ଚାକିରିରୁ ବିଦା ହେଲେ ORS ମନିଶା ମିଶ୍ର : ନେଇଥିଲେ ୭୦୦୦ ଲାଞ୍ଚ

ବାଲେଶ୍ଵର : ୭ ହଜାର ଟଙ୍କା ଲାଞ୍ଚ ନେବା ପଡ଼ିଲା ମହଙ୍ଗା। ଭିଜିଲାନ୍ସ ହାତରେ ଧରାପଡ଼ିବା ପରେ ଚାକିରିରୁ ବିଦା ହେଲେ ବାଲିଆପାଳର ପୂର୍ବତନ ସବ୍‌-ରେଜିଷ୍ଟ୍ରାର ମନୀଷା ମିଶ୍ର। ପ୍ରୋବେସନ୍‌ ଅବଧି ଶେଷ ହେବା ପୂର୍ବରୁ ହିଁ ତାଙ୍କୁ ସରକାରୀ ଚାକିରିରୁ ବରଖାସ୍ତ କରିଛନ୍ତି ରାଜ୍ୟ ସରକାର। ମାତ୍ର ଦୁଇ ବର୍ଷର ଚାକିରି ଜୀବନ ଭିତରେ ଲାଞ୍ଚ କାରବାର ଅଭିଯୋଗ ତାଙ୍କ ପାଇଁ ମହଙ୍ଗା ପଡ଼ିଛି।
ମିଳିଥିବା ସୂଚନା ଅନୁସାରେ, ମନୀଷା ମିଶ୍ର ବାଲେଶ୍ୱର ଜିଲ୍ଲାର ବାଲିଆପାଳରେ ସବ୍‌-ରେଜିଷ୍ଟ୍ରାର ଭାବେ କାର୍ଯ୍ୟ କରୁଥିଲେ। ପ୍ରାୟ ୮ ମାସ ଧରି ସେ ଏହି ଦାୟିତ୍ୱରେ ଥିଲେ। ଏହି ସମୟରେ ଜମି ପଞ୍ଜୀକରଣ କାମ ପାଇଁ ଲାଞ୍ଚ ମାଗୁଥିବା ଅଭିଯୋଗ ତାଙ୍କ ବିରୋଧରେ ଉଠିଥିଲା।
ଅଭିଯୋଗ ଅନୁଯାୟୀ, ବାଲିଆପାଳ ଅଞ୍ଚଳର ଜ୍ଞାନ ରଞ୍ଜନ ପାତ୍ର ନିଜ ଜମି ପଞ୍ଜୀକରଣ କରିବାକୁ ମନୀଷାଙ୍କ ନିକଟକୁ ଯାଇଥିଲେ। ଏହି କାମ ପାଇଁ ସେ ତାଙ୍କୁ ୧୦ ହଜାର ଟଙ୍କା ଲାଞ୍ଚ ମାଗିଥିବା ଅଭିଯୋଗ ହୋଇଥିଲା। ପରେ ୭ ହଜାର ଟଙ୍କାରେ ଡିଲ୍‌ ଚୂଡ଼ାନ୍ତ ହୋଇଥିଲା।
ଏହାପରେ ଜ୍ଞାନ ରଞ୍ଜନ ବାରିପଦା ଭିଜିଲାନ୍ସ ବିଭାଗକୁ ଏନେଇ ଅଭିଯୋଗ କରିଥିଲେ। ଯୋଜନା ମୁତାବକ ଭିଜିଲାନ୍ସର ୮ ଜଣିଆ ଟିମ୍‌ ଚଢ଼ଉ କରିଥିଲା। ଜମି ପଞ୍ଜୀକରଣ ପାଇଁ ୭ ହଜାର ଟଙ୍କା ନେଉଥିବା ସମୟରେ ମନୀଷାଙ୍କୁ ଟିମ୍‌ ଧରିଥିଲା। ତାଙ୍କଠାରୁ ଲାଞ୍ଚ ଟଙ୍କା ଜବତ କରିବା ସହ ଗିରଫ ମଧ୍ୟ କରାଯାଇଥିଲା।
ସବୁଠାରୁ ଆଶ୍ଚର୍ଯ୍ୟର କଥା, ମନୀଷାଙ୍କ ଚାକିରିକୁ ମାତ୍ର ଦୁଇ ବର୍ଷ ହୋଇଥିବା ବେଳେ ତାଙ୍କ ପ୍ରୋବେସନ୍‌ ଅବଧି ମଧ୍ୟ ଶେଷ ହୋଇନଥିଲା। ତଥାପି ଲାଞ୍ଚ ମାମଲାରେ ଭିଜିଲାନ୍ସ ହାତରେ ଧରାପଡ଼ିବା ପରେ ସରକାର ତାଙ୍କ ବିରୋଧରେ କଠୋର ପଦକ୍ଷେପ ନେଇଛନ୍ତି। ଶେଷରେ ଚାକିରିରୁ ବରଖାସ୍ତ ହୋଇଛନ୍ତି ମନୀଷା ମିଶ୍ର।

Related Articles

LEAVE A REPLY

Please enter your comment!
Please enter your name here

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ