25.4 C
Odisha
Saturday, May 18, 2024
spot_img

ଆଉ ମାତ୍ର ୨୫ ବର୍ଷରେ ସରିଯିବ ସବୁକିଛି, ଓଡିଶାର ଏହିସବୁ ଜିଲ୍ଲାକୁ ଗିଳିଦେବ ସମୁଦ୍ର

ଆଉ ବେଶି ଦିନ ନୁହେଁ । ମାତ୍ର 30 ବର୍ଷରେ ବୁଡି ଯିବ ସବୁକିଛି । ପାଣି ତଳେ ରହିଯିବ ଆମ ରାଜ୍ୟର ଏହି ସବୁ ଜିଲ୍ଲା । ବୁଡି ଯିବ ବଡ ବଡ ପ୍ରତିଷ୍ଠାନ । ବାସହରା ହେବେ ଲକ୍ଷ ଲକ୍ଷ ଲୋକ । ଏମିତି କିଛି ଦେଖିବାକୁ ମିଳିବ ଆଉ ମାତ୍ର 25 ବର୍ଷରେ । କ୍ଲାଇମେଟ୍ ସେଣ୍ଟ୍ରାଲର ରିପୋର୍ଟରୁ ଓଡିଶାର ଭୟଙ୍କର ଭବିଷ୍ୟତର ହେଉଛି ଆକଳନ ।

ପୁରୀ, କେନ୍ଦ୍ରାପଡା ହେଉ କି ବାଲେଶ୍ୱର ଭକ୍ରକ । ବେଶି ଦିନ ରହିବନି ଏହି ସବୁ ଜିଲ୍ଲା । ଗଞ୍ଜାମ ଜବତସିଂହପୁର ଜିଲ୍ଲା ବି ପ୍ରକୃତିର ତାଣ୍ଡବରୁ ପାଇବନି ରକ୍ଷା । ସମୁଦ୍ର ତଳେ ବିଲୀନ ହୋଇଯିବ ଓଡିଶାର ଏହି ସବୁ ଅଞ୍ଚଳ । ଆଉ ଚାରିଆଡେ ଖେଳିଯିବ ହାହାକାର । ପ୍ରାଣ ହରାଇବେ ହଜାର ହଜାର ଲୋକେ । ବାସହରା ହୋଇଯିବେ ଲକ୍ଷ ଲକ୍ଷ ଓଡିଆ । କାରଣ ଜଳବାୟୁ ପରିବର୍ତ୍ତନ ଘଟାଇବ କିଛି ଏମିତି ।

ଏବେ ସବୁଠୁ ବଡ ସମସ୍ୟା ଭାବେ ଉଭା ହୋଇଛି ଜଳବାୟୁ ପରିବର୍ତ୍ତନ । ଧିରେଧିରେ ଗରମ ହେଉଛି ପୃଥିବୀ । ବଢୁଛି ହାରାହାରି ତପମାତ୍ରା । ଆଉ ତରଳୁଛି ଗ୍ଲାସିଆର । ଏମିତି ହେଲେ ଆଉ 25 ବର୍ଷରେ 80 ଭାଗ ଗ୍ଲେସିଅକ ତରଳିଯିବ । ଯାହାର ସିଧାସଳଖ ପ୍ରଭାବ ପଡିବ ସମୁଦ୍ରପତ୍ତନ ଉପରେ । 2050 ବେଳକୁ ଆଗକୁ ଆଗକୁ ମାଡି ଆସିବ ସମୁଦ୍ର । ଏକ ପ୍ରକାର ଧ୍ୱଂସଲିଳା ରଚିବ ସମୁଦ୍ର ।

କେବଳ ଲୋକମାନେ ସମସ୍ୟାର ସମ୍ମୁଖୀନ ହେବେନି । ବରଂ ଉଜୁଡି ଯିବ ସୁନାର ଜଙ୍ଗଲ ଓ ପ୍ରାକୃତିକ ସମ୍ପଦ । ଉପକୂଳିଆ ଅଞ୍ଚଳରେ ଥିବା ହେନ୍ତାଳବନ, ଦହୀରମଥା, ଭିତରକନିକା, ଚିଲିକା ଭଳି ଜାଗା ହରାଇବ ଅସ୍ତିତ୍ୱ । ଗବେଷକଙ୍କ କହିବା କଥା ହେଲା 2ରୁ 7 ଫୁଟ୍ ବଢିଯିବ ସମୁଦ୍ରର ଜଳସ୍ତର । ଯାହାକୁ ରୋକିବା ଏକ ପ୍ରକାର ଅସମ୍ଭବ ବ୍ୟାପାର ।

ତେବେ କେବଳ ଓଡିଶା ନୁହେଁ, ମୁମ୍ବାଇ, କୋଲକାତା ଭଳି ମେଗା ସିଟି ବି ପଡିବନି ବାଦ୍ । ଏହି ଦୁଇ ସହର ମଧ୍ୟ ସମୁଦ୍ରକୂଳରେ ଅବସ୍ଥିତ । ଏହାସହ ଗୋଆ, କେରଳ ଭଳି ଛୋଟରାଜ୍ୟର ଅଧା ଜାଗା ବି ସମୁଦ୍ର ଭିତରେ ଲୀନ ହୋଇପାରେ ।  ଯାହାର ସଦ୍ୟତମ ଉଦାହରଣ ଇଣ୍ଡୋନେସିଆରେ ଦେଖିବାକୁ ମିଳିଥିଲା । କାରଣ ସେଠାକାର ସରକାର ସମୁଦ୍ର ପତନ ବଢିବା କାରଣରୁ ଉଠାଇ ନେଇଛନ୍ତି ଦେଶର ରାଜଧାନୀ । ପୂର୍ବରୁ ରାଜଧାନୀ ଜାକର୍ତ୍ତା ଥିବା ବେଳେ ଏବେ ଏହା ନୁସନ୍ତାରାକୁ ଉଠିଯାଇଛି ।

Related Articles

LEAVE A REPLY

Please enter your comment!
Please enter your name here

Stay Connected

5,000FansLike
10,000SubscribersSubscribe
- Advertisement -spot_img

ସର୍ବଶେଷ ପ୍ରବନ୍ଧ