯାଏ । ତେଣୁ ପ୍ରଥମ ଦେଖରେ କିଛି କୁହନ୍ତୁ ନାହିଁ । ପ୍ରଥମେ ଆପଣଙ୍କ ପାର୍ଟନରଙ୍କୁ ଜାଣିବାକୁ ଚେଷ୍ଟା କରନ୍ତୁ । ଯଦି କହିବା ଠିକ୍ ଭାବୁଛନ୍ତି । ତେବେ କୁହନ୍ତୁ ନଚେତ ଏହାକୁ ନିଜ ଭିତରେ ହିଁ ରଖି ନୂଆ ସମ୍ପର୍କ ଆରମ୍ଭ କରନ୍ତୁ । ଯଦି ଆପଣ ଭାବୁଛନ୍ତି କି ଏପରି କରିବା ଧୋକା ଦେବା ସହ ସମାନ, ଏପରି ଭାବିବା ଆପଣଙ୍କ ଭୁଲ ଆପଣ ଗୋଟିଏ ନୂଆ ସମ୍ପର୍କ ସହ ନୂଆ ଜୀବନ ମଧ୍ୟ ଆରମ୍ଭ କରୁଛନ୍ତି । ତେଣୁ ଅତୀତକୁ ପଛରେ ଛାଡ଼ି ଦେବା ଉଚିତ୍ ।
ତେବେ ଦର୍ଶକବନ୍ଧୁ ଏମିତି କିଛି ଟିପ୍ସ ବ୍ୟବହାର କରି ଆପଣ ନିଜ ଜୀବନରେ ମଧୁରତା ବଜାୟ ରଖିପାରିବେ ।

Related Articles

LEAVE A REPLY

Please enter your comment!
Please enter your name here

Stay Connected

5,000FansLike
10,000SubscribersSubscribe
- Advertisement -spot_img

ସର୍ବଶେଷ ପ୍ରବନ୍ଧ