ମୋଦିଙ୍କୁ ଚିଠି ଲେଖିଲେ ବାଲ୍ୟ ବନ୍ଧୁ : କହିଦେଲେ ପୁରୁଣା କଥା

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୬ତମ ଜନ୍ମଦିନ। ଏହି ଅବସରରେ ଗୁଜରାଟର ମେହସାଣା ଜିଲ୍ଲା ବଡ଼ନଗରରୁ ତାଙ୍କ ବାଲ୍ୟଜୀବନର ଏକ ସ୍ମୃତିଭରା ଚିଠି ସାମ୍ନାକୁ ଆସିଛି। ମୋଦିଙ୍କ ବାଲ୍ୟବନ୍ଧୁ ଶାମଲଦାସ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇ ଏହି ଚିଠି ଲେଖିଛନ୍ତି। ଚିଠିରେ ସେ ଦୁହିଁଙ୍କ ବନ୍ଧୁତାକୁ ଶ୍ରୀକୃଷ୍ଣ-ସୁଦାମାଙ୍କ ବନ୍ଧୁତା ସହ ତୁଳନା କରିଛନ୍ତି।

ପୁରୁଣା ଦିନର ସ୍ମୃତିକୁ ମନେ ପକାଇ ଶାମଲଦାସ ଚିଠିରେ ଲେଖିଛନ୍ତି ଯେ, ଯେଉଁ ବନ୍ଧୁଙ୍କ ସହ ସେ ବାଲ୍ୟଜୀବନ ବିତାଇଥିଲେ, ସେହି ବନ୍ଧୁ ଆଜି ଦେଶର ପ୍ରଧାନମନ୍ତ୍ରୀ। ମୋଦିଙ୍କ ଏହି ଯାତ୍ରାକୁ ଦେଖି ସେ ଗର୍ବିତ ବୋଲି ଚିଠିରେ ଉଲ୍ଲେଖ କରିଛନ୍ତି।

ଶାମଲଦାସଙ୍କ ଅନୁସାରେ, ମୋଦି ଛୋଟବେଳୁ ହିଁ ଦୃଢ଼ ସଂକଳ୍ପର ଅଧିକାରୀ ଥିଲେ। ମନରେ କୌଣସି ଲକ୍ଷ୍ୟ ସ୍ଥିର କଲେ ତାହା ପୂରଣ କରିବା ପାଇଁ ସେ ପ୍ରୟାସ ଜାରି ରଖୁଥିଲେ। ସାର୍ବଜନୀନ ଜୀବନରେ ତାଙ୍କର ୨୫ ବର୍ଷର ଯାତ୍ରାକୁ ମଧ୍ୟ ବନ୍ଧୁ ଚିଠିରେ ସ୍ମରଣ କରିଛନ୍ତି।

ଚିଠିର ଶେଷରେ ଶାମଲଦାସ ପ୍ରଧାନମନ୍ତ୍ରୀଙ୍କ ଦୀର୍ଘାୟୁ ଓ ସୁସ୍ଥ ଜୀବନ କାମନା କରିବା ସହ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି।

ଅନ୍ୟପଟେ, ମୋଦିଙ୍କ ଜନ୍ମଦିନକୁ କେନ୍ଦ୍ର କରି ବିଜେପି ପକ୍ଷରୁ ୧୭ ସେପ୍ଟେମ୍ବରରୁ ୧୭ ଅକ୍ଟୋବର ପର୍ଯ୍ୟନ୍ତ ମାସେବ୍ୟାପୀ ‘ସେବା ସଂକଳ୍ପ ଅଭିଯାନ’ ଚାଲିବ। ଏଥିରେ ରକ୍ତଦାନ ଶିବିର, ସାମାଜିକ ସେବା, ସଚେତନତା ଓ ବିଭିନ୍ନ ଜନସମ୍ପର୍କ କାର୍ଯ୍ୟକ୍ରମ ରହିଛି। ଏହା ସହ ଜନ୍ମଦିନ ଅବସରରେ ଘରେ ‘ଆଶୀର୍ବାଦର ଦୀପ’ ଜଳାଇବାକୁ ମଧ୍ୟ ବିଜେପି ପକ୍ଷରୁ ଆହ୍ୱାନ କରାଯାଇଛି।

Related Articles

LEAVE A REPLY

Please enter your comment!
Please enter your name here

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ