29.6 C
Odisha
Saturday, May 18, 2024
spot_img

ଦେଶର ଏକମାତ୍ର ହନୁମାନ ମନ୍ଦିର, ଯେଉଁଠି ନାରୀ ରୂପରେ ପୂଜା ପାଆନ୍ତି ପବନପୁତ୍ର

ବାଲ ବ୍ରହ୍ମଚାରୀ ହନୁମାନ । ପବନ ପୁତ୍ରଙ୍କୁ ପୂଜା କରିବାକୁ ରହିଛି ସ୍ୱତନ୍ତ୍ର ବିଧି । ଯୁଗ ଯୁଗ ଧରି ହନୁମାନଙ୍କୁ ହିନ୍ଦୁ ଶାସ୍ତ୍ରରେ କୁହାଯାଇ ଆସୁଛି ସର୍ବଶକ୍ତିମାନ । ହାତରେ ଗଦା ଧାରଣ କରି ସବୁଠି ପୂଜା ପାଆନ୍ତି ସଙ୍କଟ ମୋଚନ । ସବୁଦିନ ହନୁମାନ ଚାଳିସା ପଢିଲେ ଦୂର ହୁଏ ସଙ୍କଟ । ଆଉ ଉନ୍ନତି ହୁଏ । ଦେଶ ଆଉ ବିଦେଶରେ ଅନେକ ରୂପରେ ପୂଜା ପାଆନ୍ତି ପବନପୁତ୍ର ।  କିନ୍ତୁ ପୁରା ଜଗତରେ ଏମିତି ଏକ ମନ୍ଦିର ଅଛି, ଯେଉଁଠି ନାରୀ ରୂପରେ ପୂଜା ପାଆନ୍ତି ହନୁମାନ ।

ଆମେ କହୁଛୁ ଛତିଶଗଡ଼ର ଗିରିଜାବନ୍ଧରେ ଥିବା ହନୁମାନ ମନ୍ଦିର କଥା । ଏଠାରେ ହନୁମାନଙ୍କ ପୂଜାରେ ଦେଖା ଯାଏ ବ୍ୟତିକ୍ରମ । କାରଣ ନର  ନୁହେଁ ନାରୀ ବେଶରେ ପୂଜା ପାଆନ୍ତି ସେ । ଏପରି ବେଶ ଦେଖିବାକୁ ମନ୍ଦିରକୁ ଆସିଥାନ୍ତି ହଜାର ହଜାର ଭକ୍ତ । ଯାହା ମନ୍ଦିରକୁ କରିଛି ସ୍ୱତନ୍ତ୍ର । ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ଆସନ୍ତୁ ଜାଣିବା ଏହି ମନ୍ଦିରର କିଛି ଅଜଣା କଥା ଉପରେ ।

ଏହି ମନ୍ଦିରର ରହିଛି ଅନେକ ମହାତ୍ମ୍ୟ । ଏଠାରେ ପୂଜା କଲେ ସଟ ହୁଏ ସବୁ ଆଶା । ପୁରଣ ହୁଏ ମାନସିକ । ଏଠାକାର ହନୁମାନ ମୂର୍ତ୍ତି ମଧ୍ୟ ବିରଳ । ମୂର୍ତ୍ତିରେ ଶ୍ରୀରାମ ଓ ଦେବୀ ସୀତାଙ୍କୁ ଦୁଇ କାନ୍ଧରେ ଧାରଣ କରିଛନ୍ତି ହନୁମାନ । ମୂର୍ତ୍ତିଟି ଅଷ୍ଟଧାତୁରେ ତିଆରି ବୋଲି କୁହନ୍ତି ପୁରୋହିତ । ଯାହାକୁ ଦେଖିଲେ ଲାଗେ ଜୀବନ୍ତ । ସତେ ଯେମିତି ବଜରଙ୍ଗବାଲୀ ଆପଣଙ୍କୁ ଅନାଇଛନ୍ତି ।

ଖାସ୍ କଥା ହେଲା, ଦଶନ୍ଧି ଦଶନ୍ଧି ଧରି ଏଠାରେ ନାରୀ ରୂପରେ ପୂଜା ପାଇ ଆସୁଛନ୍ତି ହନୁମାନ । କୁହାଯାଏ, ଗିରିଜାବନ୍ଧ ହନୁମାନ ମନ୍ଦିରକୁ ତିଆରି କରିଥିଲେ ରାଜା ପୃଥ୍ବୀ ଦେବଜୁ । ପ୍ରତିଦିନ ହନୁମାନଙ୍କୁ ଉପାସନା କରୁଥିଲେ ସେ । ଏକଦା ସେ କୁଷ୍ଠ ରୋଗରେ ଥିଲେ ଆକ୍ରାନ୍ତ । ସୁସ୍ଥ ହେବାକୁ ପ୍ରିୟ ଭଗବାନଙ୍କ ପାଖେ କରିଥିଲେ ଗୁହାରି । ନିଜେ ହନୁମାନ ସ୍ବପ୍ନରେ ଆସି ମନ୍ଦିର ତିଆରି ପାଇଁ ଦେଇଥିଲେ ଆଦେଶ । ଏହାପରେ ଆରମ୍ଭ ହେଇଥିଲା ମନ୍ଦିର ତିଆରି କାମ । ପୁଣିଥରେ ରାଜାଙ୍କୁ ସ୍ୱପ୍ନାଦେଶ ଦେଇଥଲେ ବାଲାଜି । ପାଖରେ ଥିବା ମହମାୟା କୁଣ୍ଡରୁ ମୂର୍ତି ଆଣି ପ୍ରତିଷ୍ଠା କରିବାକୁ କହିଥିଲେ । ରାଜା କୁଣ୍ଡରୁ ମୂର୍ତ୍ତି ଆଣିବା ବେଳେ ହେଇଯାଇଥିଲେ ଆଶ୍ଚର୍ଯ୍ୟ । କାରଣ ମୂର୍ତ୍ତିରେ ନାରୀ ରୂପରେ ଥିଲେ ପବନ ପୁତ ହନୁମାନ ।

ମନ୍ଦିର ପ୍ରତିଷ୍ଠା ପରେ ରାଜା ପୃଥ୍ବୀ ହେଇଥିଲେ ସୁସ୍ଥ । କୁଷ୍ଠ ଭଳି ଅସାଧ୍ୟ ରୋଗକୁ ସେ କରିଥିଲେ ପରାସ୍ତ । ଆଉ ହନୁମାନଙ୍କୁ ଦେଇଥିଲେ କୋଟିକୋଟି ଧନ୍ୟବାଦ । ସେବେଠୁ ମନ୍ଦିରରେ ନାରୀ ରୂପରେ ପୂଜା ପାଇ ଆସୁଛନ୍ତି ସଂକଟମୋଚନ । ହନୁମାନଙ୍କ ଏପରି ରୂପ ଦେଖିବାକୁ ସଦାବେଳେ ମନ୍ଦିରରେ ଲାଗେ ଗହଳି । ପ୍ରତିଦିନ ଆସନ୍ତି ହଜାରହଜାର ଭକ୍ତ । ଯଦି ଆପଣ ମଧ୍ୟ ଏଠାକୁ ଯିବାକୁ ଚାହୁଁଛନ୍ତି ତାହାଲେ ରାୟପୁରରୁ ବସ ଧରିଲେ ଅଳ୍ପ ସମୟ ମଧ୍ୟରେ ପହଁଚିପାରିବେ ।

Related Articles

LEAVE A REPLY

Please enter your comment!
Please enter your name here

Stay Connected

5,000FansLike
10,000SubscribersSubscribe
- Advertisement -spot_img

ସର୍ବଶେଷ ପ୍ରବନ୍ଧ