ଶ୍ରୀକୃଷ୍ଣଙ୍କୁ ନେଇ ବିବାଦୀୟ ମନ୍ତବ୍ୟ, ବାବା ଧିରେନ୍ଦ୍ର ଶାସ୍ତ୍ରୀଙ୍କ ବିରୋଧରେ ମାମଲା

ନୂଆଦିଲ୍ଲୀ, ୬/୧୧ : ବିବାଦରେ ବାଗେଶ୍ୱର ଧାମର ପୀଠାଧୀଶ ବାବା ଧିରେନ୍ଦ୍ର ଶାସ୍ତ୍ରୀ। ଭଗବାନ ଶ୍ରୀକୃଷ୍ଣଙ୍କୁ ନେଇ ଦେଇଥିବା ଏକ ମନ୍ତବ୍ୟ ତାଙ୍କୁ ଅଡୁଆରେ ପକାଇଛି। ଏହି ଘଟଣାକୁ ନେଇ ଆଗ୍ରା କୋର୍ଟରେ ତାଙ୍କ ବିରୋଧରେ ଅପରାଧିକ ଅଭିଯୋଗ ଦାଖଲ ହୋଇଛି।

ଆଇନଜୀବୀ ଅଜୟ ପ୍ରତାପ ସିଂ ଏହି ଅଭିଯୋଗ କୋର୍ଟରେ ଦାଖଲ କରିଛନ୍ତି। ତାଙ୍କ ଅଭିଯୋଗ ଅନୁସାରେ, ଏକ ସାଧାରଣ ସଭାରେ ଧିରେନ୍ଦ୍ର ଶାସ୍ତ୍ରୀ ଭଗବାନ ଶ୍ରୀକୃଷ୍ଣଙ୍କ ଶାରୀରିକ ଗଠନକୁ ନେଇ ଆପତ୍ତିଜନକ ଟିପ୍ପଣୀ ଦେଇଥିଲେ। ଏହାଦ୍ୱାରା ଭକ୍ତଙ୍କ ଧାର୍ମିକ ଭାବନା ଆଘାତ ପାଇଥିବା ଅଭିଯୋଗ ହୋଇଛି।

ସୂଚନା ଅନୁଯାୟୀ, ମଧ୍ୟପ୍ରଦେଶରେ ଆୟୋଜିତ ଏକ ରାମକଥା କାର୍ଯ୍ୟକ୍ରମରେ ଧିରେନ୍ଦ୍ର ଶାସ୍ତ୍ରୀ ଏହି ମନ୍ତବ୍ୟ ଦେଇଥିଲେ। ତାଙ୍କ କଥାକୁ ନେଇ ବିବାଦ ତୀବ୍ର ହୋଇଥିଲା। ଅଭିଯୋଗ ଅନୁସାରେ, ସେ ଶ୍ରୀକୃଷ୍ଣଙ୍କ ମୂର୍ତ୍ତି ଓ ଚିତ୍ରରେ ଥିବା ତ୍ରିଭଙ୍ଗୀ ମୁଦ୍ରା, ବଙ୍କା ଅଣ୍ଟା ଏବଂ ବଂଶୀ ବଜାଇବା ଶୈଳୀକୁ ନେଇ ଟିପ୍ପଣୀ କରିଥିଲେ।

ଏହି ପ୍ରସଙ୍ଗରେ ଆଇନଜୀବୀ ଅଜୟ ପ୍ରତାପ ସିଂ କହିଛନ୍ତି ଯେ, ଦ୍ୱାପର ଯୁଗରେ ଜନ୍ମ ନେଇଥିବା ଭଗବାନ ଶ୍ରୀକୃଷ୍ଣଙ୍କ ବଂଶଧର ଆଜି ମଧ୍ୟ ରହିଛନ୍ତି। ଯାଦବ, ଜାଦେଜା ଏବଂ ଭଟି ସମ୍ପ୍ରଦାୟର ଲୋକଙ୍କୁ ଶ୍ରୀକୃଷ୍ଣଙ୍କ ବଂଶଧର ଭାବେ ବିବେଚନା କରାଯାଏ। ତେଣୁ ଏଭଳି ମନ୍ତବ୍ୟ ଗ୍ରହଣୀୟ ନୁହେଁ ବୋଲି ସେ ଅଭିଯୋଗ କରିଛନ୍ତି।

ଏହି ଅଭିଯୋଗ ପରେ ମାମଲାଟି କୋର୍ଟରେ ପହଞ୍ଚିଛି। ଆଗାମୀ ଦିନରେ ଏହି ଘଟଣା କେଉଁ ମୋଡ଼ ନେଉଛି, ତାହା ଉପରେ ସମସ୍ତଙ୍କ ନଜର ରହିଛି।

Related Articles

LEAVE A REPLY

Please enter your comment!
Please enter your name here

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ