29.6 C
Odisha
Saturday, May 18, 2024
spot_img

ଅଭିନୟ କରିବା ସତ୍ତ୍ୱେ ଦେଖିପାରିବେନି ନିଜ ଫିଲ୍ମ

ଅକ୍ଷୟ କୁମାର ଷ୍ଟାରର ଫିଲ୍ମ ‘ଓଏମଜି ୨’କୁ ଏବେ ଦର୍ଶକଙ୍କ ତରଫରୁ ମିଳୁଛି ଭଲ ରେସପନ୍ସ । ପ୍ରଥମ ୩ ଦିନରେ ଫିଲ୍ମଟି ବକ୍ସ ଅଫିସରେ ଦମଦାର ବ୍ୟବସାୟ କରିଛି । କ୍ରିଟିକ୍ସ ମଧ୍ୟ ଏହି ଫିଲ୍ମଟିକୁ ଦେଇଛନ୍ତି ଭଲ ରେଟିଂସ । ରିଲିଜ ପୂର୍ବରୁ ଅନେକ ଚର୍ଚ୍ଚା ଓ ସମାଲୋଚନାର ଶିକାର ହୋଇଥିଲା ଏହି ସିନେମାଟି । ତେବେ ଦର୍ଶକବନ୍ଧୁ ଆପଣଙ୍କୁ ଜାଣି ଆଶ୍ଚର୍ଯ୍ୟ ହେବ କି ଏହି ଫିଲ୍ମରେ ଅଭିନୟ କରିଥିବା ଆରୁଷ ଭର୍ମାଙ୍କୁ ଏହି ଫିଲ୍ମ ଦେଖିବାକୁ ଅନୁମତି ନାହିଁ । ଯେତେବେଳେ କି ସେ ନିଜେ ହିଁ ଏହି ସିନେମାରେ ଅଭିନୟ କରିଛନ୍ତି । ଫିଲ୍ମରେ ମୁଖ୍ୟ ଭୁମିକାରେ ନଜର ଆସୁଛନ୍ତି ରିଅଲିଷ୍ଟିକ୍ ଆକ୍ଟର ପଙ୍କଜ ତ୍ରିପାଠି ଓ ଖିଲାଡ଼ି ଅକ୍ଷୟ କୁମାର । ଫିଲ୍ମରେ ପଙ୍କଜଙ୍କ ପୁଅ ହୋଇଛନ୍ତି ୧୬ ବର୍ଷିୟ ଆକ୍ଟର ରୁଷ ବର୍ମା । ସେ ଏହି ଫିଲ୍ମ ପାଇଁ ଖୁବ୍ ଉତ୍ସାହିତ ଥିଲେ । ଯାହାକି ତାଙ୍କ ସୋସିଆଲ ମିଡିଆ ହାଣ୍ଡେଲ ଇନ୍‌ଷ୍ଟାଗ୍ରାମ୍‌ରୁ ସ୍ପଷ୍ଟ ଜଣାପଡ଼ୁଛି । କିନ୍ତୁ ବାସ୍ତବରେ ଦେଖିବାକୁ ଆରୁଷଙ୍କୁ ତାଙ୍କ ନିଜ ଫିଲ୍ମ ଦେଖିବାକୁ ବାରଣ କରାଯାଇଛି । ଏବେ ଆପଣଙ୍କ ମନରେ ପ୍ରଶ୍ନ ଆସୁଥିବ, କହିଁକି ? ଯିଏ ଏହି ଫିଲ୍ମରେ ଅଭିନୟ କରିଛନ୍ତି ତାଙ୍କୁ ପୁଣି ଫିଲ୍ମ ଦେଖିବାକୁ କିଏ ବାରଣ କରିବ ?

ତେବେ ଏହାର ଉତ୍ତର ହେଉଛି ସେନ୍‌ସର୍ ବୋର୍ଡ । ଓଏମଜି ୨, ଏ ସାର୍ଟିଫିକେଟ୍ ପାଇଛି । ସେନ୍‌ସର ବୋର୍ଡର ରିଭ୍ୟୁ ବେଳେ ଫିଲ୍ମରୁ ଅନେକ ଡାଇଲଗ୍ କାଟି ଦିଆଯିବା ସତ୍ତ୍ୱେ ବି ଫିଲ୍ମକୁ ଇ ସାର୍ଟିଫିକେଟ୍ ମିଳିଛି । ଅର୍ଥାତ ଏହି ଫିଲ୍ମ କେବଳ ଆଡଲ୍ଟମାନେ ଦେଖିପାରିବେ । ଆଉ ଆରୁଷଙ୍କୁ ମାତ୍ର ୧୬ ବଷଁ ।

କହିବାକୁ ଗଲେ ଫିଲ୍ମଟି ସମ୍ପୂର୍ଣ୍ଣରୂପେ ସେକ୍ସ ଏଜୁକେସନ ଉପରେ ଆଧାରିତ । ଫିଲ୍ମରେ ଆରୁଷ ବା ପଙ୍କଜ ତ୍ରିପାଠିଙ୍କ ପୁଅ ସ୍କୁଲ୍ ୱାସ୍‌ରୁମ୍‌ରେ ହସ୍ତମୈଥୁନ କରୁଥିବା ବେଳେ ଧରାପଡ଼ିଥିଲେ । ତା’ପରେ ତାଙ୍କୁ ଏହି ସମାଜରେ ସମସ୍ତେ ଲଜ୍ଜା ଜନକ ନଜରରେ ଦେଖିବା ଆରମ୍ଭ କଲେ । ଆଉ ତାଙ୍କ ପୁଅକୁ ସବୁଠି ଅପମାନିତ କଲେ । ଏହି ଅପମାନ ବିରୋଧରେ ପଙ୍କଜ ତ୍ରିପାଠି ଲଢ଼େଇ ଆରମ୍ଭ କଲେ । ଆଉ ସ୍କୁଲରେ ସେକ୍ସ ଏଜୁକେସନ୍ ବାଧ୍ୟତାମୂଳକ ହେବା ଜରୁରି ବୋଲି ସେ ଦାବି କରିବା ଆରମ୍ଭ କଲେ । ଆଉ ତାଙ୍କର ଏହି ଲଢ଼େଇ ହିଁ ଫିଲ୍ମର ପୁରା କାହାଣୀ ।

ଫିଲ୍ମରେ ଅକ୍ଷୟ କୁମାର ଭଗବାନ ଶିବଙ୍କ ଅବତାର ଭାବେ ଅଭିନୟ କରିଛନ୍ତି । ଫିଲ୍ମଟି ଅଗଷ୍ଟ ୧୧ ତାରିଖରେ ରିଲିଜ୍ ହୋଇଥିଲା । ରିଲିଜ୍ ହେବା ଦିନଠାରୁ ଏବେ ସୁଦ୍ଧା ଫିଲ୍ମ ହଲ୍‌ରେ ଦର୍ଶକଙ୍କ ଭିଡ଼ ଜମୁଛି । ଆଗକୁ ଏହି ଫିଲ୍ମ ନୂଆ ରେକର୍ଡ କରିବ ବୋଲି ସମସ୍ତେ ଆଶା ରଖିଛନ୍ତି । ଦେଖାଯାଉ ଆଗକୁ ଏହି ସିନେମାଟି ବକ୍ସ ଅଫିସରେ କଣ କମାଲ ଦେଖାଉଛି ।

Related Articles

LEAVE A REPLY

Please enter your comment!
Please enter your name here

Stay Connected

5,000FansLike
10,000SubscribersSubscribe
- Advertisement -spot_img

ସର୍ବଶେଷ ପ୍ରବନ୍ଧ