ଦର୍ଶକବନ୍ଧୁ ଆଜିର ସମୟରେ ପେଟ୍ରୋଲ ଡିଜେଲ ଦର ଏତେ ବଢିଗଲାଣି ଯେ ଗାଡି ଚଲାଇବାକୁ ବି ଇଚ୍ଛା ହେଉନି । ସବୁ ଗାଡି ଚାଳକ ଚାହାଁନ୍ତି ତୈଳ ଦର ସାମାନ୍ୟ ହ୍ରାସ ହେଉ ବୋଲି । ଯାହାଦ୍ୱାରା ସେମାନଙ୍କ ପକେଟକୁ ବାଧିବନି । ହେଲେ ସେମିତି ହେଉନାହିଁ । ପ୍ରତିଦିନ ଏହି ଦର ବଢୁଛି ପଛେ କମିବାର ନାଁ ନେଉନାହିଁ । ଅନେକ ସମୟରେ ଆପଣ ବି ଦେଖିଥିବେ କି ପେଟ୍ରୋଲ ଦର ବୃଦ୍ଧି ପାଇଁ ଅନେକ ଧାରଣ ଦେବା ସହ ବିକ୍ଷୋଭ ପ୍ରଦର୍ଶନ କରନ୍ତି । ହେଲେ ଏବେ କିନ୍ତୁ ସବୁ ଗାଡି ଚାଳକଙ୍କ ପାଇଁ ରହିଛି ଆଶ୍ୱସ୍ତିକର ଖବର ।
ଦେଶରେ ପେଟ୍ରୋଲ ଓ ଡିଜେଲର ନୂଆ ମୂଲ୍ୟ ଜାରି କରାଯାଇଛି । ପ୍ରମୁଖ ସହର ଗୁଡିକରେ ପେଟ୍ରୋଲ ଓ ଡିଜେଲ ମୂଲ୍ୟରେ ପରିବର୍ତ୍ତନ ହୋଇଛି । ଅନେକ ସହରରେ ଦାମ ପରିବର୍ତ୍ତିନ ହୋଇଛି ।
ଭୁବନେଶ୍ବରରେ ପେଟ୍ରୋଲ ଓ ଡିଜେଲ ଦାମ ହ୍ରାସ ପାଇଛି । ପେଟ୍ରୋଲ ଓ ଡିଜେଲ ମୂଲ୍ୟ ମଙ୍ଗଳବାର ଲିଟର ପ୍ରତି ୧୩ ପଇସା ଲେଖାଏ ହ୍ରାସ ପାଇଛି । ଭୁବନେଶ୍ବରରେ ପେଟ୍ରୋଲ ଲିଟର ପ୍ରତି ୧୦୩.୦୫ ଟଙ୍କା ରହିଥିବା ବେଳେ ଡିଜେଲ ମୂଲ୍ୟ ରହିଛି ୯୪.୬୨ ଟଙ୍କା ରହିଛି । ଅଗଷ୍ଟ ୧୪ ଅର୍ଥାତ୍ ସୋମବାର ଭୁବନେଶ୍ବରରେ ପେଟ୍ରୋଲ ୧୦୩.୧୮ ଟଙ୍କା ଓ ଡିଜେଲ ୯୪.୭୫ ଟଙ୍କା ଥିଲା । ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ମୂଲ୍ୟ ଲିଟର ପ୍ରତି ୧୦୧.୮୪ ଟଙ୍କା ରହିଥିବା ବେଳେ ଡିଜେଲ ମୂଲ୍ୟ ୮୯.୮୭ ଟଙ୍କା ରହିଛି । ଅନ୍ୟ ସହର ଗୁଡିକରେ ପ୍ରାୟତଃ ଦାମରେ କୌଣସି ପରିବର୍ତ୍ତନ ହୋଇନାହିଁ । ମୁମ୍ବାଇରେ ପେଟ୍ରୋଲ ୧୦୭.୮୩ ଟଙ୍କା ରହିଥିବା ବେଳେ ଡିଜେଲ ରହିଛି ୯୭.୪୫ ଟଙ୍କା । କୋଲକାତାରେ ମଙ୍ଗଳବାର ପେଟ୍ରୋଲ ୧୦୨.୦୮ ଟଙ୍କା ଏବଂ ଡିଜେଲ ଲିଟର ପ୍ରତି ୯୩.୦୨ ଟଙ୍କା ରହିଛି । ଚେନ୍ନାଇରେ ପେଟ୍ରୋଲ ଦାମ ପରିବର୍ତ୍ତିନ ହୋଇଛି । ପେଟ୍ରୋଲ ଲିଟର ୯୯.୪୭ ଟଙ୍କା ରହିଥିବା ବେଳେ ଡିଜେଲ ରହିଛି ୯୪.୩୯ ଟଙ୍କା । ଅନ୍ୟତମ ପ୍ରମୁଖ ସହର ବେଙ୍ଗାଲୁରୁରେ ଆଜି ପେଟ୍ରୋଲ ୧୦୧.୯୪ ଟଙ୍କା ଓ ଡିଜେଲ ଲିଟର ପ୍ରତି ରହିଛି ୮୭.୮୯ ଟଙ୍କା ।
ପେଟ୍ରୋଲ ଏବଂ ଡିଜେଲ ଦାମ୍ ଆପଣ ଝଗଝ ମାଧ୍ୟମରେ ମଧ୍ୟ ଜାଣିପାରିବେ। ଇଣ୍ଡିଆନ ଅଏଲ ୱେବସାଇଟ ଅନୁଯାୟୀ ଆପଣଙ୍କୁ ଏବଂ ନିଜ ସହରର କୋଡ୍ ଲେଖି ୯୨୨୪୯୯୨୨୪୯ ନମ୍ବରକୁ ପଠାଇବାକୁ ହେବ। ପ୍ରତି ସହରର କୋଡ୍ ଅଲଗା ଅଲଗା ରହିଥାଏ। ଯାହା ଆପଣଙ୍କୁ ଆଇସିଓଏଲ ୱେବସାଇଟରୁ ମିଳିଯିବ।
ପ୍ରତ୍ୟେକ ଦିନ ସକାଳ ୬ଟାରେ ପେଟ୍ରୋଲ ଏବଂ ଡିଜେଲ୍ ଦାମରେ ପରିବର୍ତ୍ତନ ହୋଇଥାଏ। ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ଏକ୍ସାଇଜ୍ ଡ୍ୟୁଟି, ଡିଲର କମିଶନ ଏବଂ ଅନ୍ୟାନ୍ୟ ଜିନିଷ ଯୋଡିବା ପରେ ଏହାର ମୂଲ୍ୟ ପ୍ରାୟ ଦ୍ୱିଗୁଣିତ ହୁଏ। ବୈଦେଶିକ ମୂଲ୍ୟ ସହିତ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ମୂଲ୍ୟ ଉପରେ ନିର୍ଭର କରି ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ପ୍ରତିଦିନ ବଦଳିଥାଏ ।

